ପ୍ରମୂଖ ଖବର
  • ମୃତ୍ୟୁ ସହ ରାଇଘର ନର୍ସିଂ ଛାତ୍ରୀଙ୍କ ସଂଘର୍ଷ, ଭୁବନେଶ୍ୱର ଏମ୍‌ସ ସ୍ଥାନାନ୍ତର, ମୁଖ୍ୟ ଅଭିଯୁକ୍ତ ଦଶପଲ୍ଲାରୁ ଗିରଫ
  • ||
  • ପାକିସ୍ତାନରେ ଭୟଙ୍କର ବନ୍ୟା ସ୍ଥିତି, ମୌସୁମୀ ଜନିତ ବର୍ଷା ମୃତ୍ୟୁ ସଂଖ୍ୟା ୨୩୪କୁ ବୃଦ୍ଧି, ପଞ୍ଜାବ ପ୍ରଦେଶ ସର୍ବାଧିକ ପ୍ରଭାବିତ
  • ||
  • ବ୍ରିଟେନରେ ପିଏମ୍ ମୋଦି, ଭାରତ-UK ଏଫ୍‌ଟିଏରେ ବାଜିବ ମୋହର, ଦ୍ୱିପାକ୍ଷିକ କାରବାର ୨.୯୭ ଲକ୍ଷ କୋଟି ଛୁଇଁବା ଆଶା
  • ||
  • ଓଡ଼ିଶା ଇତିହାସରେ ପ୍ରଥମ: ଡାର୍କୱେବ୍‌ରେ ୟୁରୋପରୁ ମଗାଇଥିଲା ଡ୍ରଗ୍ସ, ମୈତ୍ରୀବିହାରରୁ ଇଂଜିନିୟରିଂ ଛାତ୍ର ଗିରଫ
  • ||
  • ଚିତାଲାଗି ଅମାବାସ୍ୟା: ଆଜି ଶ୍ରୀବିଗ୍ରହଙ୍କୁ ଲାଗି ହେବ ରତ୍ନଚିତା, ଅପରାହ୍ଣ ସାଢ଼େ ୨ଟାରୁ ଦର୍ଶନ କଟକଣା
  • ||
  • ଲଘୁଚାପ ରୂପ ନେଲା ଘୂର୍ଣ୍ଣିବଳୟ, ୩ ଦିନ ପ୍ରବଳ ବର୍ଷିବ: ୪ ଜିଲ୍ଲାକୁ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଚାଟଜିପିଟି ଓ ଗୁଗୁଲ ଜେମିନିକୁ ପଛରେ ପକାଇଲା ମଣିଷ, ଗଣିତ ଅଲିମ୍ପିଆଡରେ ରଖିଲା ପୂର୍ଣ୍ଣ ମାର୍କ: AIର ଭବିଷ୍ୟତକୁ ନେଇ ଚର୍ଚ୍ଚା

Published By : Bijay Swain | July 23, 2025 11:07 PM

କୁଇନ୍ସଲ୍ୟାଣ୍ଡ: ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡରେ ଅନୁଷ୍ଠିତ ୨୦୨୫ ଆନ୍ତର୍ଜାତୀୟ ଗଣିତ ଅଲିମ୍ପିଆଡ (IMO)ରେ ମାନବ ପ୍ରତିଯୋଗୀମାନେ ଗୁଗଲ ଓ ଓପନଏଆଇର ଉନ୍ନତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ମଡେଲଙ୍କୁ ପଛରେ ପକାଇ ବିଜୟୀ ହୋଇଛନ୍ତି। ୧୯୫୯ ମସିହାରୁ  ରୋମାନିଆରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଅଦ୍ୟବିଧି ଜାରି ରହୁଛି। ବିଶ୍ୱର ସବୁଠାରୁ କଠିନ ଗଣିତ ପ୍ରତିଯୋଗିତା ଭାବେ ଏହି ପ୍ରତିଯୋଗିତା ପରିଚିତ ଏବଂ ଏଥିରେ ୨୦ ବର୍ଷରୁ କମ୍ ବୟସର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରନ୍ତି। 

