ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦିଲ୍ଲୀ ପରେ ଏବେ ଅହମ୍ମଦାବାଦର ୭ ସ୍କୁଲକୁ ବୋମାରେ ଉଡାଇବା ଧମକ, ହାଇଆର୍ଲଟ ଜାରି

ଅହମ୍ମଦାବାଦ,୬।୫: ଦିଲ୍ଲୀ ଏନ୍‌ସିଆର୍‌ ପରେ ଏବେ ଗୁଜରାଟର ସ୍କୁଲ ଗୁଡିକୁ ଧମକପୂର୍ଣ୍ଣ ଇମେଲ। ପୁଣି ଅହମ୍ମଦାବାଦର ୭ଟି ସ୍କୁଲକୁ ଆସିଲା ବୋମାରେ ଉଡାଇ ଦେବାକୁ ଧମକ। ଏହାକୁ ନେଇ ସମସ୍ତ ସ୍କୁଲରେ ହାଇ ଆଲର୍ଟ ଜାରି କରାଯାଇଛି। ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳକୁ ମଧ୍ୟ ମୁତୟନ କରାଯାଇଛି। 

ଦିଲ୍ଲୀ ଏନ୍‌ସିଆର ଭଳି  ୭ଟି ହାଇ ପ୍ରୋଫାଇଲ୍‌ ସ୍କୁଲକୁ ଧମକପୂର୍ଣ୍ଣ ଇ-ମେଲ୍‌ ଆସିଛି। ଏଥିରେ ସ୍କୁଲଗୁଡିକୁ ବୋମାରେ ଉଡାଇ ଦେବାକୁ ଧମକ ଦିଆଯାଇଛି। ଏହି ଇ-ମେଲ ଆସିବା ପରେ ଦିଲ୍ଲୀ ପବ୍ଲିକ୍‌ ସ୍କୁଲ ଓ ଆନନ୍ଦ ନିକେତନ ସ୍କୁଲ ପୁଲିସକୁ ଏନେଇ ସୂଚନା ଦେଇଥିଲେ। ଏହାପରେ ପୁଲିସ ସ୍କୁଲରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ଘଟଣା ସ୍ଥଳରେ ବୋମ ସ୍କ୍ୱାଡ୍‌କୁ ମଧ୍ୟ ନିୟୋଜିତ କରାଯାଇଛି। 

ଏହା ପୂର୍ବରୁ ମେ' ୧ ତାରିଖରେ ଦିଲ୍ଲୀ- ଏନ୍‌ସିଆର୍‌ର  ୨୦୦ରୁ ଅଧିକ ସ୍କୁଲକୁ ବୋମା ଲଗାଇ ଉଡାଇ ଦେବାକୁ ଧମକପୂର୍ଣ୍ଣ ଇ-ମେଲ ଆସିଥିଲା। ଆଇପି ଆଡ୍ରେସ୍‌ରୁ ଏହି ଇ-ମେଲ୍‌କୁ ବିଦେଶରୁ ଆସିଥିବା ଜଣାପଡିଥିଲା।ଏହି ଧମକ ପରେ ଅବିଭାବକମାନେ ଭୟଭୀତ ହୋଇଯାଇଥିଲେ। ସ୍କୁଲର ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ଏହି ଘଟଣାର ୪ ଦିନ ପରେ ପୁଣିଥରେ ବହୁ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ ପଠାଯାଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.