ସଂସଦରେ ଗର୍ଜିଲେ ଶାହା…
ଭୋଟ ଚୋରି ଅଭିଯୋଗର ରଖିଲେ ଜବାବ...
କଂଗ୍ରେସ ଅମଳର ଭୋଟ ଚୋରିର ରଖିଲେ ୩ ଉଦାହରଣ…
ନୂଆଦିଲ୍ଲୀ : ବୁଧବାର ଲୋକସଭାରେ ନିର୍ବାଚନ ସଂସ୍କାର ଉପରେ ଆଲୋଚନା ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସ ଉପରେ ଜୋରରେ ବର୍ଷିଛନ୍ତି । ସେ କଂଗ୍ରେସ ଦଳ ପକ୍ଷରୁ ଲଗାଯାଇଥିବା ଭୋଟ ଚୋରି ଅଭିଯୋଗର ଦୃଢ ଜବାବ ଦେଇଛନ୍ତି। ଏହି ସମୟରେ ଶାହ ବିରୋଧୀ ଦଳ ଗୁଡ଼ିକ ଉପରେ କଠୋର ଆକ୍ରମଣ କରିଥିଲେ ଏବଂ କଂଗ୍ରେସ ଦଳକୁ ଏହାର ଇତିହାସ ମନେ ପକାଇ ଦେଇଥିଲେ। ସେ କହିଥିଲେ ଯେ, ସେ ଗୃହକୁ ଭୋଟ ଚୋରିର ତିନୋଟି ଘଟଣା ବର୍ଣ୍ଣନା କରିବାକୁ ଚାହାଁନ୍ତି, ଯାହା ଅତୀତରେ କଂଗ୍ରେସ ଦଳ କରିଛି।
ପ୍ରଥମ ଭୋଟ ଚୋରି - ଅମିତ ଶାହ କହିଛନ୍ତି, "ସ୍ୱାଧୀନତା ପରେ, ଦେଶର ପ୍ରଧାନମନ୍ତ୍ରୀ କିଏ ହେବେ ତାହା ନିର୍ଣ୍ଣୟ କରିବା ପାଇଁ ଭୋଟ୍ କରାଯାଇଥିଲା । ସେହି ସମୟରେ, ପ୍ରତ୍ୟେକ ପ୍ରଦେଶର କଂଗ୍ରେସ ସଭାପତି ମାନଙ୍କୁ ଗୋଟିଏ ଲେଖାଏଁ ଭୋଟ୍ ପାଇଁ ବିଚାର କରାଯାଇଥିଲା। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ୨୮ ଭୋଟ୍ ମିଳିଥିଲା, ଏବଂ ଜବାହରଲାଲ ନେହେରୁଙ୍କୁ ୨ ଭୋଟ୍ ମିଳିଥିଲା। ତଥାପି, ଜବାହରଲାଲ ନେହେରୁ ପ୍ରଧାନମନ୍ତ୍ରୀ ହୋଇଥିଲେ।"
ଦ୍ୱିତୀୟ ଭୋଟ ଚୋରି - ଅମିତ ଶାହ କହିଛନ୍ତି, "ଅନୈତିକ ଉପାୟରେ ନିର୍ବାଚନ ଜିତିବା। ଇନ୍ଦିରା ଗାନ୍ଧୀ ରାୟବରେଲିରୁ ନିର୍ବାଚିତ ହୋଇଥିଲେ। ଆହ୍ଲାବାଦ ହାଇକୋର୍ଟ ନିର୍ଣ୍ଣୟ କରିଥିଲେ ଯେ ଇନ୍ଦିରା ଗାନ୍ଧୀ ନିରପେକ୍ଷ ଉପାୟରେ ନିର୍ବାଚନ ଜିତି ନାହାଁନ୍ତି, ତେଣୁ ଆମେ ତାଙ୍କ ନିର୍ବାଚନକୁ ବାତିଲ କରୁଛୁ। ଏହା ଭୋଟ ଚୋରି ଥିଲା। ଏହି ଭୋଟ ଚୋରିକୁ ଘୋଡାଇବା ପାଇଁ, ସଂସଦରେ ଏକ ଆଇନ ପାସ୍ କରାଯାଇଥିଲା ଯାହା ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମାମଲାକୁ ନିଷିଦ୍ଧ କରିଥିଲା। ତାପରେ, ଯେତେବେଳେ ଏହି ବିବାଦକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା, ମାମଲା ଜିତିବା ପାଇଁ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଥିବା ସୁପ୍ରିମକୋର୍ଟ ବିଚାରପତିଙ୍କୁ ଏଡାଇ ଚତୁର୍ଥ ସ୍ଥାନରେ ଥିବା ବିଚାରପତିଙ୍କୁ ମୁଖ୍ୟ ବିଚାରପତି କରାଯାଇଥିଲା ଏବଂ ମାମଲା ଜିତି ଯାଇଥିଲା।"
ତୃତୀୟ ଭୋଟ ଚୋରି - ଅମିତ ଶାହ କହିଛନ୍ତି, "ଯୋଗ୍ୟତା ଅଭାବ ସତ୍ତ୍ୱେ,ସୋନିଆ କିପରି ଭୋଟର ହୋଇଗଲେ ? ସମ୍ପ୍ରତି ଦିଲ୍ଲୀ କୋର୍ଟରେ ଏକ ବିବାଦ ପହଞ୍ଚିଛି ଯେ,ସୋନିଆ ଗାନ୍ଧୀ ଦେଶର ନାଗରିକ ହେବା ପୂର୍ବରୁ କିପରି ମତଦାନ କରିଥିଲେ ।
ସେମାନଙ୍କ ପରାଜୟର ପ୍ରକୃତ କାରଣ ହେଉଛି ସେମାନଙ୍କର ନେତୃତ୍ୱ...
ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି କି, "ଏହି ଭୋଟ ଚୋରମାନେ ଭୋଟ ଚୋରି କରି ଚାଲିଥିଲେ, ଅନୁପ୍ରବେଶକାରୀ ବଞ୍ଚାଅ ଯାତ୍ରା ଆୟୋଜନ କରିଥିଲେ, ଏବଂ ବିହାରରେ ଦୁଇ-ତୃତୀୟାଂଶ ବହୁମତ ସହିତ ଆମର ସରକାର ଗଠନ ହୋଇଥିଲା। ଏହା ଏକ ନୂତନ ପରମ୍ପରା... ୟେତେବେଳେ ସେମାନେ ଦେଶ ଭିତରେ ନିର୍ବାଚନ ଜିତି ନପାରନ୍ତି, ତେବେ ସେମାନେ ନିର୍ବାଚନ କମିଶନ, ନିର୍ବାଚନ ପ୍ରକ୍ରିୟା ଏବଂ ଭୋଟର ତାଲିକାକୁ ବଦନାମ କରନ୍ତି। ସେମାନଙ୍କ ପରାଜୟର ପ୍ରକୃତ କାରଣ ହେଉଛି ସେମାନଙ୍କର ନେତୃତ୍ୱ । ଇଭିଏମ୍ କିମ୍ବା ଭୋଟର ତାଲିକା ନୁହେଁ।
ଏହା ସହ ପଢନ୍ତୁ : ଉତ୍ତର ପ୍ରଦେଶର ବାରବାଙ୍କିରେ ଭୟଙ୍କର ସଡକ ଦୁର୍ଘଟଣା, ଧକ୍କା ଦେବା ପରେ ରାସ୍ତାରେ ଜଳିଗଲା ୨ କାର୍, ୫ ଜୀବନ୍ତ ଦଗ୍ଧ…