ନୂଆଦିଲ୍ଲୀ : ଆଜି ୧୨ ନଭେମ୍ୱର ତାରିଖ ଏବଂ ଦୀପାବଳି ବିତିବାର ଦୁଇ ସପ୍ତାହ ହୋଇଛି। ଏହାପରେ ମଧ୍ୟ ପାଣିପାଗରେ ଗରମ ଅନୁଭବ ହେଉଛି। ଦିଲ୍ଲୀ-ଏନସିଆର , ୟୁପି, ହରିଆଣା , ପଞ୍ଜାବ, ବିହାର , ରାଜସ୍ଥାନ ସମେତ ସମଗ୍ର ଉତ୍ତର ଭାରତରେ ତାପମାତ୍ରା ହାରାହାରି ଠାରୁ ଅଧିକ ରହିଛି ଏବଂ ପଙ୍ଖା ଓ ହାତ ବିଛଣା ନଚଲାଇ ରହି ହେଉ ନାହିଁ । ଏହାର କାରଣ କଣ ହୋଇ ପାରେ ଏବଂ କେବେ ଶୀତ ଆସିବ? ଏହା ଆମେରିକୀୟ ଏଜେନ୍ସି ନାସା ସୂଚନା ଦେଇଛି। ଚଳିତ ବର୍ଷର ଅକ୍ଟୋବର ମାସରେ ପୂରା ବିଶ୍ୱରେ ହାରାହାରି ୧.୩୨ ଡିଗ୍ରୀ ଅଧିକ ଗରମ ରହିଛି। ନାସାର କହିବାନୁସାରେ, ଏହି ବର୍ଷର ଅକ୍ଟୋବର ମାସରେ ୨୦୨୩ର ତୁଳନାରେ କିଛି କମ୍ ଗରମ ରହିଛି, କିନ୍ତୁ କିଛି ଅଞ୍ଚଳରେ ଏହାର ଓଲଟା ମଧ୍ୟ ରହିଛି। ଏଥିପାଇଁ ଆମେ କହି ପାରିବା ଯେ ଉଭୟ ବର୍ଷରେ ଏକାଭଳି ପାଣିପାଗ ରହିଛି।
ଭାରତରେ ଅକ୍ଟୋବର ମାସରେ ଗରମ ହେବା ଓ ଏବେ ସୁଦ୍ଧା ଥଣ୍ଡା ନପଡ଼ିବାର କାରଣ ଏହା କି ପଶ୍ଚିମା ଝଡ଼ ସକ୍ରିୟ ନାହିଁ। ଏହା ବ୍ୟତୀତ ପୂର୍ବ ବାୟୁର ପ୍ରଭାବ ରହିଛି, ଯେଉଁଥି ପାଇଁ ବଙ୍ଗୋପସାଗରରେ କମ୍ ଚାପର କ୍ଷେତ୍ର ସୃଷ୍ଟି ହୋଇଛି। ପାଣିପାଗ ବିଭାଗର ଅନୁମାନ ଯେ, ନଭେମ୍ୱର ମାସରେ ପ୍ରତି ବର୍ଷ ତୁଳନାରେ କିଛି ଅଧିକ ଗରମ ରହିବ ଯାହାକି ଅଲ-ନିନାର ସକ୍ରିୟ ହେବା ପରେ ଭୀଷଣ ଥଣ୍ଡା ଅନୁଭୂତ ହୋଇପାରେ। ବିଶେଷଜ୍ଞଙ୍କ କହିବାନୁସାରେ , ନର୍ଥ ଇଣ୍ଡିଆରେ ସର୍ବନିମ୍ନ ତାପମାତ୍ରା ସାଧାରଣରୁ ୨ରୁ ୩ଡିଗ୍ରୀ ସେଲସିୟସ ଅଧିକ ହୋଇ ରହିଛି। ବାସ୍ତବରେ ଥଣ୍ଡାର ଆରମ୍ଭ ଡିସେମ୍ୱର ମଧ୍ୟ ଭାଗରୁ ହୋଇପାରେ।
ପାଣିପାଗର ସ୍ଥିତି ଏହା କି ସର୍ବନିମ୍ନ ତାପମାତ୍ରା ତ ଅଧିକ ରହିଛି, ସର୍ବାଧିକ ତାପମାତ୍ରା ମଧ୍ୟ ୩ରୁ ୫ ଡିଗ୍ରୀ ସେଲସିୟସ ଯାଏ ବଢିଛି। ୟୁପି ,ବିହାର , ହରିଆଣା ,ମଧ୍ୟ ପ୍ରଦେଶ , ଦିଲ୍ଲୀ –ଏନସିଆର ବା ପଞ୍ଜାବ ନୁହେଁ ବରଂ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ , ଜମ୍ମୁ –କାଶ୍ମୀର ଓ ଲଦ୍ଦାଖ ଭଳି ପାହାଡିଆ ଅଞ୍ଚଳରେ ମଧ୍ୟ ତାପମାତ୍ରା ପ୍ରତି ବର୍ଷ ତୁଳନାରେ ଅଧିକ ରହିଛି। ଦିଲ୍ଲୀ –ଏନସିଆରରେ ତ ଦ୍ରୁତ ବାୟୁ ପ୍ରବାହ ଓ ଥଣ୍ଡା ପାଣିପାଗର ଜରୁରି ରହିଛି। ଏହା ଏଥିପାଇଁ କି ବାୟୁର ସ୍ଥିରତା ଯୋଗୁଁ ଏଠାରେ ବାୟୁ ପ୍ରଦୂଷଣ ଖୁବ୍ ଶୀର୍ଷ ସ୍ତରରେ ରହିଛି ଏବଂ ଗରମ ମଧ୍ୟ ଜାରି ରହିଛି। ଏମିତି ସ୍ଥିତି ଲୋକଙ୍କୁ ରୋଗାଗ୍ରସ୍ତ କରିପାରେ।
ଦିଲ୍ଲୀ –ଏନସିଆରରେ ଏବେ ବି ନ୍ୟୁନତମ ତାପମାତ୍ରା ୧୪ରୁ ୧୯ ଡିଗ୍ରୀ ସେଲସିୟସ ରହିଛି, ଯାହାକି ସର୍ବାଧିକ ୩୦ରୁ ୩୨ ଡିଗ୍ରୀ ସେଲସିୟସ ରହିଛି। ପାଣିପାଗବିଜ୍ଞାନୀଙ୍କର କହିବାନୁସାରେ ଲା-ନିନାର ସକ୍ରିୟ ହେବା ଯାଏ ଏମିତି ହିଁ ଗରମ ଜାରି ରହିବ।