ରାଇଘର ,୨୦।୧୦ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ବାମୀ ହତ୍ୟା  କରିବା ପରେ ପୋଖରୀରେ ଭିଙ୍ଗି ଦେଲା।  କୁନ୍ଦେଇ ଥାନା ଅଧୀନରେ ଥିବା ଖିଲୋଲି ଗ୍ରାମରେ ଏହି ଘଟଣା ଘଟିଛି। ପୋଲିସ ମୃତଦେହ ଉଦ୍ଧାର କରିବା ସହ ସ୍ବାମୀକୁ ଗିରଫ କରିଛି । ମୃତ ମହିଳା ଜଣକ ହେଲେ ରଜନ ବାଇ ଗଣ୍ଡ ।

କୁନ୍ଦେଇ ପଞ୍ଚାୟତ ର ଖିଲୋଲି ଗ୍ରାମର ମହାଂଗୁ ଗଣ୍ଡ ସବୁବେଳେ ତାଙ୍କ ସ୍ତ୍ରୀ ଉପରେ ସନ୍ଦେହ କରିଆସୁଥିଲା । ୧୬ ତାରିଖ ଦିନ ସନ୍ଦେହ ଚରମ ସୀମାରେ ପହଞ୍ଚିଥିଲା । ଉଭୟେ ସ୍ୱାମୀ ମହାଂଗୁ ଏବଂ ସ୍ତ୍ରୀ ରଜନ ବାଇ ଗଣ୍ଡ ଙ୍କ ମଧ୍ୟରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା । ଶେଷରେ ମହାଂଗୁ ସ୍ତ୍ରୀ ରଜନ ବାଇଙ୍କୁ ତାଙ୍କ ବାପ ଘରେ ଛାଡ଼ିଦେବ କହି ସାଥୀରେ ନେଇ ଯାଇଥିଲା।  ବାପ ଘରକୁ ଯିବା ସମୟରେ ସୀମରଡ଼ିହି ଓ ଖିଲୋଲି ରାସ୍ତା ମଝିରେ ନିଛାଟିଆ ଜଙ୍ଗଲ ରାସ୍ତାରେ ରଜନ ବାଇର ତଣ୍ଟି ଚିପି ମାରିଦେଇଥିଲା ମହାଂଗୁ । ଏହି ଘଟଣାକୁ ଲୁଚାଇବାକୁ ଯୋଜନା ପ୍ରସ୍ତୁତ କରି ଘରକୁ ଆସି ସାଇକଲ ନେଇ ଥିଲା । ସେହି ସାଇକେଲରେ ରଜନ ମରଶରୀରକୁ ଲଦି ଏକ ଟ୍ୟୁବ ରେ ବାନ୍ଧି  କିଛି ଦୂରରେ ଥିବା ସୀମରଡ଼ିହି ପୋଖରୀରେ ପଥର ବାନ୍ଧି ଫୋପାଡ଼ି ଦେଇଥିଲା । ୧୮ ତାରିଖ ଦିନ ସେହି ଗ୍ରାମର କିଛି ଗାଈ ଚାରାଳୀ ପୋଖରୀ ନିକଟରେ ଗାଈ ଚରାଇବା ସମୟରେ ଦେଖିବାକୁ ପାଇଥିଲେ ପୋଖରୀରେ ଏକ ମୃତଦେହ ଭାସୁଛି । ଏହି କଥା ସୀମରଡ଼ିହି ଗ୍ରାମରେ ଯାଇ ଜଣାଇଥିଲେ । ଗ୍ରାମବାସୀ  ମୃତଦେହ ଚିହ୍ନଟ କରିଥିଲେ।

ଏ ନେଇ  ପୋଖରୀ ମାଲିକ ସୁନ୍ଦର ଖୋସାରିୟକୁ କହିଥିଲେ  । ସୁନ୍ଦର ଯାଇ ରଜନ ବାଇର ଭାଇ ଭୋଲା ରାମ ଗଣ୍ଡଙ୍କୁ ତାଙ୍କ ଭଉଣୀ ପୋଖରୀରେ ଭାସୁଥିବା  କହିଥିଲେ। ଭୋଲା ରାମ ପୋଖରୀ ନିକଟକୁ ଯାଇ ଭଉଣୀର ମୃତଦେହ ଦେଖିଥିଲା ଏହା  ପରେ ମହାଂଗୁ ପାଖକୁ ଯାଇ ଭଉଣୀ କାହିଁ ପଚାରିବା ପରେ ଭିଣୋଇ ମହାଂଗୁ ମାରି ଫୋପାଡିବା କଥା କହିଥିଲା । ଏହା ପରେ କୁନ୍ଦେଇ ଥାନାରେ ଜଣାଇଥିଲା । ପୋଲିସ ଘଟଣାସ୍ଥଳକୁ ଯାଇ ମୃତ ଦେହ  ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।  ମହାଂଗୁକୁ ଗିରଫ କରି କୋର୍ଟ ଚାଲାଣ କରିଥିବା କୁନ୍ଦେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠି କହିଛନ୍ତି।