ଗବେଷଣାରୁ ଜଣାପଡିଛି ଯେ ହର୍ବାଲ ସିଗାରେଟ୍କୁ ସୁରକ୍ଷିତ ଭାବେ ଗ୍ରହଣ କରାଯାଇଥାଏ । କିନ୍ତୁ ନିୟମିତ ତମାଖୁ ସିଗାରେଟ୍ ନେବା ଅପେକ୍ଷା ହର୍ବାଲ୍ ସିଗାରେଟ୍ ଅଧିକ ହାନିକାରକ । ଭାରତ ତଥା ବିଦେଶକୁ ତମାଖୁ-ମୁକ୍ତ କରିବାକୁ ଯାଇ ହର୍ବାଲ ସିଗାରେଟ୍ର ପ୍ରଚଳନ ବଢ଼ିଛି । କିନ୍ତୁ ଏବେ ଏକ ଗବେଷଣାରୁ ଆଚମ୍ବିତ କରିବା ପରି ତଥ୍ୟ ଜଣାପଡ଼ିଛି, ନିୟମିତ ତମାଖୁ ସିଗାରେଟ୍ ତୁଳନାରେ ହର୍ବାଲ୍ ସିଗାରେଟ୍ ଅଧିକ କ୍ଷତିକାରକ । ଏହା ତମାଖୁ ଧୂଆଁଠୁ ବେଶୀ କ୍ଷତିକାରକ । ଏହି ତଥ୍ୟ ଜର୍ନାଲ୍ ଅଫ୍ ହାଜାର୍ଡ୍ସ ମେଟେରିଆଲ୍ସରେ ପ୍ରକାଶିତ ।
ଗବେଷକମାନେ କହିଛନ୍ତି, ଭାରତୀୟ ବଜାରରେ ଉପଲବ୍ଧ ହର୍ବାଲ ଓ ତମାଖୁ ସିଗାରେଟ୍ରୁ ବାହାରୁଥିବା ଧୂଆଁରେ ଭୌତିକ, ରାସାୟନିକ ଓ ଅକ୍ସିଡେଟିଭ୍ ଗୁଣର ବ୍ୟାପକ ତୁଳନା କରାଯାଉଛି । ଆଇଆଇଟି ଗାନ୍ଧୀନଗର ସିଭିଲ୍ ଇଞ୍ଜିନିୟରିଂ ଓ କେମିକାଲ୍ ବିଭାଗର ସହାୟକ ପ୍ରଫେସର ସମୀର ପଟେଲ କହିଛନ୍ତି, ଆମ ନିଷ୍କର୍ଷ ହେଉଛି ତମାଖୁଠୁ ସମ୍ପୂର୍ଣ୍ଣ ଦୂରେଇ ରହିବା । ପଟେଲଙ୍କ କହିବା ଅନୁସାରେ ହର୍ବାଲ ସିଗାରେଟ୍ରୁ ବାହାରୁଥିବା ଧୂଆଁ ତମାଖୁ ସିଗାରେଟ୍ ସହ ସମାନ ବା ଅଧିକ କ୍ଷତିକାରକ । ତାଙ୍କ ଟିମ୍ ଦର୍ଶାଇଛି, ଦୁଇ ହର୍ବାଲ ବ୍ରାଣ୍ଡ କେନ୍ଦୁ ପତ୍ରର ଉପଯୋଗ କରିଥିଲେ, ଯାହା ବିଡ଼ିରେ ବିନିଯୋଗ ହୋଇଥାଏ । ଏହା ଦେଶର ସର୍ବାଧିକ ଉପଯୋଗ ହେଉଥିବା ଧୂମପାନ ।
ଆହୁରି ପଢନ୍ତୁ - Health Tips: ଖରାରୁ ଆସି ଫ୍ରିଜ୍ର ଥଣ୍ଡା ପାଣି ପିଉଛନ୍ତି କି ? ସାବଧାନ, ହୋଇପାରେ ମାରାତ୍ମକ
ହର୍ବାଲ ସିଗାରେଟ୍ରେ ୫୦୦ ନାନୋମିଟରଠାରୁ କମ୍ ଆକାରଯୁକ୍ତ କଣିକାର ସାନ୍ଦ୍ରତା ତମାଖୁ ସିଗାରେଟ୍ ତୁଳନାରେ ୨୦ ପ୍ରତିଶତ ଅଧିକ । ଏହି କଣିକା ହୃତ୍ପିଣ୍ଡ ଓ ଶ୍ୱାସନଳୀ ସମ୍ବନ୍ଧୀୟ ରୋଗକୁ ତୀବ୍ର ବେଗରେ ବଢ଼ାଇଥାଏ । ପ୍ରତ୍ୟେକ ସିଗାରେଟ୍କୁ ଏକ ବନ୍ଦ, ସ୍ୱୟଂଚାଳିତ ଦୁଇଟି ଚାମ୍ବରଯୁକ୍ତ ରିଙ୍ଗ ଭିତରେ ଜଳା ଯାଇଥିଲା । ବିଶେଷକରି ତେନ୍ଦୁପତ୍ର ସିଗାରେଟ୍ର କାଗଜ ସିଗାରେଟ୍ ତୁଳନାରେ ୪୯ ପ୍ରତିଶତ ଅଧିକ ଅକ୍ସିଡେଟିଭ୍ କ୍ଷମତା ରହିଥାଏ । ଏକ ରାସାୟନିକ ବିଶ୍ଲେଷଣରୁ ଜଣାପଡିଛି, ଏକ ତୁଳସୀଯୁକ୍ତ ହର୍ବାଲ ସିଗାରେଟ୍ରେ ସବୁଠାରୁ ଅଧିକ ସୀସା ରହିଥାଏ, ଯାହାକୁ ୧୦୦ ପ୍ରତିଶତ ପ୍ରାକୃତିକ ସହିତ ରସାୟନମୁକ୍ତ ଭାବେ ସୁସ୍ଥ ଜୀବନଶୈଳୀ ପାଇଁ ପସନ୍ଦ କରାଯାଏ । ଆମେରିକାର ଇଲିନୟ ବିଶ୍ୱବିଦ୍ୟାଳୟର ସହାୟକ ପ୍ରଫେସର ବିଶାଳ ବର୍ମାଙ୍କ ଅନୁସାରେ, ଉପଭୋକ୍ତା ନିକୋଟିନ୍ମୁକ୍ତ ଉତ୍ପାଦକୁ କମ୍ ହାନିକାରକ ବୋଲି ଗ୍ରହଣ କରୁଛନ୍ତି ।