ଗୁଗଲର ଜେମିନାଇ ଡିପ ଥିଙ୍କ ଏବଂ ଓପନଏଆଇର ଏକ ପରୀକ୍ଷାମୂଳକ ମଡେଲ ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ସ୍ତରୀୟ ସ୍କୋର (୪୨ରୁ ୩୫) ହାସଲ କରିଛନ୍ତି। ଗୁଗଲ ଡିପମାଇଣ୍ଡ ଦାବି କରିଛି ଯେ ତାଙ୍କର ମଡେଲ ୬ଟି ପ୍ରଶ୍ନ ମଧ୍ୟରୁ ୫ଟି ସଠିକ୍ ଭାବେ ସମାଧାନ କରିଛି। ଯାହା ମାନବ ପ୍ରତିଯୋଗୀଙ୍କ ସହିତ ସମାନ ନିୟମ ଅନୁସରଣ କରି କୌଣସି ମାନବ ହସ୍ତକ୍ଷେପ ବିନା କରାଯାଇଛି। ସେହିପରି, ଓପନଏଆଇର ମଡେଲ ମଧ୍ୟ ୩୫ ସ୍କୋର ହାସଲ କରିଛି। କିନ୍ତୁ ଏହା ଆନୁଷ୍ଠାନିକ ଭାବେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିନଥିଲା ଏବଂ ଏହି ମଡେଲ ନିଜେ ନିଜର ଫଳାଫଳ ମୂଲ୍ୟାଙ୍କନ କରିଛି। 

ତେବେ, ଏଆଇ ମଡେଲଗୁଡ଼ିକ ସ୍ୱର୍ଣ୍ଣ ପଦକ ସ୍ତରୀୟ ପ୍ରଦର୍ଶନ କରିଥିଲେ ମଧ୍ୟ, ୫ ଜଣ ଯୁବ ଗଣିତଜ୍ଞ ପୂର୍ଣ୍ଣ ସ୍କୋର (୪୨/୪୨) ହାସଲ କରି ଏଆଇକୁ ପଛରେ ପକାଇ ଦେଇଛନ୍ତି। IMO ସଭାପତି ଗ୍ରେଗର ଡୋଲିନାର କହିଛନ୍ତି, “ଗୁଗଲ ଡିପମାଇଣ୍ଡର ସମାଧାନଗୁଡ଼ିକ ଅନେକ ଦିଗରୁ ଆଶ୍ଚର୍ଯ୍ୟଜନକ ଥିଲା। ଏଗୁଡ଼ିକ ସ୍ପଷ୍ଟ, ସଠିକ୍ ଏବଂ ଅଧିକାଂଶ ସମୟରେ ଅନୁସରଣ କରିବା ସହଜ ଥିଲା।” ତେବେ, ପ୍ରତିଯୋଗିତା ଆୟୋଜକମାନେ ସତର୍କ କରିଛନ୍ତି ଯେ ଏଆଇ ମଡେଲଗୁଡ଼ିକ କେତେ ଗଣନା ଶକ୍ତି ବ୍ୟବହାର କରିଛନ୍ତି ବା ମାନବ ହସ୍ତକ୍ଷେପ ଜଡ଼ିତ ଥିଲା କି ନାହିଁ, ତାହା ଯାଞ୍ଚ କରାଯାଇପାରିନାହିଁ। 

ଫିଲ୍ଡସ୍ ମେଡାଲ ବିଜେତା ତେରେନ୍ସ ତାଓ ଏଆଇର ପ୍ରଦର୍ଶନକୁ “ପ୍ରଭାବଶାଳୀ” ବୋଲି କହି ପ୍ରଶଂସା କରିଥିଲେ ମଧ୍ୟ, ସେ ସତର୍କ କରିଛନ୍ତି ଯେ ଏଆଇ ମଡେଲଗୁଡ଼ିକ ମାନବ ପ୍ରତିଯୋଗୀଙ୍କ ଭଳି ସମାନ କଠୋର ନିୟମ ଅନୁସରଣ କରୁନାହାନ୍ତି। ସେ କହିଛନ୍ତି, “ଏଆଇ ଅନେକ ସମୟରେ ପୁନଃଲିଖନ, ପୁନରାବୃତ୍ତି ଏବଂ ସମ୍ପାଦନର ସୁଯୋଗ ପାଇଥାଏ, ଯାହା ମାନବ ପ୍ରତିଯୋଗୀଙ୍କ ପାଇଁ ଅନୁମୋଦିତ ନୁହେଁ।” 

