ପ୍ରମୂଖ ଖବର
  • ବହୁଚର୍ଚ୍ଚିତ କୋଲକାତା ଆର୍. ଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କୁ ନ୍ୟାୟ, ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ଦୋଷୀ ସାବ୍ୟସ୍ତ
  • ||
  • ଫିରିଙ୍ଗିଆ : ବାଇକ୍‌ ଦୁର୍ଘଟଣାରେ ଶିକ୍ଷକ ମୃତ, ଦୁଇ ଗୁରୁତର
  • ||
  • କୋଣାର୍କ ସୂର୍ଯ୍ୟମନ୍ଦିରରେ ସିଙ୍ଗାପୁର ରାଷ୍ଟ୍ରପତି, ୪ ଘଣ୍ଟା ପାଇଁ ପର୍ଯ୍ୟଟକଙ୍କ କଟକଣା ଲାଗୁ
  • ||
  • ମାଲକାନଗିରି : କୁମ୍ବିଂ ଅପରେସନ୍‌ ବେଳେ ମାଓବାଦୀଙ୍କ ସୁଡଙ୍ଗ ଠାବ, ଶତାଧିକ ବନ୍ଧୁକ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ
  • ||
  • ମାଲକାନଗିରି : ରୋଗୀ ନେଇ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ: ବାପ ଝିଅ ମୃତ, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଦ୍ୱିତୀୟ ଦିନରେ ନବ ଦାସ ଭାଇଙ୍କ ଘରେ ଆଇଟି ରେଡ୍‌, ଲିଙ୍କ୍‌ରେ ଥିବା କଣ୍ଟ୍ରାକ୍ଟର, ବିଲ୍‌ଡରଙ୍କ ଘରେ ଚାଲିଛି ଚଢ଼ାଉ
  • ||
  • ପାରାଦୀପ : ହାଇୱା ଧକ୍କାରେ ଚାଲିଗଲା ଶ୍ରମିକଙ୍କ ଜୀବନ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡ଼ିରେ ତୁଷାରପାତ, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ସାରା ଓଡ଼ିଶାରେ ଚାଲିଛି ପକ୍ଷୀ ଗଣନା, ଗଣନାକାରୀ ଟିମ୍‌ ସହ ବିଶେଷଜ୍ଞ ଓ ଗାଇଡ୍‌ ନିୟୋଜିତ
  • ||
  • ରାଜ୍ୟରେ ଆସନ୍ତା ୪ରୁ ୫ ଦିନ ରହିବ ଶୀତର ପ୍ରକୋପ, ୩ ଦିନ ଯାଏ ୯ ଜିଲ୍ଲାକୁ କୁହୁଡ଼ି ଆଲର୍ଟ
  • ||

ଭାରତ ଏବେ ଆତ୍ମରକ୍ଷା ମାମଲାରେ ପୂର୍ବ ଭଳି ଆଉ ନାହିଁ, ପଛକୁ ଫେରି ଚାହିଁବା ଭୁଲି ଯାଇଛି : ଏସ୍‌. ଜୟଶଙ୍କର

Published By : Prameya | December 6, 2024 8:07 PM

ନୂଆଦିଲ୍ଲୀ : ଭାରତ ଏବେ ଆତ୍ମରକ୍ଷା ମାମଲାରେ ପୂର୍ବ ଭଳି ଆଉ ନାହିଁ। ଖୁବ୍‌ ସକ୍ରିୟ ହୋଇ ଯାଇଛି। ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ଆଜି ଏହି କଥା କହିଛନ୍ତି । ଜୟଶଙ୍କର ୨୦୦୮ର ମୁମ୍ୱାଇ ୨୬/୧୧ ଆତଙ୍କୀ ହମଲା ପରେ ତତ୍କାଳୀନ ସରକାରଙ୍କର ପ୍ରତିକ୍ରିୟାକୁ ନେଇ ଆଲୋନା କରିଛନ୍ତି। କହିଛନ୍ତି ପୂର୍ବରୁ ଭାରତ ୨୬/ ୧୧ର ଜବାବ ଦେଇ ନଥିଲା । କିନ୍ତୁ ଏବେ ଆମେ ଉରୀ ଓ ବାଲାକୋଟ ହମଲା ସହ ପାକିସ୍ତାନକୁ ଦୃଢ ଜବାବ ଦେଇଛୁ। 

