ଆଠମଲ୍ଲିକ,୦୫/୦୬: ଅନୁଗୋଳ- ସମ୍ବଲପୁର ଜାତୀୟ ରାଜପଥ ଲୁହାମୁଣ୍ଡା ନିକଟରେ ଭୟଙ୍କର ଦୁର୍ଘଟଣା। କୋଇଲା ବୋଝେଇ ଟ୍ରକକୁ ଧକ୍କା ଦେଲା  ଦିଲଖୁସ ନାମକ ଯାତ୍ରୀବାହୀ ବସ। ଫଳରେ  ବସ୍ କଣ୍ଡକ୍ଟରଙ୍କ ମୃତ୍ୟୁ ହୋଇଥିବା ବେଳେ  ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ଆହୁରି ପଢନ୍ତୁ-ବିଗୁଡ଼ୁଛି ରାଜଧାନୀ ପରିବେଶ ସନ୍ତୁଳନ : ମାନଚିତ୍ରରୁ ଲିଭିଗଲାଣି ‘ଅସୁର କିଆରି’, କାଞ୍ଜିଆ ହ୍ରଦରେ ଆଉ ଫୁଟୁନି କଇଁ

ସୂଚନା ମୁତାବକ, ବିଳମ୍ୱିତ ରାତି ପ୍ରାୟ ଅଢେଇଟା ସମୟରେ ଦିଲଖୁସ ବସ୍ ଭୁବନେଶ୍ୱରରୁ ବାହାରି ଝାରସୁଗୁଡ଼ା ଅଭିମୁଖେ ଯାଉଥିଲା। ହେଲେ ଲୁହାମୁଣ୍ଡା ନିକଟରେ ଭାରସାମ୍ୟ ହରାଇ ବସଟି   ରାସ୍ତା କଡ଼ରେ ଛିଡା ହୋଇଥିବା ଏକ କୋଇଲା ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା।ଫଳରେ ବସ କଣ୍ଡକ୍ଟରଙ୍କର ମୃତ୍ୟୁ ହୋଇଥିବାର ସୁଚନା ମିଳିଛି। ସେପଟେ ଏନେଇ ଖବର ପାଇ ଘଟଣର ତଦନ୍ତ କରୁଛି ପୁଲିସ ।