ବଲାଙ୍ଗିର ୧୭/୦୬ : ବଲାଙ୍ଗିର ପାଟଣାଗଡ଼ ଡାକ୍ତରଖାନାରେ ଉତ୍ତେଜନା ସୃଷ୍ଟି। ଡାକ୍ତରୀ ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ। ଘଟଣାସ୍ଥଳରେ ପୁଲିସର ତଦନ୍ତ।
ସୂଚନା ଅନୁସାରେ, ଗତକାଲି ପାଟଣାଗଡ଼ ଥାନା ଚି଼ଙ୍ଗେରବନ୍ଧ ଗାଁର ଜଣେ ମହିଳାଙ୍କୁ ପ୍ରସବ ପାଇଁ ପାଟଣାଗଡ଼ ଡାକ୍ତରଖାନାକୁ ଆଣିଥିଲେ। ହେଲେ ଡାକ୍ତରଖାନାରେ ପ୍ରସୂତି କରିବା ପାଇଁ ଡାକ୍ତର ନଥିବାରୁ ଡ୍ୟୁଟିରେ ଥିବା ନର୍ସ ଚିକିତ୍ସା କରିଥିଲେ। ଡାକ୍ତରଙ୍କ ଅନୁପସ୍ଥିତ ଥିବାରୁ ପରିବାର ତରଫରୁ ବାରମ୍ବାର ବଲାଙ୍ଗିର ସ୍ଥାନାନ୍ତର ପାଇଁ କୁହାଯାଉଥିଲେ ସୁଦ୍ଧା ଏଠାରେ ପ୍ରସୂତି ହୋଇଯିବ ବୋଲି ନର୍ସ କହିଥିଲେ। ରାତିସାରା କଷ୍ଟ ପାଇବାପରେ ଆଜି ସକାଳରେ ଗୋଟିଏ ମୃତସନ୍ତାନ ଜନ୍ମ ହୋଇଥିଲା। ତେବେ ଡାକ୍ତରଙ୍କ ଅବହେଳାରୁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ତରଫରୁ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇଁ ପାଟଣାଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି ।
ଆହୁରି ପଢ଼ନ୍ତୁ...ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚ ପକ୍ଷରୁ ରଜ ମଉଜ; ଶେଷ ଦିନରେ ଜମିଲା ସାଂସ୍କୃତିକ କାର୍ଯ୍ୟକ୍ରମ