ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ସରକାର ଶୁଣିଲେନି, ମାର୍କଣ୍ଡି ମୁହାଣରେ ବନ୍ଧ ବାନ୍ଧିଲେ ଲୋକେ

Published By : Rasmita Pradhan | October 23, 2024 10:53 AM

ବ୍ରହ୍ମପୁର/ରଙ୍ଗେଇଲୁଣ୍ଡା, ୨୩/୧୦ : ବର୍ଷ ବର୍ଷ ଧରି ଅପେକ୍ଷା କଲେ ତଥାପି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ମାର୍କଣ୍ଡି ମୁହାଣରେ ନିର୍ମାଣ ହୋଇପାରିଲାନି ପଥରବନ୍ଧ (ସି’ଗାର୍ଡ ୱାଲ)  । ମତ୍ସ୍ୟଜୀବୀଙ୍କ ଜୀବିକା ବିପଦରେ ଥିଲେ ବି ସରକାର ଶୁଣିଲେ ନାହିଁ । ବାରମ୍ବାର ବାତ୍ୟା ଆସୁଥିବାରୁ ଜୁଆର ମାଡ଼ରେ ଲକ୍ଷ ଲକ୍ଷ ଟଙ୍କାର ଡଙ୍ଗା ବି କ୍ଷତି ହେଲା । ଏବେ ଆଉ ସରକାର କି ପ୍ରଶାସନ ଉପରେ ଭରସା କଲେ ନାହିଁ ମାର୍କଣ୍ଡି ଗ୍ରାମବାସୀ । ସାମ୍ଭାବ୍ୟ ବାତ୍ୟା ‘ଦାନା’ ପ୍ରଭାବରେ ଗଞ୍ଜାମ ଉପକୂଳରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ ଗ୍ରାମବାସୀ ନିଜସ୍ୱ ଖର୍ଚ୍ଚରେ ମାର୍କଣ୍ଡି ମୁହାଣରେ ବାଲି ବସ୍ତା ପକାଇ ବନ୍ଧ ବାନ୍ଧିଛନ୍ତି । ବର୍ଷା ଜଳକୁ ସଂରକ୍ଷିତ ରଖିବା ସହ ଜୁଆର ମାଡ଼ରୁ ଡଙ୍ଗାକୁ ସୁରକ୍ଷା ଦେବାକୁ ଏହି ବନ୍ଧ ବାନ୍ଧିଥିବା କହିଛନ୍ତି ଗ୍ରାମବାସୀ । ହଜାର ହଜାର ମତ୍ସ୍ୟଜୀବୀ ଏହି ମୁହାଣ ଦେଇ ସମୁଦ୍ରକୁ ମାଛ ମାରିବାକୁ ଯାଉଛନ୍ତି । 

ବର୍ଷ ତମାମ ସେମାନଙ୍କ ଡଙ୍ଗା ମୁହାଣରେ ରହୁଛି । ଅଧିକ ବର୍ଷା ହେଲେ କିମ୍ବା ଜୁଆର ଆସିଲେ ଡଙ୍ଗା ଭାସି ଯାଉଛି । ସରକାରଙ୍କ ନିକଟରେ ବାରମ୍ବାର ଦାବି ଉପସ୍ଥାପନ କରିଛନ୍ତି । କିନ୍ତୁ ଜେଟି ନିର୍ମାଣ ହୋଇପାରି ନାହିଁ । ଦୁଇ ଦିନ ତଳୁ ସାତ ଫୁଟ ଉଚ୍ଚରେ ବାଲି ବସ୍ତା ପକାଇ ବନ୍ଧ ବାନ୍ଧି ଥିଲେ କିନ୍ତୁ ବଡ଼ ଜୁଆର ମାଡି ବାଲି ବସ୍ତା ଗୁଡ଼ିକୁ ଭସାଇ ନେଇଥିଲା । ଆଜି ମରାମତି କରିବା ସହ ମଜବୁତ କରିବାକୁ ଅଧିକ ବାଲି ବସ୍ତା ପକାଇଛନ୍ତି । ତିନି ମାସ ମାଛ ମାରିବା ପାଇଁ ଏହି ବାଲି ବସ୍ତା ପକାଇ ବନ୍ଧ ନିର୍ମାଣ କରାଯାଇଥିବା ଗ୍ରାମବାସୀ କହିଛନ୍ତି । ଆଗକୁ ବର୍ଷା ଜଳକୁ ଉପକୂଳରୁ ସମୁଦ୍ରକୁ ନ ଛାଡିବା ପାଇଁ ଏଭଳି ବନ୍ଧ ବନ୍ଧା ଯାଇଛି ବୋଲି ଗ୍ରାମର ବି. ରୁଦ୍ରାୟା, ଏନ୍‌. ଜାଗାରାଓ, ଜି. ଉମାପତି, ପି. ତୁଳୁସାୟା, ଏମ.କାଳିଆ, ଏମ.କାଶୀ ମତ୍ସ୍ୟ ଜିବୀ ମାନେ ନିଜର ମତ ରଖିଛନ୍ତି । ମୁହାଣରେ ବର୍ଷା ଜଳ ଜମି ରହି ବନ୍ଧ ସୃଷ୍ଟି ହେଲେ ଡ଼ଙ୍ଗା ନେବା ଆଣିବାରେ ସମସ୍ୟା ରହିବ ନାହିଁ । ଏହି ମୁହାଣ ଉପରେ ମାର୍କଣ୍ଡି, ଗାରାମପେଟା, ନୂଆ ଗୋଳାବନ୍ଧ, ପୁରୁଣା ଗୋଳାବନ୍ଧ, ପୁରୁଣା ବାଇସେଲି, ନୂଆ ବାଇସେଲି, ଭେଙ୍କଟରାୟପୁର, ଦିଗିପୁର, ଗୋପାଳପୁର ପ୍ରଭୃତି ଅଞ୍ଚଳର ମତ୍ସ୍ୟଜୀବୀ ପରିବାର ନିର୍ଭର କରୁଛନ୍ତି । 