ଏହି ପ୍ରତିଯୋଗିତାରେ ଏଆଇର ଅଂଶଗ୍ରହଣ ଗଣିତ କ୍ଷେତ୍ରରେ ଏଆଇର ଦ୍ରୁତ ଅଗ୍ରଗତିକୁ ପ୍ରଦର୍ଶନ କରୁଛି। ଗୁଗଲ ଡିପମାଇଣ୍ଡର ଆଲଫାପ୍ରୁଫ ଏବଂ ଆଲଫାଜିଓମେଟ୍ରୀ ୨ ଗତ ବର୍ଷ ରୌପ୍ୟ ପଦକ ସ୍ତରୀୟ ପ୍ରଦର୍ଶନ ହାସଲ କରିଥିଲେ, ଏବଂ ଏବର୍ଷ ସେମାନେ ସ୍ୱର୍ଣ୍ଣ ସ୍ତରକୁ ଉନ୍ନୀତ ହୋଇଛନ୍ତି। ତଥାପି, ମାନବ ପ୍ରତିଭା ଏବେ ମଧ୍ୟ ଏଆଇକୁ ଅତିକ୍ରମ କରିଛି। ଯାହା ଜଟିଳ ଗଣିତ ସମସ୍ୟା ସମାଧାନରେ ମାନବ ସୃଜନଶୀଳତା ଓ ଆନ୍ତଃଦୃଷ୍ଟିକୁ ଏବେ ମଧ୍ୟ ପ୍ରମାଣ କରୁଛି।

ଅନ୍ୟପକ୍ଷରେ, IMOରେ ଏଆଇର ଅଗ୍ରଗତିକୁ ସମ୍ମାନ ଜଣାଇ ‘AIMO ପୁରସ୍କାର’ ନାମକ ଏକ ନୂଆ ପୁରସ୍କାର ଆରମ୍ଭ କରାଯାଇଛି। XTX ମାର୍କେଟସ ଦ୍ୱାରା ପ୍ରଦାନ କରାଯାଉଥିବା ଏହି ୧୦ ମିଲିୟନ ଡଲାରର ପୁରସ୍କାର ରାଶି ଓପନ-ସୋର୍ସ ଏଆଇ ମଡେଲକୁ ପ୍ରୋତ୍ସାହିତ କରିବା ଲାଗି ଡିଜାଇନ କରାଯାଇଛି। ଯାହା ଆସନ୍ତା ବର୍ଷ ମାନଙ୍କରେ ଏଆଇ ମଡ୍ଲ ଗୁଡିକୁ ସ୍ୱର୍ଣ୍ଣ ପଦକ ସ୍ତରୀୟ ପ୍ରଦର୍ଶନ ହାସଲ କରିବାରେ ସହାଯ୍ୟ କରିପାରେ। ତେବେ ଚଳିତ ବର୍ଷର ବିଜେତା ନୁକୁଟ NvidiaAIର ନେମୋସ୍କିଲସ ହାସଲ କରିଛି। ଏହି ମଡେଲକୁ ଶକ୍ତିଶାଳୀ ତାଲିମ ଓ ଅନୁମାନ ପ୍ରକ୍ରିୟାକୁ ସରଳ କରିବା ପାଇଁ ଡିଜାଇନ କରାଯାଇଛି। 

ଏହି ଘଟଣା ଏଆଇର ଗାଣିତିକ ସାମର୍ଥ୍ୟର ଦ୍ରୁତ ବିକାଶକୁ ଦର୍ଶାଇଛି, କିନ୍ତୁ ଏହା ମଧ୍ୟ ପ୍ରମାଣ କରୁଛି ଯେ ମାନବ ନୀଜର ସୃଜନଶୀଳତାର ଅନନ୍ୟ ଦକ୍ଷତା ଏବେ ମଧ୍ୟ ଅତୁଳନୀୟ ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.