ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ବିଶ୍ୱ ବ୍ୟାଙ୍କ ରିପୋର୍ଟ: ସମାନତାରେ ଚତୁର୍ଥ ସ୍ଥାନରେ ଭାରତ, ବିକାଶର ଲାଭ ସମସ୍ତଙ୍କୁ ସମାନ ଭାବେ ମିଳୁଛି...

Published By : Prameya | July 6, 2025 10:51 AM

ନୂଆଦିଲ୍ଲୀ,୬/୦୭: ଭାରତ  ବଢୁଛି । ଏହା ସହିତ ନାଗରିକଙ୍କ  ମଧ୍ୟରେ ଏହା ପ୍ରଭେଦ ମଧ୍ୟ ଦୂର  କରୁଛି । ବିଭିନ୍ନ କଲ୍ୟାଣମୂଳକ ଯୋଜନା ମାଧ୍ୟମରେ ଲୋକଙ୍କୁ ସଶକ୍ତ  କରୁଛନ୍ତି କେନ୍ଦ୍ର ସରକାର । ବିକାଶର  ଲାଭକୁ ନାଗରିକଙ୍କ ମଧ୍ୟରେ ସମାନ  ଭାବେ ବଣ୍ଟାଯାଉଛି । ସମସ୍ତଙ୍କୁ ମିଳୁଛି  ସମାନ ସୁବିଧା ସୁଯୋଗ । ସମାନତାରେ  ସମଗ୍ର ବିଶ୍ୱରେ ଉଦାହରଣ ପାଲଟିଛି  ଭାରତ । ବିଶ୍ୱ ବ୍ୟାଙ୍କର ଏକ ନୂଆ  ରିପୋର୍ଟରେ ଏଭଳି କୁହାଯାଇଛି ।  ମୋଦି ସରକାରଙ୍କ ଅଭିବୃଦ୍ଧି-କୈନ୍ଦ୍ରିକ  ନୀତିକୁ ବିଶ୍ୱବ୍ୟାଙ୍କ୍‌ ପ୍ରଶଂସା କରିଛି । 

ବିଶ୍ୱବ୍ୟାଙ୍କ ପକ୍ଷରୁ ଭାରତକୁ  ବିଶ୍ୱର ସବୁଠୁ ସମାନ ସମାଜ  ମଧ୍ୟରୁ ଅନ୍ୟତମ ଭାବେ ଦର୍ଶାଯାଇଛି ।  ଭାରତର ଗିନି ସୂଚକାଙ୍କ ରହିଛି ୨୫.୫, ଯେଉଁ ଆଧାରରେ ଏହା  ସ୍ଲୋଭାକିଆ, ସ୍ଲୋଭେନିଆ ଏବଂ  ବେଲାରୁଷ ପରେ ଚତୁର୍ଥ ସ୍ଥାନରେ  ରହିଛି । ଗିନି ସୂଚକାଙ୍କ ଦର୍ଶାଇଥାଏ  ଯେ, କୌଣସି ଦେଶରେ ଲୋକଙ୍କ  ମଧ୍ୟରେ କେତେ ସମାନ ଭାବେ ଆୟ  ଏବଂ ଟଙ୍କାର ଆବଣ୍ଟନ କରାଯାଉଛି । ଆମେରିକାର ଗିନି ସୂଚକାଙ୍କ ସ୍କୋର ୪୧.୮ ଏବଂ ଚୀନ୍‌ର ୩୫.୭ ରହିଛି । ଏହାକୁ ଦେଖିଲେ ଆମେରିକା ଏବଂ  ଚୀନ୍‌ ତୁଳନାରେ ଭାରତରେ ସମାନତା ହାର ବହୁ ମାତ୍ରାରେ ଅଧିକ ରହିଛି । ଅର୍ଥାତ୍‌ ଏହା ଅଧିକ ସମାନ ସମାଜ । 

ନାଗରିକଙ୍କୁ ସମାନତା ପ୍ରଦାନରେ ଭାରତ ଜି-୭ ଏବଂ  ଜି-୨୦ ଦେଶଗୁଡ଼ିକଠାରୁ ବି ଭଲ ପ୍ରଦର୍ଶନ କରିଛି, ଯେଉଁଥିରେ ଅନେକ ବିକଶିତ ଅର୍ଥବ୍ୟବସ୍ଥା ବି ଅଛନ୍ତି । ପ୍ରକାଶଯୋଗ୍ୟ, ଗିନି ସୂଚକାଙ୍କରେ ସ୍କୋର୍‌ ଯେତେ କମ୍‌  ଥିବ, ଉକ୍ତ ରାଷ୍ଟ୍ରରେ ସମାନତା ସେତେ ଅଧିକ ବୋଲି ଗଣନା କରାଯାଇଥାଏ । ଏହି  ସୂଚକାଙ୍କରେ ସ୍କୋର ଯେତେବେଳେ ଅଧିକ ଥିବ, ଉକ୍ତ ଦେଶ ସେତେ ମାତ୍ରାରେ  ଅସମାନ ବୋଲି ଜଣାଯାଏ। ‘୦’ର ଅର୍ଥ ପୂର୍ଣ୍ଣ ସମାନତା ଏବଂ ୧୦୦ର ଅର୍ଥ ହେଉଛି  ପୂର୍ଣ୍ଣ ଅସମାନ । ଭାରତର ସ୍କୋର ଜି-୭ ଏବଂ ଜି-୨୦ ରାଷ୍ଟ୍ରଗୁଡ଼ିକଠାରୁ ଅନେକ  ମାତ୍ରାରେ ଭଲ ରହିଥିବା ବିଶ୍ୱ ବ୍ୟାଙ୍କ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।  

