ଭୁବନେଶ୍ଵର, ୨/୭ : ଝାରପଡା ଜେଲରେ ଏଡ୍ସ ଆତଙ୍କ। ଜେଲରେ ବଢୁଛି ଏଚଆଇଭି ପଜିଟିଭ ସଂଖ୍ୟା । କିଛିଦିନ ତଳେ ମହିଳା ଥାନା ଦ୍ୱାରା ଦୁଷ୍କର୍ମ ଅଭିଯୋଗରେ କୋର୍ଟଚାଲାଣ ହୋଇଥିବା ଜଣେ ଅଭିଯୁକ୍ତ ଏଡସ୍ ଆକ୍ରାନ୍ତ ବୋଲି ଜଣାପଡିଛି । କୋଚିଂ ସେଣ୍ଟରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ କୋର୍ଟଚାଲାଣ କରିଥିଲା ମହିଳା ଥାନା ପୁଲିସ । ଅଭିଯୁକ୍ତ ଜଣଙ୍କ ଏଚଆଇଭି ପଜିଟିଭ ଜଣାପଡିବା ପରେ ଏ ନେଇ ଚିଠି ଲେଖିଛନ୍ତି ଜେଲ କର୍ତ୍ତୃପକ୍ଷ । ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଓ ଡିସିପିଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରାଯାଇଛି।
ବର୍ତ୍ତମାନ ଝାରପଡା ଜେଲରେ ୮ ଜଣ ଏଚଆଇଭି ପଜିଟିଭ ଅନ୍ତେବାସୀ ଥିବା କଥା ଜଣାପଡିଛି। ଏଭଳି ଖବର ଜଣାପଡିବା ପରେ ଜେଲରେ ଭୟର ବାତାବରଣ ଖେଳିଯାଇଛି।
ଆହୁରି ପଢନ୍ତୁ- ହୋଟେଲ ସୁଇମିଂ ପୁଲ୍ରେ ବୁଡ଼ି ଯୁବତୀଙ୍କ ମୃତ୍ୟୁ ମାମଲା: ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ, ଜଣାପଡ଼ିଲା ମୃତ୍ୟୁ କାରଣ
ଅଲାରନାଥ ପୀଠରେ ଭକ୍ତଙ୍କ ଗହଳି,ଦର୍ଶନ ପାଇଁ ଲାଗିଛି ଲମ୍ବା ଲାଇନ୍..ଶୃଙ୍ଖଳିତ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