ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍କୁଟିକୁ ପିଟିଲା କାର୍, ୨ ଗୁରୁତର
  • ||
  • ମୋହନା: ଘାଟିରେ ଓଲଟିଲା ମିନି ବସ୍, ୨୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଶ୍ୱକପ୍‌ ମହାକୁମ୍ଭକୁ ଆଉ ୩ ଦିନର ଅପେକ୍ଷା: ୧୦ ଦଳ, ୧୦ ଭେନ୍ୟୁ, ୪୮ ମ୍ୟାଚ୍‌ରେ ହେବ ମୁକାବିଲା
  • ||
  • ରାଉରକେଲା: ଝଗଡ଼ା ସମାଧାନ କରିବାକୁ ଯାଇଥିଲେ..ଠେଲାପେଲା ବେଳେ ତଳେ ପଡ଼ି ମହିଳା ଏଏସ୍‌ଆଇ ମୃତ
  • ||
  • ଭୁବନେଶ୍ୱର: ରାଜଧାନୀରେ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: କିଲର୍‌ ଚାଳକର ପତ୍ତା ପାଉନି ପୁଲିସ, ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ
  • ||
  • ପୁରୀ: ଶ୍ରୀମନ୍ଦିରରେ ପୁଣି ବୁଲିଲା କ୍ୟାମେରା: ଭୋଗ ଆଟିକା ନିକଟରୁ ବନ୍ଧାହେଲା ଅଭିଯୁକ୍ତ, ସ୍ପାଏ ପେନ୍‌ କ୍ୟାମେରା ଜବତ
  • ||
  • ମାଦ୍ରିଦ: ସ୍ପେନ ନାଇଟ୍‌ କ୍ଲବରେ ଭୀଷଣ ଅଗ୍ନିକାଣ୍ଡରେ ଭୁଶୁଡିଲା ଛାତ: ୧୩ ମୃତ, ୪ ଆହତ
  • ||
  • ଭୁବନେଶ୍ୱର: ୟୁନିଟ୍‌-୧ ହାଟରେ ତାଲା, ୩ ଦିନି ସାଢେ ୭ କୋଟି ଘାଟା: ମଙ୍ଗଳବାର ବିଏମ୍‌ସି ସହ ହାଟ କମିଟିର ଆଲୋଚନା
  • ||
  • ଭୁବନେଶ୍ୱର: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ରାଜଧାନୀର ବଡ଼ଗଡ଼ରୁ ଶୁଭାରମ୍ଭ କରିବେ ନବୀନ
  • ||
  • ବିଶ୍ୱ ପାଇଁ ଆଶ୍ୱସ୍ତି: ସଟ୍‌ଡାଉନ୍‌ରୁ ବର୍ତ୍ତିଗଲା ଆମେରିକା, ଶେଷ ମୁହୂର୍ତ୍ତରେ ଫଣ୍ଡିଂ ବିଲ୍‌ ମଞ୍ଜୁର
  • ||
  • ଭୁବନେଶ୍ୱର; ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ବିଜେପି ପକ୍ଷରୁ ୧୨ ଘଣ୍ଟିଆ ହିନ୍ଦୋଳ ବନ୍ଦ, ଯାନବାହନ ଚଳାଚଳ ଠପ୍

ହିନ୍ଦୋଳ, ୮/୯ : ହିନ୍ଦୋଳ ନଗର ମଣ୍ତଳ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ହିନ୍ଦୋଳ ଏନଏସିର ବିଭିନ୍ନ ପ୍ରକାର ସମସ୍ୟାକୁ ନେଇ ଏହି ବନ୍ଦ ପାଳନ କରାଯାଉଛି। ଫଳରେ ଯାନବାହନ ଚଳାଚଳ ସହ ଜୀବନଯାତ୍ରା ଠପ୍ ହୋଇଯାଇଛି l 

ହିନ୍ଦୋଳ ଡାକ୍ତରଖାନାରେ ଖାଲିଥିବା ସମସ୍ତ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ପଦବୀ ପୂରଣ, ଅଘୋଷିତ ବିଦ୍ୟୁତ କାଟକୁ ରୋକି ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ, ଜଙ୍ଗଲୀ ହାତୀ ବ୍ୟାପକ ଧନ ଜୀବନ ନଷ୍ଟ କରୁଥିବାରୁ ଏହାକୁ ରୋକିବାକୁ ଉଚିତ୍ ପଦକ୍ଷେପ ଗ୍ରହଣ, ହିନ୍ଦୋଳ ଖେଳପଡିଆର ଉନ୍ନତି କରଣ, ଏନଏସିରେ ହେଉଥିବା ମୁକ୍ତା ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ସ୍ୱଚ୍ଛତା ଅବଲମ୍ବନ, ବାସହୀନ ପରିବାରକୁ ତୁରନ୍ତ ଜମିପଟା ଓ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ ଆଦି ଦାବି ନେଇ ସକାଳ ୬ ଟାରୁ ଏନଏସି ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଦଳୀୟ କର୍ମକର୍ତ୍ତା ରାସ୍ତା ଅବରୋଧ କରି ବନ୍ଦ ପାଳନ କରୁଥିବା ଦେଖିବାକୁ ମିଳୁଛି। ନଗର ମଣ୍ତଳ ସଭାପତି ସନ୍ତୋଷ ବେହେରା, ବରିଷ୍ଠ ବିଜେପି ନେତା ଅଜୟ କୁମାର ଦାସ, ମନୋରଞ୍ଜନ ନାଏକ, ବିଶ୍ୱଭୂଷଣ ଦାସ ପ୍ରମୁଖ ବହୁ ନେତୃମଣ୍ତଳି ବିଭିନ୍ନ ସ୍ଥାନରେ ଅନ୍ଦୋଳନରେ ସାମିଲ ହୋଇଛନ୍ତି l ଏହାଦ୍ୱାରା ଯାନବାହାନ ଚଳାଚଳ ବନ୍ଦ ରହିଛି । ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ ଚାଲିଛି । ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ ରହିଛନ୍ତି ।

PrameyaOdia
prameyanews
prameya

Copyright © 2022 - Summa Real Media Private Limited. All Rights Reserved.