ପ୍ରମୂଖ ଖବର
  • Myntra ବିରୋଧରେ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଫେମା ଆଇନ୍ ଉଲ୍ଲଂଘନ ଅଭିଯୋଗ
  • ||
  • ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ପାଇଁ ୨ ବାଟାଲିଅନ ଗଠନକୁ ମଞ୍ଜୁରି, ୨୦୮୦ ନୂତନ ପଦବୀ ସୃଷ୍ଟି
  • ||
  • କଟକର ୨୧୦ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ICC ରିପୋର୍ଟ ନଦେଲେ ହେବ କାର୍ଯ୍ୟାନୁଷ୍ଠାନ
  • ||
  • ରକ୍ଷାବନ୍ଧନରେ ମିଳିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ବାଦ୍‌ ପଡ଼ିଥିବା ଲକ୍ଷେ ୮୮ ହଜାର ମହିଳାଙ୍କୁ ପୁଣି ସୁଯୋଗ
  • ||
  • ବଲାଙ୍ଗୀର : ମଦଭାଟିରେ ପହଲବାନଙ୍କୁ ହତ୍ୟା ଅଭିଯୋଗ, ତଦନ୍ତ କରୁଛି ପୁଲିସ
  • ||
  • ଗୁରୁବାର ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଗ୍ୱାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୪ ମୃତ, ୬ ଆହତ
  • ||
  • ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି, ଆକାଶପଥକୁ କଡ଼ାକଡ଼ି କଲେ ଦୁଇଦେଶ
  • ||
  • ଗୁରୁବାର ସୃଷ୍ଟି ହେବ ଲଘୁଚାପ : ୨୮ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଆଜିଠୁ ଚତୁର୍ଥ ଟେଷ୍ଟ : ଓଲ୍ଡ ଟ୍ରାଫୋର୍ଡରେ ଭାରତ ପାଇଁ 'କର ବା ମର', ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||

୨୦୦ ବର୍ଷ ହେବ ଯୁଦ୍ଧ ଲଢିନାହିଁ; ତଥାପି ଏହି ଦେଶ ପାଖରେ ସିକ୍ରେଟ୍‌ ବଙ୍କର, ଜାଣନ୍ତୁ କାହିଁକି ?

Published By : Ankita S | July 23, 2025 3:13 PM

ନୂଆଦିଲ୍ଲୀ,୨୩/୦୭: ପ୍ରାକୃତିକ ସୁନ୍ଦରତାରେ ପରିପୂର୍ଣ୍ଣ ସ୍ୱିଜରଲାଣ୍ଡ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ଏହାର ସୌନ୍ଦର୍ଯ୍ଯ । ବିଶ୍ୱର ଏକମାତ୍ର ସ୍ଥାନ । ଯେଉଁଠି ନ୍ୟୁକ୍ଲୟର ଆଟାକ୍‌ରୁ ବଞ୍ଚିବାକୁ ସମସ୍ତଙ୍କ ପାଖରେ ଅଛି ସେଲ୍ଟର ବା ବଙ୍କର । ୨୦୦ ବର୍ଷ ହେ ସ୍ୱିଜରଲାଣ୍ଡ କୌଣସି ଯୁଦ୍ଧ ଲଢିନାହିଁ । ତଥାପି ସବୁ ସ୍ଥାନରେ ଅଛି ସିକ୍ରେଟ୍ ବଙ୍କର । ଘର ,କାର୍ଯ୍ୟାଳୟ, ସ୍କୁଲ ଏବଂ ରାଜମାର୍ଗ ଯାଏ ସବୁଠି ବଙ୍କର ତିଆରି କରାଯାଇଛି । ୨୩ ଜଣଙ୍କ ପାଇଁ ଗୋଟିଏ ବଙ୍କର । ଏ ନେଇ ସରକାର ଆଣିଥିଲେ ସ୍ବତନ୍ତ୍ର ଆଇନ୍ । ନ୍ୟୁକ୍ଲିୟର ଆଟାକ୍ରୁ ନାଗରିକୁଙ୍କୁ ସୁରକ୍ଷାକୁ ଦେବାକୁ ସରକାର ଆଣିଥିଲେ ନିୟମ ।

