ପ୍ରମୁଖ ଖବର
  • ଭୁବନେଶ୍ୱର : ଜାତୀୟ ସ୍ତରୀୟ ଗବେଷଣା ସୁଯୋଗ, ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍‌ ପାଇଁ ୩୦୦ ଶିକ୍ଷାର୍ଥୀ ଚୟନ
  • ||
  • ଭୁବନେଶ୍ୱର : ମହିଳାଙ୍କ ସୁରକ୍ଷା ପାଇଁ ନିଯୁକ୍ତ ହୋଇଥିଲେ; ତାଲିମ ନେଇଥିଲେ ୨୪୮ ଜଣ, ଏବେ ବନ୍ଦ ହୋଇଗଲା ଏସ୍‌ଓପି ବ୍ୟବସ୍ଥା
  • ||
  • ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା, ଜଣେ ଟିଏମସି କର୍ମୀଙ୍କୁ ହତ୍ୟା, ପୁଣି ବିଜେପି ବିରୋଧରେ ଦଳ ଆଣିଲା ଅଭିଯୋଗ
  • ||
  • ବାଂଲାଦେଶ ମୁହାଁ ବାତ୍ୟା, ପ୍ରଭାବରେ ୪ଜିଲ୍ଲାରେ ବର୍ଷା ଓ ପବନ ସମ୍ଭାବନା, ୪ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଆଲର୍ଟ
  • ||
  • ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ, ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟିଂ, ୪୪୭ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
  • ||
  • ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ, ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଛି ଭୋଟ୍, ୫୮ ସଂସଦୀୟ କ୍ଷେତ୍ରରେ ମତଦାନ ଆରମ୍ଭ
  • ||
  • ସୃଷ୍ଟି ହେଲା ଅବପାତ: ୨୫ ରାତିରୁ ଉପକୂଳରେ ବର୍ଷା, ୨୬ରେ ଭୀଷଣ ବାତ୍ୟା ରୂପ ନେବ
  • ||

ସବୁଠୁ ବଡ଼ ବିପଦର ସମାଧାନ ଆବିଷ୍କାର କଲା ଆଇଆଇଟି ମା‌ଡ୍ରାସ; ବଙ୍ଗୋପସାଗରରେ ଏକତ୍ର କରାଯାଇପାରିବ କାର୍ବନ୍‌ ଡାଇଅକ୍‌ସାଇଡ୍‌

ଚେନ୍ନାଇ,୦୬/୦୫: କେତେବେଳେ ହିଟ୍‌ଓ୍ବେଭ୍‌ ତ ଆଉ କେତେବେଳେ ଅସ୍ବାଭାବିକ ବର୍ଷା...କେତେବେଳେ ଝଡ଼ ତୋଫାନ ତ ଆଉ କେତେବେଳେ ବନ୍ୟା, ମରୁଡ଼ି ଭଳି ଭାରତରେ ଜଳବାୟୁ ପରିବର୍ତ୍ତନ ଏକ ପ୍ରମୁଖ କାରଣ ପାଲଟିଛି। ଭାରତରେ ପାଗ ପରିବର୍ତ୍ତନ ହେତୁ ଏଭଳି ଘଟଣା ବର୍ଷକୁ ବର୍ଷ ବୃଦ୍ଧି ପାଉଛି। ବିଶେଷଜ୍ଞଙ୍କ ଅନୁଯାୟୀ ଜଳବାୟୁରେ ପରିବର୍ତ୍ତନ ହେତୁ ଏହି ଘଟଣାଗୁଡ଼ିକ ମଧ୍ୟରୁ ଅନେକ ବଢ଼ିବାରେ ଲାଗିଛି କିନ୍ତୁ ଦେଶରେ ଏହାକୁ ରୋକିବା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯାଉଛି କି?

