ପ୍ରମୁଖ ଖବର
  • ଠାକୁରଡ଼ିହି ଛକରେ କଳ୍ପନା ପରିବହନ ସଂସ୍ଥାର କର୍ମଚାରୀଙ୍କୁ ବନ୍ଦୁକ ମୁନରେ ଲୁଟ୍, ୧୩ ଲକ୍ଷରୁ ଅଧିକ ଟଙ୍କା ନେଇ ଗଲେ ଦୁର୍ବୃତ୍ତ
  • ||
  • ବାହାରିଲା ICSE ଦଶମ ଓ ଦ୍ୱାଦଶ ରେଜଲ୍ଟ, ୱେବ୍‌ସାଇଟ୍‌ରେ ମାର୍କ ଉପଲବ୍ଧ
  • ||
  • ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଇଡିର ରେଡ୍, ସହାୟକଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା
  • ||
  • ବ୍ରହ୍ମପୁରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କନିଷି ପଡ଼ିଆରେ କରିବେ ପ୍ରଚାର
  • ||
  • ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ “ପଇତାଲାଗି ନୀତି”, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ସୋମବାରଠୁ OJEE ପ୍ରବେଶିକା: ପରୀକ୍ଷା ଦେବେ ୬୫, ୭୪୨ ଶିକ୍ଷାର୍ଥୀ, ମେ’ ୧୦ ଯାଏ ଏକ୍‌ଜାମ୍
  • ||
  • କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଭବାନୀପାଟଣା ଓ ଖଡିଆଳରେ ଜନସଭାରେ କରିବେ ପ୍ରଚାର
  • ||
  • ଖମ୍ବେଶ୍ୱରୀପାଲି ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ଏକାଧିକ ଯାତ୍ରୀ ଆହତ
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇ- ହାଇଦ୍ରାବାଦ ଲଢ଼େଇ, ଇଣ୍ଡିଆନ୍ସ ପାଇଁ ‘କର ବା ମର’
  • ||
  • ଦକ୍ଷିଣ ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ପାୱାର ସୋ’: ଆଜି ବ୍ରହ୍ମପୁର, ନବରଙ୍ଗପୁରରେ କମ୍ପିବ ପ୍ରଚାର ମଇଦାନ୍
  • ||
  • ୨୧ ଦିନ ହେବ ଜଳୁଛି ଓଡ଼ିଶା, ଆଜି ବି କମିବନି ପ୍ରକୋପ; ୭ରୁ ବର୍ଷା ଆଶା, କମିବ ଯନ୍ତ୍ରଣା
  • ||

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ: ସ୍ତ୍ରୀଙ୍କ ସମ୍ପତ୍ତିରେ ସ୍ୱାମୀଙ୍କ ନିୟନ୍ତ୍ରଣ ନାହିଁ, ବିପଦବେଳେ ଟଙ୍କା ନେଇଥିଲେ ଫେରାଇବାକୁ ବାଧ୍ୟ

ନୂଆଦିଲ୍ଲୀ,୨୬/୦୪: ବିବାହିତ ମହିଳାଙ୍କ ଧନ/ସମ୍ପତ୍ତି ଉପରେ ସେମାନଙ୍କ ଅଧିକାରକୁ ଅଧିକ ମଜଭୁତ କରିଛନ୍ତି ସୁପ୍ରିମକୋର୍ଟ । ବୁଧବାର ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି,  ‘ସ୍ତ୍ରୀଧନ’ ଦମ୍ପତ୍ତିଙ୍କ ଯୁଗ୍ମ ସମ୍ପତ୍ତି ହୋଇପାରିବ ନାହିଁ ।  ନିଜ ସ୍ତ୍ରୀଙ୍କ ସମ୍ପତ୍ତି ଉପରେ ସ୍ୱାମୀଙ୍କର ନିୟନ୍ତ୍ରଣ  ରହିପାରିବ ନାହିଁ । ଯଦି ସ୍ୱାମୀ ବିପଦରେ ପଡ଼ନ୍ତି କିମ୍ବା  ଅତି ଆବଶ୍ୟକ କରନ୍ତି ତେବେ ସେ ସ୍ତ୍ରୀଙ୍କଠାରୁ ଧନ  ନେଇପାରିବେ । କିନ୍ତୁ ପରେ ତାହାକୁ ତାଙ୍କ ସ୍ତ୍ରୀଙ୍କୁ  ଫେରାଇବାକୁ ପଡ଼ିବ । ଏଥିସହ ମାମଲାର ରାୟ  ଦେଇ ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କ ଠାରୁ ନେଇଥିବା  ସୁନା ବାବଦରେ ୨୫ ଲକ୍ଷ ଟଙ୍କା ଫେରାଇବାକୁ  ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । 

ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ୍‌ ଦୀପାଙ୍କର  ଦତ୍ତଙ୍କ ଖଣ୍ଡପୀଠ ‘ସ୍ତ୍ରୀଧନ’କୁ ନେଇ ଏକ ବୈବାହିକ  ବିବାଦ ଉପରେ ଶୁଣାଣି କରିଥିଲେ । ଖଣ୍ଡପୀଠ  କହିଥିଲେ, ମହିଳାଙ୍କୁ ନିଜ ‘ସ୍ତ୍ରୀଧନ’ ଉପରେ ସମ୍ପୂର୍ଣ୍ଣ  ଅଧିକାର ରହିଛି । ବିବାହ ପୂର୍ବରୁ, ବିବାହ ପରେ,  ବିବାହ ବେଳେ ଏବଂ ବିବାହ ପରେ ସ୍ତ୍ରୀଙ୍କୁ ମିଳିଥିବା  ସମସ୍ତ ଜିନିଷ ଏଥିରେ ଅନ୍ତର୍ଭୂକ୍ତ । ବାପାମା’,  ସମ୍ପର୍କୀୟ, ସାଙ୍ଗସାଥୀଙ୍କଠାରୁ ମିଳିଥିବା ଗହଣା,  ଆସବାବପତ୍ର, ଜମିବାଡ଼ି, ଘର, ଉପହାର ଆସି ସବୁ  କିଛି ମଧ୍ୟ ‘ସ୍ତ୍ରୀଧନ’ ଅନ୍ତର୍ଗତ । ଏହା ମହିଳାଙ୍କର  ପୂର୍ଣ୍ଣ ସମ୍ପତ୍ତି ଏବଂ ସେ ଏହାକୁ ନିଜ ଇଚ୍ଛା ଅନୁସାରେ  ରଖିପାରିବେ କିମ୍ବା ବିକ୍ରି କରିପାରିବେ । ଏହି ସମ୍ପତ୍ତି  ଉପରେ ସ୍ୱାମୀଙ୍କର କୌଣସି ନିୟନ୍ତ୍ରଣ ରହିବ ନାହିଁ ।  

ସ୍ୱାମୀ କେବଳ ବିପଦ ସମୟରେ ଏହାର ବ୍ୟବହାର  କରିପାରିବେ । କିନ୍ତୁ ତାହାକୁ ପୁଣି ସ୍ତ୍ରୀଙ୍କୁ ଫେରାଇବା  ସ୍ୱାମୀଙ୍କର ଦାୟିତ୍ୱ । ତେଣୁ ‘ସ୍ତ୍ରୀ ଧନ’ କେବେ  ସ୍ୱାମୀ-ସ୍ତ୍ରୀଙ୍କ ଯୁଗ୍ମ ସମ୍ପତ୍ତି ହୋଇପାରିବ ନାହିଁ । ସ୍ୱାମୀ  ଏହା ଉପରେ ସ୍ୱାମୀତ୍ୱ କିମ୍ବା ସ୍ୱତନ୍ତ୍ର ଅଧିକାର ଦାବି  କରିପାରିବେ ନାହିଁ । ଅଦାଲତ ଆହୁରି କହିଥିଲେ  ଯେ, ଯଦି ସ୍ତ୍ରୀଧନକୁ ବେଆଇନ ଭାବେ ଦୁରୁପଯୋଗ  କରାଯାଏ ତେବେ ତାଙ୍କ ସ୍ୱାମୀ କିମ୍ବା ତାଙ୍କ ପରିବାର ସଦସ୍ୟଙ୍କ ଉପରେ ଆଇପିସି ଧାରା ୪୦୬ ବଳରେ  ମାମଲା ଚାଲିପାରିବ । ତେବେ ଏପରି ମାମଲାରେ  ନିଷ୍ପତ୍ତି ଅପରାଧିକ ମାମଲା ଭଳି ଠୋସ୍‌ ପ୍ରମାଣ  ଆଧାରରେ ନିଆଯାଇପାରିବ ନାହିଁ । ଏଥିରେ ସ୍ତ୍ରୀଙ୍କ  ଅଭିଯୋଗ ଅଧିକ ମଜଭୁତ ହେବା ଆବଶ୍ୟକ । 

ପ୍ରକାଶଥାଉ କି, ବିବାହର ପ୍ରଥମ ଦିନରେ  ଜଣେ ମହିଳାଙ୍କଠାରୁ ତାଙ୍କ ଗହଣା ତାଙ୍କ ସ୍ୱାମୀ  ନେଇଯାଇ ନିଜ ମା’ଙ୍କୁ ଦେଇ ଦେଇଥିଲେ । ଏଥିସହ  ବିବାହ ପରେ ମହିଳାଙ୍କ ବାପାଙ୍କଠାରୁ ସ୍ୱାମୀ ୨ ଲକ୍ଷ  ଟଙ୍କାର ଚେକ୍‌ ବି ନେଇଥିଲେ । ଏହାକୁ ନେଇ  ଦମ୍ପତ୍ତିଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା ।  ପରେ ଉଭୟେ ପରସ୍ପରଠାରୁ ଅଲଗା ହେବାକୁ  ନିଷ୍ପତ୍ତି ନେଇଥିଲେ । ମହିଳା ଜଣକ ନିଜ ସମ୍ପତ୍ତି  ଫେରିପାଇବା ଲାଗି ପାରିବାରିକ ଅଦାଲତଙ୍କ ଦ୍ୱାରସ୍ଥ  ହୋଇଥିଲେ । ୨୦୧୧ରେ ପାରିବାରିକ ଅଦାଲତ ୮.୯  ଲକ୍ଷ ଟଙ୍କା ଫେରାଇବାକୁ ସମ୍ପୃକ୍ତ ସ୍ୱାମୀଙ୍କୁ ନିର୍ଦ୍ଦେଶ  ଦେଇଥିଲେ । କିନ୍ତୁ ପରେ କେରଳ ହାଇକୋର୍ଟ ଏହି  ରାୟକୁ ରଦ୍ଦ କରିଦେଇଥିଲେ । ମହିଳା ଜଣକ ନିଜ  ଅଭିଯୋଗ ପ୍ରମାଣ କରିବାରେ ବିଫଳ ହୋଇଥିବା  ହାଇକୋର୍ଟ କହିଥିଲେ । ପରେ ମହିଳା ଜଣକ  ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.