ନୂଆଦିଲ୍ଲୀ,୦୮/୦୬; ଘରୋଇ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ଏକମାତ୍ର ଟେଷ୍ଟରେ ଭାରତ ଆଧିପତ୍ୟ ଜାରି ରଖି ବିରାଟ ବିଜୟ ହାସଲ କରିଛି । ପଦାର୍ପଣ ମ୍ୟାଚ ଖେଳୁଥିବା ମାନବ ସୁତାର ଏବଂ ୱାସିଂଟନ ସୁନ୍ଦରଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇଛି ଆଫଗାନ ଟିମ୍ । ଇନିଂସ ସହ ୩୦୦ ରନର ବଡ଼ ବିଜୟ ହାସଲ କରିଛି ଟିମ୍ ଶୁଭମନ । ଆଫଗାନିସ୍ତାନ ଦ୍ୱିତୀୟ ଇନିଂସରେ ୧୧୨ ରନରେ ଅଲଆଉଟ୍ ହୋଇଯାଇଛି । ପ୍ରଥମ ଇନିଂସରେ ୧୫୨ ରନ୍ କରିଥିଲା ଆଫଗାନିସ୍ତାନ । ମୁଲାନପୁର (ନୂଆ ଚଣ୍ଡିଗଡ଼) ସ୍ଥିତ ମହାରାଜା ଯାଦବୀନ୍ଦ୍ର ସିଂହ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଏକ ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା । ଏକମାତ୍ର ଟେଷ୍ଟରେ ଭାରତ ବାଜି ମାରି ନେଇଛି । ଏହି ମ୍ୟାଚ୍ ୭ ଓ୍ବିକେଟ୍ ନେଇ ଡେବ୍ୟୁଟାଣ୍ଟ ମାନବ ସୁଥାର ପ୍ଲେୟାର ଅଫ ଦି ମ୍ୟାଚ୍ ହୋଉଛନ୍ତି ।
ଏକମାତ୍ର ଟେଷ୍ଟ ମ୍ୟାଚରେ ଭାରତ ଆଫଗାନିସ୍ତାନକୁ ପରାସ୍ତ କରିଛି। ସୋମବାର ମୁଲାନପୁର ଗ୍ରାଉଣ୍ଡରେ ତୃତୀୟ ଦିନରେ ଭାରତୀୟ ଦଳ ଏକ ଇନିଂସ ଏବଂ ୩୦୦ ରନରେ ବିଜୟୀ ହୋଇଛି। ଭାରତ ଟସ୍ ଜିତି ପ୍ରଥମ ଇନିଂସରେ ୮ ୱିକେଟ୍ ହରାଇ ୫୬୪ ରନର ବିଶାଳ ସ୍କୋର କରିଥିଲା । ଏଥିରେ ଅଧିନାୟକ ଶୁଭମନ ଗିଲ୍ ଏବଂ ଉପଅଧିନାୟକ କେ.ଏଲ. ରାହୁଲ ଶତକୀୟ ଇନିଂସ ଖେଳିଛନ୍ତି । ଗିଲ୍ ୧୨୬ ରନ ଇନିଂସ ଖେଳିଥିବା ବେଳେ ରାହୁଲ ଶହେ ରନ କରି ଆଉଟ୍ ହୋଇଥିଲେ । ସେହିପରି ସାଇ ସୁଦର୍ଶନ ଏବଂ ରିଷଭ ପନ୍ତ ୮୧ ଲେଖାଏଁ ରନ କରିଥିଲେ । ଓ୍ବାଶିଂଟନ ସୁନ୍ଦର ମିଡିଲ୍ ଅର୍ଡରରେ ଆସି ୫୨ରନ ଅର୍ଦ୍ଧଶତକୀୟ ପାଳି ଥିଲେ । ତାଙ୍କ ସହ ପାର୍ଟନରସିପ୍ କରିଥିଲେ ଡେବୁଟାଣ୍ଟ ମାନବ ସୁଥାର ଏବଂ ମହମ୍ମଦ ସିରାଜ । ମାନବ ସୁଥାର ୨୮ ରନ ଏବଂ ଡିଏସପି ସିରଜ୍ ୨୨ ରନ କରି ଦଳକୁ ଏକ ମଜବୁତ୍ ସ୍ଥିତିରେ ପହଞ୍ଚାଇଥିଲେ । ଫଳରେ ଟିମ୍ ଇଣ୍ଡିଆ ୫୬୪ ରନ ବିଶାଳ ସ୍କୋର ଛିଡ଼ା କରିଥିଲା ।
ତେବେ ଏହାର ଜବାବରେ ଆଫଗାନିସ୍ତାନ ପ୍ରଥମ ଇନିଂସରେ ୧୫୨ ରନ କରି ଅଲଆଉଟ୍ ହୋଇଥିଲା । ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁଟାଣ୍ଟ ମାନବ ସୁଥାର ଇନିଂସ ଓପନ୍ କରି ସର୍ବାଧିକ ୬ଟି ଓ୍ବିକେଟ୍ ଅକ୍ତିଆର୍ କରିଥିଲେ । ସେପଟେ ଆଫଗାନିସ୍ତାନ ପକ୍ଷରୁ ରହମତ ଶାହ ସର୍ବାଧିକ ୬୦ କରିବାରେ ସକ୍ଷମ ହୋଇଥିଲେ । ରହମତ ଶାହ ଆଉଟ୍ ହେବା ପରେ ଗୋଟିଏ ପରେ ଗୋଟିଏ ଲଗାତାର ଓ୍ବିକେଟ୍ ପଡ଼ି ଅଲଆଉଟ୍ ହୋଇଯାଇଥିଲା ଦଳ । ଫଳରେ ଭାରତୀୟ ଦଳ ଆଫଗାନିସ୍ତାନକୁ ୪୧୨ରନର ଲିଡ୍ ସହିତ ଫଲୋଅନ୍ ଦେଇଥିଲା। ତେବେ ଦ୍ବିତୀୟ ଇନିଂସ ସେଭଳି କିଛି ଖାସ୍ କରିପାରିନଥିଲା ଭ୍ରମଣକାରୀ ଦଳ । ଦ୍ୱିତୀୟ ଇନିଂସ ମାତ୍ର ୧୧୨ ରନ କରି ଅଲଆଉଟ୍ ହୋଇଥିଲା। ୱାଶିଂଟନ ସୁନ୍ଦରଙ୍କ ସର୍ବାଧିକ ଚାରୋଟି ଓ୍ବିକେଟ୍ ମିଳିଥିବା ବେଳେ କୁଲଦୀପ ଯାଦବ ତିନୋଟି, ମାନବ ସୁଥାର ଏବଂ ମହମ୍ମଦ ସିରାଜଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା ।
ଅଧିକ ପଢନ୍ତୁ- Kangana on Vaibhav: ସଚିନ୍ ଏବଂ ବିରାଟଙ୍କଠୁ ବି ଭଲ... ବ୍ୟାଟିଂ ବିସ୍ମୟ ବୈଭବଙ୍କୁ ନେଇ କଙ୍ଗନାଙ୍କ ବଡ଼ ଆଶା