ଭୁବନେଶ୍ବର (ପ୍ରମେୟ ଡିଜିଟାଲ)୧୫/୦୪: ଆସାମରେ ପୁଣି ଥରେ ବିଜେପି ସରକାର । ଭୋଟ୍ ସରିଛି, ଆସାମବାସୀ ବିଜେପି ସପକ୍ଷରେ ରାୟ ଦେଇଛନ୍ତି । ଦମ୍ଭର ସହ ଏମିତି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ଓଡ଼ିଶା ଗସ୍ତରେ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ଗଣମାଧ୍ୟମକୁ ହିମନ୍ତ କହିଛନ୍ତି, ରାହୁଳ ଗାନ୍ଧି ଜଣେ ପାଗଳ।  ପଶ୍ଚିମବଙ୍ଗରେ ମଧ୍ୟ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ଆତ୍ବବିଶ୍ବାସର ସହ କହିଛନ୍ତି ବିଶ୍ବଶର୍ମା।

ରାହୁଲ ଗାନ୍ଧି ପାଗଳ:
​​​​​​​ପୁରୀରେ ମହାପ୍ରଭୁଙ୍କ ଦର୍ଶନ ଅବସରରେ ସେ କହିଛନ୍ତି, ରାହୁଲ ଜଣେ ପାଗଳ, ତାଙ୍କ କଥା ନକହିବା ଭଲ। ରାହୁଳଙ୍କୁ ଖୋଲା ଖୋଲି ଚ୍ୟାଲେଞ୍ଜ ଦେଇ କହିଲେ, ମୁଁ ଯଦି ତାଙ୍କ ନାମରେ ୧୦ଟି ଅଭିଯୋଗ ଆଣିବି ତାହାର ଉତ୍ତର ରଖିବେ କି ? ଜନତା ଓ ଗଣମାଧ୍ୟମ ସାମ୍ନାରେ ମୁଁ ମୋ ପାସପୋର୍ଟ ରଖିବି। ରାହୁଳ ରଖିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଦେଶକୁ କୁହନ୍ତୁ କେଉଁ କେଉଁ ଦେଶ ବୁଲିଛନ୍ତି ?  ମୋ ବିଷୟରେ କହିବା ପୂର୍ବରୁ ଜାଣିବା ଦରକାର ସେ ଭଗବାନ ନୁହନ୍ତି । ମୁଁ ରାହୁଳଙ୍କୁ ଚ୍ୟାଲେଞ୍ଜ କରୁଛି ସେ ତାଙ୍କ ପାସପୋର୍ଟ ଆଣି ଦିଲ୍ଲୀରେ ଗଣମାଧ୍ୟମ ସାମ୍ନାକୁ ଆସନ୍ତୁ। ମୁଁ ମଧ୍ୟ ମୋର ଓ ମୋ ପରିବାରର ପାସପୋର୍ଟ ଧରି ଆସିବି | ତାଙ୍କ ପାଖରେ କେଉଁ କେଉଁ ଦେଶର ଭିସା ଅଛି ସେ ଆଗ କୁହନ୍ତୁ | ମୋ ପରିବାର ପାଖରେ କୌଣସି ଗୋଲଡେନ ଭିସା ନାହିଁ |

ବିହାରରେ NDA ସରକାର:

ବିହାରରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବା ସଂପର୍କରେ ସେ କହିଲେ, ବିହାରରେ ବିଜେପିର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ବିହାରରେ ବିଜେପି ସରକାର ନୁହେଁ NDA ସରକାର | ମହିଳା ସଂରକ୍ଷଣ ବିଲ୍ ନେଇ ସ୍ପଷ୍ଟ ଭାବେ ହିମନ୍ତ କହିଛନ୍ତି, ମହିଳା ସଂରକ୍ଷଣ ନେଇ ସଂସଦରେ ବିସ୍ତୃତ ଆଲୋଚନା ହେବ । ଯାହାର ଯାହା ପରାମର୍ଶ ଅଛି ଦେଇପାରିବେ । ମହିଳାଙ୍କ ସଂରକ୍ଷଣ ପାଇଁ ବହୁ ବର୍ଷ ହେଲା ଚିନ୍ତା କରାଯାଇନଥିଲା | ମହିଳାମାନଙ୍କୁ ସଂରକ୍ଷଣ ଦେବାରେ ଆବଶ୍ୟକତା ରହିଛି । କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ମହିଳା ସଂରକ୍ଷଣ ବିଲ କୁ ସମର୍ଥନ ଦିଅନ୍ତୁ। ମହିଳାଙ୍କ ସମର୍ଥନ ମିଳିବ, ଅଧିକ ଭୋଟ୍ ପାଇବେ । କଂଗ୍ରେସ ପାଖରେ ସୁଯୋଗ ଅଛି ତାମିଲନାଡୁ ଓ ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ବିଲକୁ ସମର୍ଥନ କରି ମହିଳାଙ୍କ ଭୋଟ୍ ନିଜ ସପକ୍ଷରେ ନେଉ ।

ମମତା ବାନାର୍ଜୀ ହତାଶ:

ପଓ୍ବନ ଖେଡାଙ୍କୁ କଟାକ୍ଷ କରି  ହିମନ୍ତ କହିଛନ୍ତି, ଖେଡ଼ାଙ୍କୁ ତେଲେଙ୍ଗାନା କୋର୍ଟରୁ ଟ୍ରାଂଜିଟ୍ ବେଲ୍ ମିଳିପାରିବ ନାହିଁ । ସେ ତେଲେଙ୍ଗାନାର ବାସିନ୍ଦା ବୋଲି କୌଣସି ପ୍ରମାଣ ପତ୍ର ନାହିଁ। ଆସାମ ସରକାର ଏହି ପ୍ରସଙ୍ଗକୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ନେଇକି ଯାଇଛନ୍ତି । ସୁପ୍ରିମକୋର୍ଟ ଏହା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି । ଆଇନ ଅନୁସାରେ ଯାହା ନିଷ୍ପତ୍ତି ହେବ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିଶ୍ବଶର୍ମା କଡା କାଉଣ୍ଟର କରି କହିଲେ, ସେ ହତାଶ ହୋଇଗଲେଣି। ବାହାର ଲୋକଙ୍କୁ ଆଣି ବିଜେପି ଭୋଟ୍ କରାଉଥିବା ନେଇ ମମତାଙ୍କ ଅଭିଯୋଗ ଉପରେ କହିଲେ, ବାହାର ଲୋକଙ୍କୁ ଆଣି କେମିତି ଭୋଟ କରାଯାଏ ମୁଁ ଜାଣିନାହିଁ । ଯଦି ସମ୍ପୂର୍ଣ୍ଣ ଭାରତୀୟ ରେଳ ବ୍ୟବସ୍ଥାକୁ ଲଗାଯିବ ତାହେଲେ କଣ ୧ କୋଟି ଲୋକଙ୍କୁ ଅଣାଯାଇପାରିବ କି ? ମମତା ହତାଶ ହୋଇ ଯାହା ମନକୁ ଆସୁଛି ଗପୁଛନ୍ତି । ଆସାମରେ ଗତ ନିର୍ବାଚନ ଅପେକ୍ଷା ୨୦ ଲକ୍ଷ ଅଧିକ ଭୋଟ୍ ଦେଇଛନ୍ତି। ଆମେ ୨୦ ଲକ୍ଷ ଲୋକଙ୍କୁ ଆଣି ଭୋଟ୍ ଦେଇଦେଲୁ କି ? ଟ୍ରେନରେ ୨୦ ଲକ୍ଷ ଲୋକ ଆଣି ଭୋଟ୍ ଦେଇ ହେବ କି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ହିମନ୍ତ।

ଅଧିକ ପଢନ୍ତୁ-ବିହାରରେ ସମ୍ରାଟ୍ ଅଭିଷେକ, ବେଙ୍ଗଲରେ ବଢ଼ିଲା ‘ଦିଦି’ଙ୍କ ଟେନସନ: ପଡ଼ୋଶୀ ରାଜ୍ୟ ପାଇଁ ବିଜେପିର ମାଷ୍ଟରପ୍ଲାନ୍ !