ଜଳବାୟୁ ପରିବର୍ତ୍ତନ ଉପରେ ଆନ୍ତଃ ସରକାରୀ ପ୍ୟାନେଲ ଅନୁସାରେ, ଏହି ଶତାବ୍ଦୀରେ ଜଳବାୟୁ ପରିବର୍ତ୍ତନର ନକାରାତ୍ମକ ପ୍ରଭାବକୁ ରୋକିବା ପାଇଁ ଦେଶର ବାୟୁମଣ୍ଡଳରୁ ଅତି କମରେ ୧୦୦ ବିଲିୟନରୁ ୧ ଟ୍ରିଲିୟନ ଟନ୍ କାର୍ବନ ଡାଇଅକ୍ସାଇଡ୍ ବାହାର କରିବାକୁ ପଡ଼ିବ ଏବଂ ଏହାକୁ ଅଧିକରୁ ଅଧିକ ଗଛ ଲଗାଇ ବୃଦ୍ଧି କରାଯାଇପାରିବ। ଆଇଆଇଟି ମାଡ୍ରାସ ନିଜେ ଏକ ସର୍ବେକ୍ଷଣରେ କହିଛି ଯେ, କାର୍ବନ ଡାଇଅକ୍ସାଇଡ୍‌କୁ ସମୁଦ୍ରରେ ୫୦୦ ମିଟର ଗଭୀରତା ପର୍ଯ୍ୟନ୍ତ କଠିନ ହାଇଡ୍ରେଟ୍ ଆକାରରେ ସ୍ଥାୟୀ ଭାବରେ ଗଚ୍ଛିତ କରାଯାଇପାରିବ।

ସେ କହିଛନ୍ତି ଯେ ସମୁଦ୍ରର ୨୮୦୦ ମିଟରରୁ ଅଧିକ ଗଭୀରତାରେ କାର୍ବନ ଡାଇଅକ୍ସାଇଡ୍ ଗଚ୍ଛିତ ହୋଇପାରିବ। ଏତେ ଗଭୀରତାରେ ମାଧ୍ୟାକର୍ଷଣ ଅଭାବ ହେତୁ ଏହି ଗ୍ୟାସ୍ ବାହାରକୁ ଆସିବ ନାହିଁ ଏବଂ ଏହି ପ୍ରକ୍ରିୟା ମାଧ୍ୟମରେ ଗ୍ରୀନ୍ ହାଉସ୍ ଗ୍ୟାସ୍ ବାହାରକୁ ବାହାରିବାରେ ରୋକାଯାଇପାରିବ। ସୂଚନାଥାଉକି ଚଳିତ ବର୍ଷ ଆରମ୍ଭରେ ଭାରତ ବିଭିନ୍ନ ଦେଶ ସହିତ ଜଳବାୟୁ ପରିବର୍ତ୍ତନ ଉପରେ ଏକ ବୈଠକ କରିଥିଲା। ଏହି ବୈଠକରେ ଭାରତ ୨୦୭୦ ସୁଦ୍ଧା ଶୂନ କାର୍ବନ ନିର୍ଗମନ ଲକ୍ଷ୍ୟ ହାସଲ କରିବାକୁ ନିଷ୍ପତ୍ତି ନେଇଛି। 

ଅନ୍ୟ ଏକ ଆକଳନ ଅନୁଯାୟୀ, ୨୦୭୦ ସୁଦ୍ଧା ଶୂନ କାର୍ବନ ନିର୍ଗମନ ଦେଶ ହେବାର ଲକ୍ଷ୍ୟ ହାସଲ କରିବାକୁ ଭାରତକୁ ସୌର ଏବଂ ପବନ ଶକ୍ତି ଉତ୍ପାଦନକୁ ୭୦ ଗୁଣ ବୃଦ୍ଧି କରି ୭,୭୦୦ ଜିଗାଓ୍ବାଟ ପର୍ଯ୍ୟନ୍ତ ନେବାକୁ ହେବ। ଏଥି ସହିତ ଭାରତରେ ଭିତ୍ତିଭୂମି ମଧ୍ୟ ଏତେ ବିକଶିତ ହେବାକୁ କରିବାକୁ ହେବ ଯେ, ଏହା ଯେପରି ପ୍ରତିବର୍ଷ ୧୧୪ ମିଲିୟନ ମେଟ୍ରିକ୍ ଟନ୍ ଗ୍ରୀନ୍ ହାଇଡ୍ରୋଜେନ ଉତ୍ପାଦନ କରିବାର କ୍ଷମତା ନିୟନ୍ତ୍ରଣ କରିପାରିବ। କେନ୍ଦ୍ରୀୟ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ହେତୁ ଭାରତର ବିଭିନ୍ନ ଅଞ୍ଚଳରେ ପାଗ ଦ୍ରୁତ ଗତିରେ ବଦଳୁଛି।

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.