ମତ୍ସ୍ୟଜୀବୀଙ୍କ ସୁବିଧା ପାଇଁ ମାର୍କଣ୍ଡି ମୁହାଣରେ ଏକ ଜେଟି (ମତ୍ସ୍ୟ ଅବତରଣ କେନ୍ଦ୍ର) ତିଆରି କରାଯାଇଛି । ସେହିପରି ଗୋଦାମ ଗୃହ ସହିତ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ଉପଲବ୍ଧ କରାଯାଇଛି । ହେଲେ ସମୁଦ୍ରକୁ ଯିବା ପାଇଁ ରହିଥିବା ମୁହାଣ ପୋତି ହୋଇ ଯାଇଥିବାରୁ ମତ୍ସ୍ୟଜୀବୀ ନାନା ହଇରାଣ ହେଉଛନ୍ତି । ମୁହାଣ ପୋତି ହୋଇ ଯାଇଥିବା ବେଳେ ପାଣି ମଧ୍ୟ ନାହିଁ । ମୁହାଣ ରାସ୍ତାରେ ସମୁଦ୍ରକୁ ଡଙ୍ଗା ନେଲେ ବାଲି ଲାଗି ଯାଉଛି । ଫଳରେ ଯେଉଁ ଡଙ୍ଗା ସମୁଦ୍ରକୁ ଯାଉଛି, ତାକୁ ମତ୍ସ୍ୟଜୀବୀ ସମୁଦ୍ର ଭିତରେ ଲଙ୍ଗର ପକାଇ ରଖୁଛନ୍ତି । ଏହାଦ୍ୱାରା ବିଭିନ୍ନ ସମୟରେ ନାନା ଦୁର୍ଘଟଣା ମଧ୍ୟ ଘଟୁଛି । ବଡ଼ ଲହଡ଼ି ଆସିଲେ କିମ୍ବା ହଠାତ ସମୁଦ୍ର ଅଶାନ୍ତ ହେଲେ ଡଙ୍ଗା କ୍ଷତିଗ୍ରସ୍ତ ହେଉଥିବା ମତ୍ସ୍ୟଜୀବୀ ଅଭିଯୋଗ କରିଛନ୍ତି । ମୁହାଣ ପୋତି ହୋଇଥିବାରୁ ବର୍ତ୍ତମାନ ମାଛଧରା ପ୍ରଭାବିତ ହେଉଛି । ଏମିତି କି ଜେଟି ନଥିବାରୁ ମାଛ ନ ଧରିବା ଯୋଗୁଁ ମତ୍ସ୍ୟଜୀବୀ ଗାଁ ଛାଡି ଦାଦନ ମୁହାଁ ହେଇଥିବା କହିଛନ୍ତି ଅଞ୍ଚଳବାସୀ । ପ୍ରତିବର୍ଷ ନିଜ ଖର୍ଚ୍ଚରେ ଏଭଳି ବନ୍ଧ ବାନ୍ଧିବାକୁ ପଡୁଛି ବୋଲି କହିଛନ୍ତି ଗ୍ରାମବାସୀ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.