ପ୍ରମୁଖ ଖବର
  • ଠାକୁରଡ଼ିହି ଛକରେ କଳ୍ପନା ପରିବହନ ସଂସ୍ଥାର କର୍ମଚାରୀଙ୍କୁ ବନ୍ଦୁକ ମୁନରେ ଲୁଟ୍, ୧୩ ଲକ୍ଷରୁ ଅଧିକ ଟଙ୍କା ନେଇ ଗଲେ ଦୁର୍ବୃତ୍ତ
  • ||
  • ବାହାରିଲା ICSE ଦଶମ ଓ ଦ୍ୱାଦଶ ରେଜଲ୍ଟ, ୱେବ୍‌ସାଇଟ୍‌ରେ ମାର୍କ ଉପଲବ୍ଧ
  • ||
  • ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଇଡିର ରେଡ୍, ସହାୟକଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା
  • ||
  • ବ୍ରହ୍ମପୁରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କନିଷି ପଡ଼ିଆରେ କରିବେ ପ୍ରଚାର
  • ||
  • ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ “ପଇତାଲାଗି ନୀତି”, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ସୋମବାରଠୁ OJEE ପ୍ରବେଶିକା: ପରୀକ୍ଷା ଦେବେ ୬୫, ୭୪୨ ଶିକ୍ଷାର୍ଥୀ, ମେ’ ୧୦ ଯାଏ ଏକ୍‌ଜାମ୍
  • ||
  • କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଭବାନୀପାଟଣା ଓ ଖଡିଆଳରେ ଜନସଭାରେ କରିବେ ପ୍ରଚାର
  • ||
  • ଖମ୍ବେଶ୍ୱରୀପାଲି ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ଏକାଧିକ ଯାତ୍ରୀ ଆହତ
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇ- ହାଇଦ୍ରାବାଦ ଲଢ଼େଇ, ଇଣ୍ଡିଆନ୍ସ ପାଇଁ ‘କର ବା ମର’
  • ||
  • ଦକ୍ଷିଣ ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ପାୱାର ସୋ’: ଆଜି ବ୍ରହ୍ମପୁର, ନବରଙ୍ଗପୁରରେ କମ୍ପିବ ପ୍ରଚାର ମଇଦାନ୍
  • ||
  • ୨୧ ଦିନ ହେବ ଜଳୁଛି ଓଡ଼ିଶା, ଆଜି ବି କମିବନି ପ୍ରକୋପ; ୭ରୁ ବର୍ଷା ଆଶା, କମିବ ଯନ୍ତ୍ରଣା
  • ||

ବିବାହ ପ୍ରୋସେସନ୍ ବେଳେ ବାଣ ପଡ଼ି ଜଳିଗଲା ଘର, ଫାଟିଲା ଗ୍ୟାସ୍ ସିଲିଣ୍ଡର; ଗୋଟିଏ ପରିବାରର ୬ ସଦସ୍ୟ ଜୀବନ୍ତଦଗ୍ଧ

ପାଟନା: ବିହାରର ଦରଭଙ୍ଗା ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ବିବାହ ଉତ୍ସବରେ ଫୁଟୁଥିବା ବାଣ ପଡ଼ି ଏକ ଘର ଜଳିଯିବା ସହ ଘରେ ଥିବା ୬ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ମୃତକ ସମସ୍ତେ ଏକ ପରିବାରର ବୋଲି ଜଣାପଡ଼ିଛି । ଦରଭଙ୍ଗା ଜିଲ୍ଲାର ଅଣ୍ଟୋର ଗାଁରେ ଏହି ଅଘଟଣ ଘଟିଛି । ଗାଁରେ ଏକ ବିବାହ ପ୍ରୋସେସନ ଚାଲିଥିଲା । ବରଯାତ୍ରୀ ଆସୁଥିବା ବେଳେ ରୋଷଣୀରେ ଗାଁ ଦାଣ୍ଡ ଫାଟି ପଡ଼ୁଥିବା ବେଳେ ଭଳିକି ଭଳି ବାଣ ଫୁଟୁଥିଲା ।

ଏହି ସମୟରେ ଏକ ବାଣ ପାଖରେ ଥିବା ଘର ଉପରେ ପଡ଼ି ଯାଇଥିଲା। ଫଳରେ ସେହି ଘରେ ସଙ୍ଗେ ସଙ୍ଗେ ନିଆଁ ବ୍ୟାପି ଯାଇଥିଲା।ଦେଖୁ ଦେଖି ଘରେ ଥିବା ଗ୍ୟାସ୍‌ ସିଲିଣ୍ଡରରେ ନିଆଁ ଲାଗି ତାହା ବିସ୍ଫୋରଣ ହୋଇଥିଲା। ଏହାପରେ ପାଖରେ ଥିବା ଏକ ଡିଜେଲ ଡ୍ରମରେ ନିଆଁ ଲାଗି ଯାଇଥିଲା। ଫଳରେ ଘରେ ରହି ଯାଇଥିବା ୬ ଜଣଙ୍କୁ ବାହାର କରିବା ସମ୍ଭବପର ହୋଇ ପାରି ନ ଥିଲା। 

ଗ୍ରାମବାସୀଙ୍କ ଆଖି ଆଗରେ ଏକ ପରିବାରର ୬ ଜଣ ଜୀବନ୍ତ ଜଳି ଯାଇଥିଲେ। ଏଥିସହ ନିଆଁ ଆଖପାଖ ଘରକୁ ବି ବ୍ୟାପିବାକୁ ଲାଗିଲା। ଖବର ପାଇ ତୁରନ୍ତ ପୋଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିଲେ। ବହୁ ପରିଶ୍ରମ ପରେ ସେମାନେ ନିଆଁକୁ ଆୟତ୍ତ କରିଥିଲେ। ଏହାପରେ ତୁରନ୍ତ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ଏହି ଘଟଣାର ଯାଞ୍ଚ ସମେତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦରଭଙ୍ଗା ଜିଲ୍ଲାପାଳ କହିଛନ୍ତି।

  • fire cut
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.