ଲମତାପୁଟ, ୧୮/୦୯: କୋରାପୁଟ ଜିଲ୍ଲା ମାଳଅଞ୍ଚଳକୁ ଛୁଇଁଲା ପହିଲି ଶୀତ l ବର୍ଷା ଛାଡିବା ପରେ ଲମତାପୁଟ ବ୍ଲକକୁ ଛୁଇଁଛି ଶୀତ l ଘାସରେ କାକର ବିନ୍ଦୁର ସ୍ପର୍ଶ ଶୀତ ଆଗମନର ସଂକେତ ଦେଇଥିବା ବେଳେ ହାଲୁକା ଶୀତ ଲହରୀ ଆରମ୍ଭ ହୋଇଯାଇଛି l ସାରା ଅଞ୍ଚଳକୁ ଢାଙ୍କି ରଖିଛି କୁହୁଡି l
ପହିଲି ଶୀତରେ ଖେଳ ପଡିଆମାନଙ୍କରେ ଖେଳାଳିମାନେ ୱାର୍ମ ଅପ କରିବା ପାଇଁ ଫୁଟବଲ ଖେଳୁଛନ୍ତି l ଚାହା ଦୋକାନରେ ସକାଳୁ ସକାଳୁ ଭିଡ଼ ଜମିବା ଆରମ୍ଭ ହୋଇଯାଇଥିବା ବେଳେ କୁହୁଡି କାରଣରୁ ଯାନବାହାନ ଯାତାୟାତରେ ଅସୁବିଧା ହେଉଛି l ପାହାନ୍ତିଆରୁ ଘନ କୁହୁଡ଼ି ଆରମ୍ଭ ହୋଇଯାଇଥିବାରୁ ଗାଡ଼ି ମଟର ଲାଇଟ ଲଗାଇ ସତର୍କତାର ସହ ଯାତାୟାତ କରୁଛନ୍ତି l ଲମତାପୁଟ ବ୍ଲକରେ ଚଳିତ ବର୍ଷ ବର୍ଷା ଅଧିକ ପରିମାଣରେ ହୋଇଥିବାରୁ ଶୀତର ପ୍ରକୋପ ଚଳିତ ବର୍ଷ ରେକର୍ଡ ଭାଙ୍ଗିବା ନେଇ ଆଶଙ୍କା କରିଛନ୍ତି ଅଞ୍ଚଳବାସୀl