ଭାରତର ଗିନି ସୂଚକାଙ୍କକୁ ଆହୁରି ଖସାଇବା ଦିଗରେ ଅର୍ଥ ମନ୍ତ୍ରାଳୟ ଏବଂ  ଅନ୍ୟାନ୍ୟ ଭିତ୍ତିଭୂମି କ୍ଷେତ୍ରଗୁଡ଼ିକ କାର୍ଯ୍ୟ କରୁଥିବା ଜଣାପଡ଼ିଛି । ତେବେ ଦେଶର  ଦୂରଦୂରାନ୍ତ ଅଞ୍ଚଳ ଏବଂ ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, କାଶ୍ମୀରର କିଛି ଅଂଶ  ଏବଂ ତାମିଲ୍‌ନାଡୁକୁ ନେଇ ରିପୋର୍ଟରେ ଚିନ୍ତା ବ୍ୟକ୍ତ କରାଯାଇଛି । ଏସବୁ ଅଞ୍ଚଳରେ  ଲୋକଙ୍କ ନିକଟରେ କେନ୍ଦ୍ର ଯୋଜନାଗୁଡ଼ିକର ପହଞ୍ଚ ବଢ଼ାଇବା ଲାଗି ଉଦ୍ୟମ  ହେଉଛି । ରିପୋର୍ଟରେ କୁହାଯାଇଛି, ଭାରତ କେବଳ ବିଶ୍ୱର ଚତୁର୍ଥ ବୃହତ୍‌  ଅର୍ଥବ୍ୟବସ୍ଥା ନୁହେଁ, ଏହା ସମାନତା ପ୍ରଦାନରେ ଚତୁର୍ଥ ଶ୍ରେଷ୍ଠ ରାଷ୍ଟ୍ର । ଭାରତର  ଆର୍ଥିକ ବିକାଶକୁ କେଉଁଭଳି ଭାବେ ଏହାର ନାଗରିକଙ୍କ ମଧ୍ୟରେ ସମାନ ରୂପେ  ବଣ୍ଟାଯାଉଛି ତାହାକୁ ଏହା ପ୍ରମାଣିତ କରୁଛି । ଦାରିଦ୍ର‌୍ୟ ହ୍ରାସ, ବିତ୍ତୀୟ ପହଞ୍ଚର  ବିସ୍ତାର ଏବଂ ଅଭାବୀ ଲୋକଙ୍କ ପାଖରେ ସିଧାସଳଖ କଲ୍ୟାଣମୂଳକ ସହାୟତା  ପହଞ୍ଚାଇବାରେ ଲଗାତର ଧ୍ୟାନ ଦିଆଯିବା ଦ୍ୱାରା ଭାରତ ଏ ସଫଳତା ହାସଲ କରିଛି ।  

ବିଶ୍ୱ ବ୍ୟାଙ୍କ ରିପୋର୍ଟ ଅନୁସାରେ, ଗତ ଦଶକ(୨୦୧୧-୨୦୨୩)ରେ ୧୭.୧  କୋଟି ଭାରତୀୟଙ୍କୁ ଅତିଦାରିଦ୍ର‌୍ୟରୁ ବାହାରକୁ ଅଣାଯାଇଛି। ୨୦୨୨-୨୩ରେ ଅତି  ଦାରିଦ୍ର‌୍ୟ ହାର ୨.୩%କୁ ଖସିଛି । ଭାରତର ଅର୍ଥନୈତିକ ଅଭିବୃଦ୍ଧି କାହାଣୀକୁ ଏହା  ଭଲ ଭାବେ ପ୍ରତିଫଳିତ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷିତ  ବିଭିନ୍ନ ନୀତି ଭାରତରୁ ଦାରିଦ୍ର‌୍ୟ ଦୂରୀକରଣକୁ ସୁନିଶ୍ଚିତ କରିଥିବା ରିପୋର୍ଟରେ  ଉଲ୍ଲେଖ କରାଯାଇଛି । ସମାନତା କ୍ଷେତ୍ରରେ ଭାରତର ପ୍ରଗତି କେତେକ କେନ୍ଦ୍ର  ଯୋଜନାଗୁଡ଼ିକ ଦ୍ୱାରା ସମ୍ଭବ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।  ଏସବୁ ଯୋଜନାଗୁଡ଼ିକ ମଧ୍ୟରେ ଜନଧନ ଯୋଜନା, ଆଧାର ଏବଂ ଡିଜିଟାଲ  ପରିଚୟ, ପ୍ରତ୍ୟକ୍ଷ ସବ୍‌ସିଡି ସ୍ଥାନାନ୍ତର(ଡିବିଟି), ଆୟୁଷ୍ମାନ ଭାରତ, ଷ୍ଟାର୍ଟ-ଅପ୍‌  ଇଣ୍ଡିଆ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା(ପିଏମ୍‌ଜିକେଏୱାଇ) ଏବଂ  ପିଏମ୍‌ ବିଶ୍ୱକର୍ମା ଯୋଜନା ଆଦି ସାମିଲ ଅଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.