ମୁମ୍ବାଇ, ୮/୨ : କୌଣସି ମ୍ୟାଚର୍ ପ୍ରଥମ ବଲରେ ଓ୍ବିକେଟ ନେବା ଖାସ୍ ଉପଲବ୍ଧି ଅଟି । ମ୍ୟାଚର ପ୍ରଥମ ବଲରେ ଓ୍ବିକେଟ ନେବା ବି କୌଣସି ବୋଲର ଲାଗି ସ୍ବପ୍ନ ଭଳି ହୋଇଥାଏ । କିନ୍ତୁ ଏଥିରେ ସବୁଠାରୁ ଖାସ୍ ଅଟେ ଅନ୍ତରାଷ୍ଟ୍ରୀୟ କ୍ରିକେଟ କ୍ୟାରିୟରର ପ୍ରଥମ ବଲରେ ଓ୍ବିକେଟ ନେବା । ଏହି ବିଶେଷ ଏବଂ ଐତିହାସିକ ଉପଲବ୍ଧି ନେପାଳର ଶେର ମଲ୍ଲା ହାସଲ କରିଛନ୍ତି ।
୨୦୨୬ ଟି-୨୦ ବିଶ୍ବକପରେ ସେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ନିଜ ଅନ୍ତରାଷ୍ଟ୍ରୀୟ ଡେବ୍ୟୁ କରିବା ଅବସରରେ ଏହି ସଫଳତା ମିଳିଛି । ସେ ମ୍ୟାଚର ଦ୍ବିତୀୟ ଓଭର ପକେଇଥିଲେ ଏବଂ ପ୍ରଥମ ବଲରେ ଫିଲ ସାଲ୍ଟଙ୍କ ଓ୍ବିକେଟ ନେଇ ଇତିହାସ ରଚିଛନ୍ତି। ଶେର ମଲ୍ଲା ଫିଲ ସାଲ୍ଟଙ୍କୁ ସନ୍ଦୀପ ଲାମିଛାନେଙ୍କ ହାତରେ କ୍ୟାଚ୍ ଆଉଟ କରିଥିଲେ ।
ଶେର ମଲ୍ଲା, ନେପାଳର ଦ୍ବିତୀୟ ବଲରେ ଯିଏ ନିଜ ଟି-୨୦ କ୍ୟାରିୟରର ପ୍ରଥମ ବଲରେ ଓ୍ବିକେଟ ନେଇଛନ୍ତି । ତାଙ୍କ ପୂର୍ବରୁ ପାରସ ଖଡ଼କା ଏଭଳି କରିଥିଲେ । ଯିଏ ହଙ୍ଗ୍ କଙ୍ଗ୍ ବିପକ୍ଷ ମ୍ୟାଚରେ ନିଜ କ୍ୟାରିୟରର ପ୍ରଥମ ବଲରେ ଓ୍ବିକେଟ ନେଇଥିଲେ । ଶେର ମଲ୍ଲା ଏହା ପୂର୍ବରୁ ନେପାଳ ଏବଂ ନେପାଳ ଅଣ୍ଡର-୧୯ ଟିମ୍ ଲାଗି ବି ଖେଳି ସାରିଛନ୍ତି ।