ପ୍ରମୁଖ ଖବର
  • ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଇରଙ୍ଗପୁର ଏବଂ ବାରିପଦାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର
  • ||
  • ନିର୍ବାଚନ ପାଇଁ ଦୁଇ ଦିନ ମଦ ଦୋକାନ ଏବଂ ବାର୍‌ ବନ୍ଦ, ଭୋଟ୍‌ ଗଣତି ଦିନ ରାଜ୍ୟସାରା ମଦ ଦୋକାନ ବନ୍ଦ
  • ||
  • ଶନିବାର ତୃତୀୟ ପର୍ଯ୍ୟାୟ ମତଦାନ: ୬ ଲୋକସଭା, ୪୨ ବିଧାନସଭା ସିଟ୍‌ରେ ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ରଥଖଳା ହାଲ୍‌ଚାଲ୍‌...ସିଙ୍ଗଡ଼ା ବାଡ଼ିଆ, ପହି ବିନ୍ଧ ଅନୁକୂଳ...
  • ||
  • IPL 2024: ଦ୍ୱିତୀୟ କ୍ୱାଲିଫାୟରରେ ମୁହାଁମୁହିଁ ହେବେ ରୟାଲ୍ସ- ସନରାଇଜର୍ସ, ଟ୍ରାଭିସେକ ଯୋଡ଼ିଙ୍କୁ ଅଟକାଇବେ ସ୍ପିନ୍‌ ଟାଇଟନ
  • ||
  • ଦାନା ବାନ୍ଧୁଛି ବାତ୍ୟା ‘ରେମାଲ୍‌’: ୨୫ରେ ବାତ୍ୟା ରୂପ ନେବ, ୨୬ରେ ଭୀଷଣ ବାତ୍ୟାରେ ହେବ ପରିଣତ
  • ||

ପୁଟିନ୍‌ଙ୍କ ଭୟଙ୍କର ଉଦ୍ଦେଶ୍ୟ, ସେନାକୁ କହିଲେ- ୟୁକ୍ରେନ୍ ସୀମାରେ ପରମାଣୁ ଅସ୍ତ୍ର ସହ କର ଅଭ୍ୟାସ

ନୂଆଦିଲ୍ଲୀ,୬।୫: ୟୁକ୍ରେନ୍ ସହ ଗତ ଦୁଇ ବର୍ଷ ହେବ ଋଷର ଯୁଦ୍ଧ ଲାଗି ରହିଛି। ଏହା ଭିତରେ ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ୍‌ ପୁଣିଥରେ ବିପଦଜନକ ଉଦେଶ୍ୟରେ ରହିଛି। ଋଷ ସେନାକୁ ପରମାଣୁ ହତିଆର ସହିତ ଅଭ୍ୟାସ କରିବାକୁ କହିଛନ୍ତି। ଏହି ନିର୍ଦେଶ ୟୁକ୍ରେନ୍‌ର ସୀମାରେ ମୁତୟନ ସ୍ଥଳ ସେନା ଓ ନୌସେନାକୁ ଦିଆଯାଇଛି। ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ସୋମବାର ଏହି ସୂଚନା ଦେଇଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଅଭ୍ୟାସ ବେଳେ ପରମାଣୁ ହତିଆରକୁ ମଧ୍ୟ ସାମିଲ କରାଯିବ। ଏହା ଦେଖାଯିବ ଯେ, କିଭଳି ଏହି ଅସ୍ତ୍ର ସହିତ ମୁତୟନ କରାଯିବ ଓ ଏହାର କ’ଣ ବ୍ୟବହାର ହୋଇପାରିବ।

ପୁଟିନ୍ ଏହି ନିଷ୍ପତ୍ତି ଏଭଳି ସମୟରେ ନେଇଛନ୍ତି, ଯେତବେଳେ ଋଷ ସେନା କହିଛି, ୟୁକ୍ରେନ୍‌ ବ୍ୟତୀତ ପାଶ୍ଚାତ୍ୟ ଦେଶ ପ୍ରତି ତାଙ୍କୁ ବିପଦ ରହିଛି। ମିଳିଥିବା ସୂଚନା ଅନୁସାରେ, ଏହି ଡ୍ରିଲ୍‌ରେ ପରମାଣୁ ହତିଆରକୁ ମୁତୟନ କରିବା ଓ ଏହାର ବ୍ୟବହାରକୁ ସାମିଲ କରାଯିବ। ସେନା ଅଭ୍ୟାସ କରିବ, କିଭଳି ଏହି ହତିଆରକୁ ଯୁଦ୍ଧରେ ବ୍ୟବହାର କରିବାର ଅଛି ଓ କିଭଳି ଏହାକୁ ମୁତୟନ କରାଯିବ। ଋଷ ସେନାର କହିବା ଅନୁସାରେ, ଏହା ଜରିଆରେ ଆମେ ଏହା ଦେଖିପାରିବୁ ଯେ, ନିଜର ଅଖଣ୍ଡତା ଓ ଏକତାର ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ଭାବରେ ତତ୍ପର ଅଛୁ। 

ଋଷ ସେନାର କହିବା ଅନୁସାରେ, ପାଶ୍ଚାତ୍ୟ ଦେଶ ପ୍ରତି ଆମକୁ ବିପଦ ରହିଛି। ଏଭଳି ସ୍ଥିତିର ମୁକାବିଲା ପାଇଁ ସବୁ ପ୍ରକାର ପ୍ରସ୍ତୁତି ଜରୁରୀ ରହିଛି। ଉଲ୍ଲେଖନୀୟ ଯେ, ପୁଟିନ ବହୁବାର ଆମେରିକା ସହିତ ପାଶ୍ଚାତ୍ୟ ଦେଶକୁ ପରମାଣୁ ହତିଆରରେ ଆକ୍ରମଣ କରିବାର ଧମକ ଦେଇସାରିଛନ୍ତି, ଯେଉଁମାନେ ୟୁକ୍ରେନ୍‌କୁ ସାହାଯ୍ୟ କରୁଛନ୍ତି। ଏଭଳି ସ୍ଥିତିରେ ଏବେ ପରମାଣୁ ଅସ୍ତ୍ରର ଅଭ୍ୟାସ କରିବା ନିଷ୍ପତ୍ତି ଭୁଲ। ଉଲ୍ଲେଖନୀୟ  ଯେ, ରବିବାର ରାତିରେ ଋଷ ୟୁକ୍ରେନ୍ ଉପରେ ଡ୍ରୋନ୍ ଆକ୍ରମଣ କରିଥିଲା। ଏହି ଆକ୍ରମଣ କାରଣରୁ ୟୁକ୍ରେନ୍‌ରେ ୪ ଲକ୍ଷ ଘର ଅନ୍ଧାରରେ ଥିଲା। ସେଭଳି ୟୁକ୍ରେନ୍ ମଧ୍ୟ ଋଷ ବେଲଗୋରଦା ଅଞ୍ଚଳକୁ ଟାର୍ଗେଟ କରି ଡ୍ରୋନ୍ ଆଟାକ୍ କରିଛି। ଏହି ଆକ୍ରମଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ୩୫ ଜଣ ଆହତ ହୋଇଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.