ନୂଆଦିଲ୍ଲୀ,୦୮/୦୬; ଭାରତୀୟ ଟି-ଟ୍ୱେଣ୍ଟି ଦଳର ନୂଆ ଅଧିନାୟକ ହୋଇଛନ୍ତି ଶ୍ରେୟାସ ଆୟର । ଟିମ୍ ଇଣ୍ଡିଆର ନେତୃତ୍ୱ ନେଇଥିବା ଆୟର ନିଜ ବିଷୟରେ ଏକ କଥା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି,'' କ୍ୟାପ୍ଟେନ୍ସି ଚ୍ୟାଲେଞ୍ଜକୁ ସ୍ୱାଗତ କରୁଛି, କିନ୍ତୁ ଏ ନେଇ ନିଜର ପରିଚୟ ବଦଳାଇବି ନାହିଁ । କାହା ଛାଇ ତଳେ ରହି ଟିମର ନେତୃତ୍ୱ ନେବି ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ନିଜ ଅନ୍ଦାଜରେ ଟିମ୍ ଇଣ୍ଡିଆକୁ ଆଗକୁ ନେବେ ବୋଲି କହିଛନ୍ତି ଭାରତର ସରପଞ୍ଚ ସାହେବ ଶ୍ରେୟାର ଆୟର ।
ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଶ୍ରେୟାସ ଆୟର ଅଧିନାୟକତ୍ୱ ବିଷୟରେ ଖୋଲାଖୋଲି କଥା ହୋଇଥିଲେ । ସେ କହିଥିଲେ ଯେ ଟିମ୍ ଇଣ୍ଡିଆର ନେତୃତ୍ୱ ନେବା ଏକ ସମ୍ମାନ ଏବଂ ଦାୟିତ୍ୱ, କିନ୍ତୁ ସେ ନିଜକୁ ପରିବର୍ତ୍ତନ କରିବାରେ ବିଶ୍ୱାସ କରନ୍ତି ନାହିଁ । ମୋତେ ଅଧିନାୟକତ୍ୱ ଦାୟିତ୍ୱ ଦିଆଯାଇଛି, ଏହା ଏକ ଭଲ ଚ୍ୟାଲେଞ୍ଜ । ଏଥିପାଇଁ ମୋତେ ମୋର ବ୍ୟକ୍ତିତ୍ୱ ପରିବର୍ତ୍ତନ କରିବାକୁ ପଡିବ ନାହିଁ । ମୁଁ ପୂର୍ବରୁ ଯେପରି ଥିଲି ସେହି ପରି ରହିବି । ମୁଁ ଅନ୍ୟ କାହା ପରି ହେବାକୁ ଚେଷ୍ଟା କରିବି ନାହିଁ କିମ୍ବା କାହାର ଛାଇରେ ରହିବାକୁ ଚାହେଁ ନାହିଁ ।''
ଶ୍ରେୟାସ ଆୟରଙ୍କର ଏହି ପ୍ରତିକ୍ରିୟା ଏପରି ସମୟରେ ଆସିଛି, ଯେତେବେଳେ ଭାରତୀୟ କ୍ରିକେଟରେ ଅଧିନାୟକମାନଙ୍କୁ ପ୍ରାୟତଃ ସେମାନଙ୍କ ପୂର୍ବ ନେତୃତ୍ୱ ସହ ତୁଳନା କରାଯାଏ । ଆୟର ସ୍ପଷ୍ଟ ଭାବରେ ସୂଚାଇ ଦେଇଛନ୍ତି ଯେ, ସେ ନିଜର ପରିଚୟ ସୃଷ୍ଟି କରିବାକୁ ଚାହାଁନ୍ତି । ଶ୍ରେୟସ ଆୟରଙ୍କ ଯାତ୍ରା ସହଜ ନଥିଲା । ଡିସେମ୍ବର ୨୦୧୩ରେ ତାଙ୍କର ଶେଷ ଟି-ଟ୍ୱେଣ୍ଟି ଆନ୍ତର୍ଜାତୀୟ ଖେଳିବା ପରେ, ସେ ବହୁତ ଦିନ ଧରି ଦଳରୁ ବାହାରେ ଥିଲେ, ଟି-ଟ୍ୱେଣ୍ଟି ବିଶ୍ୱକପ୍ ଏବଂ ଏସିଆ କପ୍ ଭଳି ପ୍ରମୁଖ ଟୁର୍ଣ୍ଣାମେଣ୍ଟରୁ ବଞ୍ଚିତ ହୋଇଥିଲେ । ସେ ଘରୋଇ କ୍ରିକେଟରେ ସ୍ଥିର ଭାବରେ ସ୍କୋର କରିଥିଲେ ଏବଂ ଆଇପିଏଲରେ ତାଙ୍କ ଅଧିନାୟକତ୍ୱରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ପ୍ରଭାବଶାଳୀ IPL ରେକର୍ଡ ଯୋଗୁଁ ଶ୍ରେୟାସ ଆୟରଙ୍କ ଦଳକୁ ଫେରିବାର ଏକ ପ୍ରମୁଖ କାରଣ ଥିଲା ।
ଏହା ବି ପଢନ୍ତୁ...T20 World Cup: ମହିଳା ବିଶ୍ୱକପ ଲଢେଇକୁ ଆଉ ୪ ଦିନ; ୱାଟରଲୁ ବ୍ରିଜ୍ରେ ‘କ୍ୟାପ୍ଟେନ ଫଟୋସୁଟ୍', ଦେଖନ୍ତୁ ଫଟୋ
ବିସିସିଆଇ ନୂଆ ଭାରତୀୟ ଦଳ ଚୟନ କରିଛି । ଦଳରେ ନୂଆ-ପୁରୁଣା ମୁହଁ ବି ସାମିଲ । ୩ ମାସ ତଳର ଟି-ଟ୍ୱେଣ୍ଟି ବିଶ୍ୱକପ୍ ବିଜୟ ଇତିହାସ ହୋଇଛି । ଭାରତକୁ ଚାମ୍ପିଅନ କରାଇଥିବା ଅଧିନାୟକ ସୂର୍ଯ୍ୟକୁମାରଙ୍କ ସ୍ଥାନରେ ଶ୍ରେୟାସ ଆୟର ହୋଇଛନ୍ତି ଟି-ଟ୍ୱେଣ୍ଟି ଅଧିନାୟକ । ଏବେ ଟି-ଟ୍ୱେଣ୍ଟିରେ ସରପଞ୍ଚ ସାହେବ ଶ୍ରେୟାସଙ୍କ ଯୁଗ ଆରମ୍ଭ ହେବ । ସେ ଭାରତର ୧୫ ତମ ଟି-ଟ୍ୱେଣ୍ଟି ଅଧିନାୟକ ହୋଇଛନ୍ତି । ଆୟର ନେତୃତ୍ୱ ପାଇଁ ହକ୍ଦାର ଥିଲେ । ସେ ୨୦୨୪ରେ କୋଲକାତାକୁ ଆଇପିଏଲ ଚାମ୍ପିଅନ୍ କରାଇଥିଲେ ଓ ୨୦୨୫ରେ ପଞ୍ଜାବକୁ ଫାଇନାଲରେ ପହଞ୍ଚାଇଥିଲେ । ଚଳିତ ଆଇପିଏଲରେ ଶ୍ରେୟାସ ଆୟର ୪୯୮ ରନ୍ କରିଛନ୍ତି । ଯେଉଁଥିରେ ଗୋଟିଏ ଶତକ ୫ଟି ଅର୍ଦ୍ଧଶତକ ରହିଛି । ଶ୍ରେୟାସଙ୍କୁ ଅଧିନାୟକ୍ୱ ମିଳିବାକୁ ସମସ୍ତେ ସ୍ୱାଗତ କରିଛନ୍ତି ତାଙ୍କ ଫ୍ୟାନ୍ସ ।