ପ୍ରମୂଖ ଖବର
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଭାରତକୁ ମିସାଇଲ୍‌ ଦେଲା ଋଷ୍, ଶତ୍ରୁ ବିମାନ, ଡ୍ରୋନ୍‌ ଏବଂ ହେଲିକପ୍ଟରକୁ ଦେବ ମାତ୍‌

Published By : Rasmita Pradhan | May 5, 2025 1:49 PM

ନୂଆଦିଲ୍ଲୀ, ୦୫/୦୫ : ପହଲଗାମ୍‌ ଆତଙ୍କୀ ହମ୍‌ଲାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଥିବା ବେଳେ ପୁରୁଣା ବନ୍ଧୁ ଋଷ୍ ଭାରତକୁ ଶକ୍ତିଶାଳୀ ‘ଇଗ୍‌ଲା-ଏସ୍‌’ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଯୋଗାଇ ଦେଇଛି । ଋଷ୍‌ଠାରୁ ଏହା ମିଳିବା କ୍ଷଣି ଏହାକୁ ଫରୱାର୍ଡ ପୋଜିସନରେ ମୁତୟନ କରାଯାଇଛି । ଶତ୍ରୁ ପକ୍ଷର ଯୁଦ୍ଧ ବିମାନ, ଡ୍ରୋନ୍‌ ଓ ହେଲିକପ୍ଟରକୁ ଏହି ବ୍ୟବସ୍ଥା ମାତ୍‌ ଦେଇପାରିବ । ବିମାନରୁ କ୍ଷେପଣାସ୍ତ୍ର ମାଡ଼ ହେଲେ ଏହା ସେଗୁଡ଼ିକୁ ଆକାଶରେ ହିଁ ନିଷ୍କ୍ରିୟ କରିଦେଇ ପାରିବ । 

ଏହି ଇଗ୍‌ଲା-ଏସ୍‌ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାର ମୂଲ୍ୟ ୨୫୦ କୋଟି ଟଙ୍କାରୁ ଅଧିକ ହେବ । ଆର୍ମି ଏୟାର ଡିଫେନ୍ସକୁ ଏହି ବ୍ୟବସ୍ଥା ଯୋଗାଇ ଦିଆଯାଇଛି । ଜରୁରିକାଳୀନ ଭାବେ ରୁଷ୍‌ ସହ ଭାରତ ଏହି ଚୁକ୍ତି କରିଥିଲା । ସେନାର ମିସାଇଲ କ୍ଷମତାକୁ ସଶକ୍ତ କରିବା ଏହା ପଛରେ ଉଦ୍ଦେଶ୍ୟ ରହିଛି । ଭାରତୀୟ ବାୟୁସେନା ମଧ୍ୟ ଅତିରିକ୍ତ ଉପକରଣ ହାସଲ ଲାଗି ସମାନ ପ୍ରକାର ଚୁକ୍ତି ସ୍ୱାକ୍ଷର କରିଛି । ଏହା ମଧ୍ୟ ନିଜ ବାୟୁ ପ୍ରତିରକ୍ଷା ନେଟୱର୍କକୁ ଆହୁରି ଶକ୍ତିଶାଳୀ କରିବ । 

ଇଗ୍‌ଲା-ଏସ୍‌ ମିସାଇଲ ହେଉଛି ସ୍ୱଳ୍ପ ଦୂରଗାମୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା । କେନ୍ଦ୍ର ସରକାରଙ୍କ ତରଫରୁ ସେନାକୁ ମିଳିଥିବା ସ୍ୱତନ୍ତ୍ର ଅନୁମତିକ୍ରମେ ଏହାକୁ ହାସଲ କରାଯାଇଛି । ସେନା ନିଜ ଜରୁରି ସଂଗ୍ରହଣ ଶକ୍ତିକୁ ଉପଯୋଗ କରି ଋଷ୍‌ଠାରୁ ଇଗ୍‌ଲା-ଏସ୍‌ ମିସାଇଲ ଆଣିଛି । କିଛି ସପ୍ତାହ ତଳେ ଏ ନେଇ ଚୁକ୍ତି ହୋଇଥିଲା । ଇଗ୍‌ଲା-ଏସ୍‌ ମିଳିବା ପରେ ସେନା ଆଉ ୪୮ଟି ଲଞ୍ଚର୍‌ ଏବଂ ୯୦ଟି ମିସାଇଲ ହାସଲ ଲାଗି ଟେଣ୍ଡର ଜାରି କରିଛି । ଫାଷ୍ଟଟ୍ରାକ୍‌ ପଦ୍ଧତିରେ ଏହାକୁ ହାସଲ କରାଯିବ । ଏହାଛଡ଼ା ଲେଜର ବିମ୍‌ ମିସାଇଲର ନୂଆ ଭର୍ସନ ପାଇବା ପାଇଁ ଭାରତୀୟ ସେନା ଯୋଜନା ରଖିଛି । ଇଗ୍‌ଲା-ଏସ୍‌ ହେଉଛି ୧୯୯୦ ଦଶକରୁ ବ୍ୟବହୃତ ହୋଇଆସୁଥିବା ଇଗ୍‌ଲା ମିସାଇଲ୍‌ର ବିକଶିତ ଭର୍ସନ ।

ଏହି ଖବରଟିକୁ ପଢନ୍ତୁ-ଅମାନିଆ ପାକିସ୍ତାନ : ଲଗାତାର ୧୧ଥର LoCରେ ପାକ୍ ସେନାର ଅସ୍ତ୍ରବିରତି ଉଲ୍ଲଂଘନ, ଫିରୋଜପୁରରେ ବ୍ଲାକଆଉଟ୍ ଅଭ୍ୟାସ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.