ପ୍ରମୁଖ ଖବର
  • ସାଲେପୁର : ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ, ବେପାରୀ ଫେରାର
  • ||
  • ଚାନ୍ଦବାଲିରୁ ଶାହାଙ୍କ ହୁଙ୍କାର । ଚିଟଫଣ୍ଡ ଦୁର୍ନୀତିଖୋରଙ୍କୁ ଜେଲ ପଠାଇବୁ, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବୁ
  • ||
  • ବାଣୀବିହାର ସତସଙ୍ଗ ପାର୍କ ଆଗରେ ପୋଲିସ ଗାଡ଼ି ଦୁର୍ଘଟଣା, ୭ ଆହତ
  • ||
  • ମିଜୋରାମରେ ପ୍ରବଳ ବର୍ଷା ଯୋଗୁ ଭୁଷୁଡିଲା ପଥର ଖଦାନ, ୧୦ ଶ୍ରମିକ ଚାଲିଗଲା ଜୀବନ, ଏକାଧିକ ଆହତ
  • ||
  • ଇଣ୍ଡିଗୋ ବିମାନରେ ବୋମା ଆତଙ୍କ,ଏମର୍ଜେନ୍ସି ଡୋର ଦେଇ ବାହାରିଲେ ଯାତ୍ରୀ
  • ||
  • ମୁମ୍ବାଇ ବିମାନବନ୍ଦର, ତାଜ ହୋଟେଲ ଉଡ଼ାଇବାକୁ ଧମକ, ଉତ୍ତରପ୍ରଦେଶରୁ ଆସିଥିଲା କଲ୍
  • ||
  • ଉପକୂଳରେ ଜୋରଦାର ପ୍ରଚାର, ମଙ୍ଗଳବାର ବାଲେଶ୍ବରରେ କାର୍ତ୍ତିକ୍ ପାଣ୍ଡିଆନଙ୍କ ଶକ୍ତି ପ୍ରଦର୍ଶନ
  • ||
  • ଆମେରିକାରେ ଘୂର୍ଣ୍ଣିଝଡ଼ ରଚିଲା ତାଣ୍ଡବ, ୨୨ ମୃତ,ଶତାଧିକ ଆହତ, ୧୦ କୋଟି ଲୋକ ପ୍ରଭାବିତ
  • ||
  • ରଥଖଳା ହାଲ୍‌ଚାଲ୍‌...ବୁଧବାର ରଥ ତ୍ରୟର ଚକ-ଅଖ ଡ଼େରା ନୀତି, ଚକକୁ ସୁରକ୍ଷା ଦିଏ ପନ୍ଦାରି ଚାବି
  • ||
  • କଟକ ଚାନ୍ଦବାଲି ରାସ୍ତାରେ OSRTC ବସ୍-ସ୍କୁଟି ମୁହାଁମୁହିଁ ଧକ୍କା, ଆଖିବୁଜିଲେ ଜଣେ ମହିଳା
  • ||
  • ମେ’ ୩୧ ସୁଦ୍ଧା କେରଳ ଛୁଇଁବ ମୌସୁମୀ: ଦେଶରେ ଅଧିକ ବର୍ଷିବ, ଓଡ଼ିଶାରେ ନିଅଣ୍ଟିଆ ବର୍ଷା ଆକଳନ
  • ||

ଗେହଲଟ ଓ ବଘେଲଙ୍କୁ କଂଗ୍ରେସର ବଡ଼ ଦାୟିତ୍ବ, ଆମେଠି- ରାୟବରେଲି ଆସନରେ ପର୍ଯ୍ୟବେକ୍ଷକ ନିଯୁକ୍ତ

ନୂଆଦିଲ୍ଲୀ,୬।୫:  ରାଜସ୍ତାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ବଡ଼ ଦାୟିତ୍ବ। କଂଗ୍ରେସ ଗେହଲଟଙ୍କୁ ଆମେଟି ଓ ବଘେଲଙ୍କୁ  ରାୟବରେଲି ଆସନରୁ ଲୋକସଭା ନିର୍ବାଚନ ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷପ ଦାୟିତ୍ବ ପ୍ରଦାନ କରିଛି। ଗେହଲଟ୍ ଓ ବଘେଲଙ୍କୁ ଦୁଇ ଆସନରେ ପାର୍ଟିର ବିଜୟ ସୁନିଶ୍ଚିତ କରିବାକୁ ଟାସ୍କ ଦିଆଯାଇଛି। ପ୍ରିୟଙ୍କା ଗାନ୍ଧୀ ସୋମବାର ନିଜେ ରାୟବରେଲି ଓ ଆମେଠିରେ କ୍ୟାମ୍ପ କରିବାକୁ ଯାଉଛନ୍ତି। ପ୍ରିୟଙ୍କାଙ୍କ ସହିତ ଗେହଲଟ୍ ଓ ବଘେଲ ମଧ୍ୟ ରହିବେ। କଂଗ୍ରେସ କେବଳ ରାୟବରେଲି ହିଁ ନୁହେଁ, ରାହୁଲ ଛାଡିଥିବା ଆମେଠି ଆସନରୁ ଜୋରଦାର ନିର୍ବାଚନ ଲଢିବ। ଆମେଠି କଂଗ୍ରେସ ସୋନିଆଙ୍କ ପ୍ରତିନିଧି ଥିବା କିଶୋରୀ ଲାଲ ଶର୍ମାଙ୍କୁ ଏହି ଆସନରୁ ନିର୍ବାଚନ ଲଢାଉଛି। ରାହୁଲ ରାୟବରେଲିରୁ ଲଢୁଛନ୍ତି। ଆମେଠିରେ କେଏଲ ଶର୍ମାଙ୍କୁ ବିଜେପିର ସ୍ମୃତି ଇରାନୀଙ୍କଠାରୁ ଫେରାଇ ନେବାର କାମ ମିଳିଛି। ସେଭଳି ରାହୁଲ ରାୟବରେଲି ଗଡକୁ ବଞ୍ଚାଇବାକୁ ମୈଦାନରେ ଓହ୍ଲାଇ ପଡିଛନ୍ତି। ରାୟବରେଲି ହେଉଛି ଏକମାତ୍ର ଆସନ, ଯାହାକି ୟୁପିରେ କଂଗ୍ରେସ ୨୦୧୯ ରେ ଜିତିଥିଲା। 