ଏନଡିଟିଭି ‘ଇଣ୍ଡିଆନ ଅଫ୍‌ ଦ ଇୟର ଆୱାର୍ଡସ ୨୦୨୪’ରେ ବକ୍ତବ୍ୟରେ ଜୟଶଙ୍କର କହିଛନ୍ତି , ଭାରତ  ୨୬/୧୧ ( ମୁମ୍ୱାଇ ଆତଙ୍କୀ ହମଲା)କୁ ଏବେ ପଛରେ ଛାଡ଼ି ଦେଇଛି। ଏବେ ଆମେ ଉରୀ ଓ ପୁଲୱାମା ଭଳି ଆତଙ୍କୀ ହମଲା ପାଇଁ ପାକିସ୍ତାନକୁ ଜବାବ ଦେଉଛୁ। କାହାର ମଧ୍ୟ ଆଶା ନଥିଲା କି, ଆମେ ଜି-୨୦ ଶିଖର ସମ୍ମିଳନୀ ( ହୋଷ୍ଟିଂ) କରିବୁ। କାରଣ ଆଜି ଭାରତ ପଛକୁ ହଟିବା ଓ ପଛକୁ ଚାହିଁବାକୁ ଚାହେଁ ନାହିଁ। ଆଜିର ଭାରତ କେବଳ ଆଗକୁ ବଢିବା ଜାଣିଛି। 

ସେପ୍ଟେମ୍ୱର ୨୦୧୬ରେ , ଜମ୍ମୁ-କାଶ୍ମୀରର ଉରୀରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଏ-ମହମ୍ମଦ (ଜେଇଏମ) ଦ୍ୱାରା କରାଯାଇ ଥିବା ହମଲାରେ ୧୯ ଭାରତୀୟ ସୈନିକ ସହିଦ ହୋଇଥିଲେ। ଏହାପରେ ଭାରତ ନିୟନ୍ତ୍ରଣ ରେଖା ଅତିକ୍ରମ କରି ପାକିସ୍ତାନ କବଜାରେ ଥିବା କାଶ୍ମୀର (ପିଓକେ)ରେ ଆତଙ୍କବାଦୀ ଠିକଣା ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରି ଥିଲା। ଫେବ୍ରୁଆରୀ ୨୦୧୯ରେ , ପୁଲୱାମାରେ ସିଆରପିଏଫ୍‌ର କାରକେଡ୍‌ରେ ଜୈଶ-ଏ-ମହମ୍ମଦର ଆତଙ୍କବାଦୀଙ୍କର ଆତ୍ମଘାତୀ ହମଲାରେ ୪୦ ଯବାନଙ୍କ ସହିଦ ହେବା ପରେ , ଭାରତ ପାକିସ୍ତାନର ବାଲାକୋଟରେ ଏୟାରଷ୍ଟ୍ରାଇକ୍ କରି ଆତଙ୍କବାଦୀ ଠିକଣାକୁ ନଷ୍ଟଭ୍ରଷ୍ଟ କରି ଦେଇଥିଲା। 

୨୦୦୮ରେ ମୁମ୍ୱାଇରେ ୨୬/୧୧ର ହମଲା ବେଳେ ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୈୟବାର ୧୦ ଆତଙ୍କବାଦୀ ତାଜ ହୋଟେଲ୍‌, ଓବରୟେ ଟ୍ରାଇଡେଣ୍ଟ ହୋଟେଲ , ଛତ୍ରପତି ଶିବାଜୀ ଟର୍ମିନାଲ , ଲିୟୋପୋଲ୍ଡ କାଫେ , ନରିମନ ହାଉସ୍‌, କାମା ହସ୍ପିଟାଲ ଓ ମେଟ୍ରୋ ସିନେମା ସହ ପ୍ରମୁଖ ସ୍ଥାନକୁ ଟାର୍ଗଟ୍ କରିଥିଲେ। ୩ଦିନ ଯାଏ ଚାଲିଥିବା ଏହି ହମଲାରେ ୧୬୬ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା, ଯେଉଁଥିରେ ୨୦ଜଣ ସୁରକ୍ଷାକର୍ମୀ ଓ ୨୬ ଜଣ ବିଦେଶୀ ସାମିଲ ଥିଲେ, ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।

୨୬/୧୧ ପରେ , ଭାରତରେ ତଟୀୟ ସୁରକ୍ଷାର ସମୀକ୍ଷା କରାଗଲା। ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ନୌସେନାକୁ ସାମୁଦ୍ରିକ ସୁରକ୍ଷା , ତଟୀୟ ସୁରକ୍ଷା ଓ ଉପତଟୀୟ ସୁରକ୍ଷାର ଦାୟିତ୍ୱ ପ୍ରଦାନ କରିଛି। ଏହି କାମରେ ନୌସେନାକୁ କୋଷ୍ଟ ଗାର୍ଡ , ରାଜ୍ୟ ମରିନ ପୁଲିସ ଓ ଅନ୍ୟ କେନ୍ଦ୍ରୀୟ ତଥା ରାଜ୍ୟ ଏଜେନ୍ସିର ସହଯୋଗ ମିଳିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.