ଗତ ୨୦୦ ବର୍ଷରେ କୌଣସି ଯୁଦ୍ଧ ଲଢିନାହିଁ ସ୍ୱିଜରଲାଣ୍ଡ । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ତଟସ୍ଥ ଦେଶରେ ସାମିଲ ଥିଲା । ଏହାପରେ ବି ସ୍ବିଜରଲାଣ୍ଡ ଏମିତି ଏକ ଦେଶ ଯେଉଁଠି ସବୁଠୁ ଅଧିକ ପରମାଣୁ ବଙ୍କର ରହିଛି । ପରମାଣୁ ହମଲାରୁ ତାର ଲୋକଙ୍କୁ ସୁରକ୍ଷା ଦେବାକୁ ସରକାର ଏକ ନିୟମ କରିଛନ୍ତି । ଏଠାରେ କିଛି ବି ନିର୍ମାମ କରିବା ପୂର୍ବରୁ ନ୍ୟୁକ୍ଲିୟର ସେଲ୍ଟର କରିବାକୁ ପଡିବ । ଏକ ରିପୋର୍ଟ ମୁତାବିକ, ୮୮ ଲକ୍ଷ ଜନସଂଖ୍ୟା ସ୍ୱିଜରଲାଣ୍ଡରେ ୩.୭ ଲକ୍ଷରୁ ଅଧିକ ବଙ୍କର ରହିଛି । ୨୩ ଜଣଙ୍କ ପାଇଁ ଗୋଟିଏ ବଙ୍କର ରହିଛି । ୧୯୬୩ରେ ସ୍ୱିଜରଲାଣ୍ଡରେ ଆଇନ୍‌ ପ୍ରସ୍ତୁତ ହୋଇ ନ୍ୟୁକ୍ଲିୟର ସେଲ୍ଟର କରିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ କୁହାଯାଇଥିଲା କି ଯଦି ପରମାଣୁ ହମଲା ହୁଏ ତେବେ ପ୍ରତି ନାଗରିକ ନିଜକୁ ସୁରକ୍ଷା ଦେବାକୁ ପର୍ଯ୍ୟାପ୍ତ ଜାଗା ମିଳିପାରିବ । 

୧୯୬୩ରେ ସିନୋ-ଇଣ୍ଡିଆନ ଯୁଦ୍ଧ ଚରମ ସ୍ଥିତିରେ ଥିଲା । ଭୟଙ୍କର ଯୁଦ୍ଧ ହେବା ଆଶଙ୍କା କରାଯାଉଥିଲା । ଏହାକୁ ଦେଖି ସ୍ୱିଜରଲାଣ୍ଡ ସରକାର ବଙ୍କର ବନାଇବାକୁ ଆଇନ୍ ପ୍ରସ୍ତୁତ କରିଥିଲେ । ଏହାପରେ ଘରେ , କାର୍ଯ୍ୟାଳୟ, ସ୍କୁଲ ଏବଂ ରାଜମାର୍ଗ ଯାଏ ବଙ୍କର ତିଆରି ହୋଇଥିଲା । ୨୦୨୨ରେ ଯେବେ ଋଷ-ୟୁକ୍ରେନ୍ ଉପରେ ଆକ୍ରମଣ କଲା ସ୍ବିଜରଲାଣ୍ଡ ବଙ୍କର ମରାମତି କାମ କରିଥିଲା । ବଙ୍କର ମରାମତି କରିବାକୁ ୨୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।

ଏବେ ପ୍ରଶ୍ନ ଆସୁଛି କେତେ ସୁରକ୍ଷିତ ସ୍ୱିଜ ବଙ୍କର? ସ୍ବିଜରଲାଣ୍ଡରେ ହୋଇଥିବା ପରମାଣୁ ବଙ୍କର ବହୁତ ମଜବୁତ୍‌ ଏବଂ ସୁରକ୍ଷିତ । ପରମାଣୁ ବିକିରଣକୁ ଭିତରକୁ ପ୍ରବେଶ କରିବାରେ ରୋକିଥାଏ ବଙ୍କର । ଯଦି ଆଖପାଖରେ କେଉଁଠି ବିସ୍ଫୋରଣ ହୁଏ ବିକିରଣକୁ ଫିଲ୍ଟର କରିଥାଏ । ନାଗରିକ ସୁରକ୍ଷା ବିଭାଗ ମୁତାବିକ ସେଲ୍ଟର, ପ୍ରତି ବର୍ଗ କିଲୋମିଟର ୧୦ ଟନ୍ ଓଜନ ସମ୍ଭାଳିପାରିବ । ଏହାଛଡା ଭୂକମ୍ପ ସ୍ଥିତିରେ ଏହି ଅସ୍ଥାୟୀ ସେଲ୍ଟର ସୁରକ୍ଷା ପ୍ରଦାନ କରିବ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.