ଭୁବନେଶ୍ୱର : କ୍ରୋଧ ଆସିବା ଓ କ୍ରୋଧିତ ହେବା ଦୁଇଟି ଅଲଗା କଥା। ଯଦି କାହା ମନରେ କ୍ରୋଧ ଆସୁଛି ,ସେ ଏହାକୁ ନିୟନ୍ତ୍ରଣ କରି ଦେଉଛନ୍ତି ତ ଭଲ କଥା , ଅନେକ ସମସ୍ୟାରୁ ମୁକ୍ତି ମିଳି ପାରେ। କିନ୍ତୁ କ୍ରୋଧିତ ହେବା ଅର୍ଥ ଆପଣ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ନାହିଁ। ଏଥିପାଇଁ ସବୁଠୁ ଜରୁରୀ କଥା ହେଲା କି, କେମିତି ନିଜର କ୍ରୋଧକୁ ଆୟତ୍ତ କରିବେ। ଯେଉଁଥିରେ ଆପଣ କେବଳ କୌଣସି ପ୍ରକାରର ଲଜ୍ଜାକର ସ୍ଥିତିରୁ ରକ୍ଷା ପାଇବେନି, ଏହାସହ ହେବାକୁ ଥିବା କ୍ଷତିରୁ ବର୍ତ୍ତି ଯାଇ ପାରିବେ। କ୍ରୋଧ ଉପରେ ନିୟନ୍ତ୍ରଣ କରିବା ପାଇଁ ଯଦି ସାଇଣ୍ଟିଫିକ୍‌ ଉପାୟର କଥା କୁହାଯାଏ ତ, ମାୟୋ କ୍ଲିନିକ୍‌ ଏହାର ଅନେକ ଉପାୟ କହିଛି, ଯେଉଁଥିରେ ସହଜରେ କ୍ରୋଧକୁ ଆୟତ୍ତ କରାଯାଇ ପାରେ। 

କାହାକୁ କିଛି କହିବା ପୂର୍ବରୁ ଭାବନ୍ତୁ- 

କୌଣସି ବି ଆଧ୍ୟାତ୍ମିକ ଗୁରୁଙ୍କ ସହ କଥା ଯଦି କହିବା ତ ସେ କ୍ରୋଧରେ କଥାବାର୍ତ୍ତା କରିବାକୁ ମନା କରନ୍ତି। ଠିକ୍‌ ଏହି କଥା ବିଜ୍ଞାନ ବି କହେ କି, ଆପଣ କ୍ରୋଧରେ ଯଦି ଅଛନ୍ତି ତ କିଛି କହିବା ପୂର୍ବରୁ ଭାବନ୍ତୁ। କ୍ରୋଧରେ କୁହାଯାଇ ଥିବା ଶବ୍ଦ ପରେ ଲଜ୍ଜାର କାରଣ ପାଲଟି ପାରେ। ଏଥିପାଇଁ କ୍ରୋଧିତ ହୋଇଥିଲେ ଶାନ୍ତ ହୋଇଯାନ୍ତୁ ଏବଂ ଭାବିଚିନ୍ତି କୁହନ୍ତୁ।

ଫିଜିକାଲ ଆକ୍ଟିଭିଟ୍‌ କରନ୍ତୁ – 

କ୍ରୋଧକୁ କଣ୍ଟ୍ରୋଲ କରିବାକୁ ହେଲେ ଫିଜିକାଲ ଆକ୍ଟିଭିଟି କରନ୍ତୁ। ଯେମିତି କି, ୱାକ୍‌ କରିବା ଆରମ୍ଭ କରନ୍ତୁ ବା ରନ୍‌ କରନ୍ତୁ। ଅଥବା ପୁଣି ନିଜର ମନ ପସନ୍ଦର କୌଣସି ଫିଜିକାଲ ଆକ୍ଟିଭିଟିକୁ କରନ୍ତୁ।

କାମ ମଝିରେ ବ୍ରେକ୍ ନିଅନ୍ତୁ –

ଅନେକ ଥର କାମ କରି କରି ମସ୍ତିଷ୍କ ଥକି ଯାଏ। ଏଥିରେ ଷ୍ଟ୍ରେସଫୁଲ୍‌ ମାଇଣ୍ଡରେ ଆଙ୍ଗର କଣ୍ଟ୍ରୋଲ କରିବା ମୁସ୍କିଲ ହୋଇପାରେ। ଏଥିରୁ ବର୍ତ୍ତିବା ପାଇଁ ବ୍ରେକ୍‌ ନିଅନ୍ତୁ ଏବଂ ମାଇଣ୍ଡକୁ ରିଫ୍ରେଶ୍‌ କରନ୍ତୁ। ଯେଉଁଥିରେ କ୍ରୋଧ ଉପରେ ନିୟନ୍ତ୍ରଣ ହୋଇପାରେ। 

କ୍ଷମା କରିବା ଶିଖନ୍ତୁ –

ମନରେ ନେଗେଟିଭ୍‌ କଥା ରଖିଲେ ଏହା କ୍ରୋଧକୁ ବଢାଇ ଥାଏ। ଯାହା ପ୍ରତି କ୍ରୋଧିତ ହେଉଛ ,ତାକୁ କ୍ଷମା କରିବା ଦ୍ୱାରା ମନରେ ଶାନ୍ତ ଭାବ ଆସିବ, ଆପଣଙ୍କ ଭିତରୁ କ୍ରୋଧ ହ୍ରାସ ପାଇବ। 

ସମାଧାନ ଉପରେ ଧ୍ୟାନ ଦିଅନ୍ତୁ – ଯେବେ ବି କ୍ରୋଧିତ ହେଉଛନ୍ତି ତ ସର୍ବଦା ସମାଧାନ ଉପରେ ଫୋକସ କରନ୍ତୁ। ତାହା କେଉଁ ଜିନିଷ ଯେଉଁଥିରେ କ୍ରୋଧ ଆସୁଛି। ଏହାର ସଲ୍ୟୁସନ ବାହାର କରିବାକୁ ଚେଷ୍ଟା କରନ୍ତୁ , ଯେଉଁଥିରେ ଆପଣଙ୍କର କ୍ରୋଧ କମ୍‌ ହେବ।