ଉତ୍ତର ପ୍ରଦେଶର ଏହି ଦୁଇ ହାଇ ପ୍ରୋଫାଇଲ ଆସନରେ ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ୨୦ ମଇରେ ମତଦାନ ରହିଛି। କଂଗ୍ରେସ ଗାନ୍ଧି-ନେହରୁ ପରିବାରର ଗଢ ରହିଛି, ଏହି ଦୁଇଟି ଆସନରେ ୩ ମଇରେ ନାମାଙ୍କର ଶେଷ ଦିନ ସକାଳେ ପ୍ରାର୍ଥୀ ଘୋଷଣା କରିଥିଲେ। ସବୁ ଚର୍ଚ୍ଚା ବିପରୀତ ରାହୁଲ ଆମେଠି ଛାଡି ରାୟବରେଲିରୁ ଲଢିବାର ନିଷ୍ପତ୍ତି ନେଇଥିଲା, ସେଭଳି ଆମେଟି ଆସନରୁ ଗାନ୍ଧୀ ପରିବାର ଓ ଆମେଠି-ରାୟବରେଲିର ୩୦-୪୦ ବର୍ଷ ସମ୍ପର୍କିତ କେଏଲ ଶର୍ମାଙ୍କୁ କ୍ୟାଣ୍ଡିଡେଟ୍ କରାଯାଇଛି। ନାମାଙ୍କନ ଦିନ ଅଶୋକ ଗେହଲଟ୍‌ଙ୍କୁ ନେଇ ପ୍ରିୟଙ୍କା ଆମେଠି ଯାଇଥିଲେ ଓ ଖୁବ୍ ସଂକ୍ଷିପ୍ତ ଭାଷଣ ପରେ ରାହୁଲଙ୍କ ନାମାଙ୍କନରେ ରାୟବରେଲି ଚାଲିଯାଇଥିଲେ। ପ୍ରିୟଙ୍କା ସେ ଦିନ କହିଥିଲେ, ସେ ୬ ମଇରେ ଆସିବେ ଓ ପରେ ନିର୍ବାଚନ ପର୍ଯ୍ୟନ୍ତ ରାୟବରେଲି ଓ ଆମେଠିରେ ରହିବେ।

ସୋନିଆ ୧୯୯୯ ରେ ଆମେଠିରୁ ଜିତିବା ପରେ ୨୦୦୪ରେ ସେଠାରେ ରାହୁଲଙ୍କୁ ଲଞ୍ଚ କରିଥିଲେ। ୨୦୦୪ ରେ ସୋନିଆ ରାୟବରେଲିରୁ ନିର୍ବାଚନ ଲଢିଥିବେ ଓ ସେବେଠାରୁ ୨୦୧୯ ପର୍ଯ୍ୟନ୍ତ ଲଗାତାର ଜିତିଛନ୍ତି। ଚଳିତ ବର୍ଷ ଆରମ୍ଭରୁ ସେ ରାଜ୍ୟସଭା ଯାଇଥିଲେ, କାରଣ ତାଙ୍କ ଦେହ ଭଲ ରହୁନାହିଁ। ରାହୁଲ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଆମେଠିରୁ ଜିତୁଥିଲେ,କିନ୍ତୁ ୨୦୧୯ ରେ ବିଜେପିର ସ୍ମୃତି ଇରାନୀ ତାଙ୍କୁ ୫୫ ହଜାର ଭୋଟରେ ହରାଇ ଦେଇଥିଲେ। ରାହୁଲ ସେତେବେଳେ କେରଳ ଓ୍ବାଇନାଡ ଆସନରୁ ଲଢୁଥିଲେ ଓ ସେଠାରୁ ଜିତି ଲୋକସଭା ପହଁଞ୍ଚିଥିଲେ। ରାହୁଲ ଏଥର ମଧ୍ୟ ଓ୍ବାଇନାଡରୁ ନିର୍ବାଚନ ଲଢୁଛନ୍ତି ଓ ସେଠାରେ ମତଦାନ ପରେ ରାୟବରେଲିରୁ ଲଢିବାର ନିଷ୍ପତ୍ତି ନେଇଛନ୍ତି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.