ପ୍ରମୂଖ ଖବର
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଋଷର ‘ସୁଦର୍ଶନ ଚକ୍ର’ ଏସ୍-୪୦୦ ଓ ଇସ୍ରାଏଲି ଡ୍ରୋନ୍ ଭାରତର ହେଲା ରକ୍ଷା କବଚ, ଜାଣନ୍ତୁ କିଭଳି ପାକ୍ ହମଲାକୁ କଲେ ବିଫଳ ?

Published By : Harapriya Biswal | May 8, 2025 6:09 PM

ନୂଆଦିଲ୍ଲୀ,୮।୫:  ଭାରତର ‘ଅପରେସନ୍ ସିନ୍ଦୂର’ ପରେ ପାକିସ୍ତାନ ହୋଇପଡିଛି ବିକଳ। ବୁଧବାର ରାତିରେ ଜମ୍ମୁ-କଶ୍ମୀରରୁ ନେଇ ଗୁଜରାଟର କଚ୍ଛ ପର୍ଯ୍ୟନ୍ତ ପ୍ରାୟ ୧୫ଟି ସହର ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ହେଲେ ତା’ର ଏହି ଷଡଯନ୍ତ୍ର ବିଫଳ ହୋଇଥିଲା। ଭାରତର ଏୟାର ଡିପେନ୍ସ ସିଷ୍ଟମ ଏସ୍-୪୦୦ ପାକିସ୍ତାନ ମିସାଇଲକୁ ଆକାଶରେ ହିଁ କରିଦେଇଥିଲା ନିଷ୍କ୍ରିୟ। ଏହାପରେ ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମ HQ-9  କୁ ଡ୍ରୋନ୍ ମାଡ଼ କରି ଧ୍ବଂସ କରିଦେଇଥିଲା।

ଉଲ୍ଲେଖନୀୟ ଯେ, ଏସ୍-୪୦୦ ଏୟାର ଡିଫେନ୍ସ ସିଷ୍ଟମ ବର୍ତ୍ତମାନ ଦୁନିଆରେ ସବୁଠାରୁ ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ। ଏହାକୁ ‘ସୁଦର୍ଶନ ଚକ୍ର’ ଭାବରେ ନାଁ ଦିଆଯାଇଛି। ଭାରତ ଏହି ସିଷ୍ଟମକୁ ନିଜର ପ୍ରମୁଖ ପ୍ରତିରକ୍ଷା ସହଯୋଗୀ ଋଷଠାରୁ କିଣିଥିଲା। ନିଜର ନାଁ ଅନୁସାରେ ଏସ୍-୪୦୦ ସିଷ୍ଟମ ୪୦୦ କିଲୋମିଟର ଦୂରରେ ଥିବା ବିପଦକୁ ରୋକିବାରେ ସକ୍ଷମ। ସେଭଳି ଏହା ୬୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ଟାର୍ଗେଟକୁ ମଧ୍ୟ ଟ୍ରାକ୍ କରିପାରେ। ଭାରତ ଏପର୍ଯ୍ୟନ୍ତ ଏଭଳି ୪ଟି ସିଷ୍ଟମ ମୁତୟନ କରିଛି। ଏହାର ଗୋଟିଏ ସ୍କ୍ବାର୍ଡନ ଜମ୍ମୁ-କଶ୍ମୀର ଓ ପଞ୍ଜାବର ସୁରକ୍ଷା ପାଇଁ ପଠାନକୋଟ୍‌ରେ ମୁତୟନ କରାଯାଇଛି। ସେଭଳି ଦ୍ବିତୀୟଟି ରାଜସ୍ଥାନ ଓ ଗୁଜରାଟର ରଣନୈତିକ କ୍ଷେତ୍ରକୁ କଭର କରୁଛି।

ସେଭଳି ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମକୁ ନଷ୍ଟ କରିବାରେ ଇସ୍ରାଏଲର ହାର୍ପି ଡ୍ରୋନ୍ ମଧ୍ୟ ମୁତୟନ କରାଯାଇଥିଲା। ହାର୍ପିକୁ ରାଡାର ସିଷ୍ଟମ ଉପରେ ହମଲା କରିବା ପାଇଁ ପ୍ରସ୍ତୁତ କରାଯାଇଥିଲା। ଏହି ଡ୍ରୋନ୍‌ରେ ଏକ ଖାସ୍ ଟ୍ରାକର ରହିଥାଏ, ଯାହାକି ରେଡିଏସନ୍‌କୁ ଟ୍ରାକ୍ କରି ନିଜର ଟାର୍ଗେଟ ନିଜେ ଖୋଜି ନେଇଥାଏ।  ଏହାପରେ କରିଥାଏ ଜୋରଦାର ପ୍ରହାର। ଏହା ଯେ କୌଣସି ଦେଶର ଫ୍ରିକ୍ବେଏନ୍ସିକୁ ସଠିକ୍ ଭାବରେ ଟାର୍ଗେଟ କରିପାରେ। କେବଳ ସେତିକି ନୁହେଁ ହାର୍ପି ଡ୍ରୋନ୍ ଲଗାତାର ୯ ଘଣ୍ଟା ପର୍ଯ୍ୟନ୍ତ କାମ କରିପାରେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.