ପ୍ରମୂଖ ଖବର
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ନୌସେନାକୁ ମିଳିବ ରାଫେଲ ବଳ, ଫ୍ରାନ୍ସ ସହ ୬୩,୦୦୦ କୋଟିର ଡିଲ୍‌ କରିବ ଭାରତ

Published By : Ankita S | April 28, 2025 7:55 AM

ନୂଆଦିଲ୍ଲୀ,୨୮/୦୪: ଶକ୍ତିଶାଳୀ ହେବ ନୌସେନା । ଥରିବ ଶତ୍ରୁ ଦେଶ । ଜଳପଥରେ ଶତ୍ରୁକୁ ଚମକା ଦେବ ଭାରତ । ବାୟୁସେନା ପରେ ନୌସେନାକୁ ମିଳିବାକୁ ଯାଉଛି ରାଫେଲ ବଳ । ଆଜି ଫ୍ରାନ୍ସ ସହ ମେଗା ରାଫେଲ ଡିଲ କରିବ ଭାରତ । ୬୩ ହଜାର କୋଟିରେ ୨୬ଟି ରାଫେଲ ଲଢୁଆ ବିମାନ କିଣିବ ଭାରତ । ୨୨ଟି ସିଙ୍ଗିଲ ସିଟର ଓ ୪ଟି ଟ୍ୱିନ୍ ସିଟର ରାଫେଲ ଜେଟ୍ କିଣିବ । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଶତ୍ରୁ ଦେଶକୁ ଜବାବ୍ ଦେବାକୁ ପ୍ରସ୍ତୁତ ରହିଛି ଭାରତ । କୌଣସି ପରିସ୍ଥିତିରେ ଯୁଦ୍ଧ ପରିସ୍ଥିତି ଉପୁଜିପାରେ । ଏହାରି ଭିତରେ ନୌସେନାକୁ ରାଫେଲ ବଳ ମିଳିବା ଦେଶ ପାଇଁ ଶକ୍ତିଶାଳୀ ସାବ୍ୟସ୍ତ ହୋଇପାରେ । ପୂର୍ବରୁ ବାୟୁସେନା ପାଖରେ ୩୬ଟି ରାଫେଲ ବିମାନ୍ ରହିଛି ।

ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ଫ୍ରାନ୍ସ ରାଷ୍ଟ୍ରଦୂତଙ୍କ ମଧ୍ୟରେ ୬୩ ହଜାର କୋଟିରେ ୨୬ଟି ରାଫେଲ ବିମାନ କିଣିବା ନେଇ ଚୁକ୍ତି ସ୍ୱାକ୍ଷର ହେବ । ଡିଲ୍ ସ୍ୱାକ୍ଷର ହେଲେ ପ୍ରତିରକ୍ଷା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହେବ । ଚୁକ୍ତି ପରେ ୨୦୨୯ର ଶେଷ ସୁଦ୍ଧା ବିମାନ ହସ୍ତାନ୍ତର କରାଯିବ । ୨୦୩୧ ସୁଦ୍ଧା ଭାରତୀୟ ନୌସେନାକୁ ମିଳିବ ୨୬ ରାଫେଲ ବିମାନ । ଏହି ରାଫେଲ ଏମ୍ ବିମାନକୁ ଆଇଏନଏସ ବିକ୍ରାନ୍ତ ଏବଂ ଆଇଏନଏସ ବିକ୍ରମାଦିତ୍ୟ ପରି ଏୟାରକ୍ରାଫ୍ଟ କ୍ୟାରିୟର୍ସରେ ଅପଡେଟ୍ କରାଯିବ ।

ରାଫେଲ୍-ଏମ୍ ବିଶେଷତ୍ୱ- ଫ୍ରାନ୍ସର ରାଫେଲ-ଏମ୍ ବିମାନକୁ ଏକ ଆଡଭାନ୍ସଡ ଯୁଦ୍ଧ ବିମାନ ଭାବେ ବିବେଚନା କରାଯାଉଛି । ଭାରତର ପ୍ରତିରକ୍ଷା ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଅନ୍ୟ ବିମାନକୁ ଏହା କମାଣ୍ଡ କରିବ । ଏହା ୨,୨୨୨ କିମିରେ ଗତି କରିବ । ଏହାର କୋମ୍ୱାକ୍ଟ ରେଞ୍ଜ ୧,୮୫୦ କିମିରୁ ଅଧିକ । ଏଥିରେ ଆକାଶମାର୍ଗରେ ଇନ୍ଧନ ଭରିବାର ସୁବିଧା ରହିଛି । ଏଇଏସଏ ରଡାର ଏବଂ ସ୍ପେକ୍ଟ୍ରା ଇଲେକ୍ଟ୍ରୋନିକ ସିଷ୍ଟମ ରହିଛି ।

ଅଧିକ ପଢନ୍ତୁ...Pakistan: ଚୀନର ଦୋମୁହାଁ ନୀତି; ପାକିସ୍ତାନର ତଦନ୍ତ ଦାବିକୁ ସମର୍ଥନ କଲା ଡ୍ରାଗନ

କହି ରଖୁଛୁ କି, ଭାରତ କିଣିବାକୁ ଥିବା ୧୧୪ ଯୁଦ୍ଧ ବିମାନ ଯୋଜନାରେ F-35, Su-57 , F-21,ଗ୍ରିପେନ୍, ରାଫେଲ, ୟୁରୋଫାଇଟର ଟାଇଫୁନ୍ ଓ  F-15EX ଭଳି ବିଦେଶୀ ଫାଇଟର ଜେଟ୍ ଥିଲା । ଏହି ଯୋଜନା ବହୁ ବର୍ଷ ଧରି ଅଟକି ଥିଲା । ଏଥିରେ ଖୁବ୍ ବିଳମ୍ବ ହେଉଥିଲା। ଏହି କାରଣୁ ଭାରତ ନିଷ୍ପତ୍ତି ନେଇଥିଲା ଏବେ ସେ ବିଦେଶୀ ଜେଟ୍‌ ଉପରେ ନିର୍ଭର କରିବା ବଦଳରେ ନିଜ ଦେଶରେ ତିଆରି ବିମାନକୁ ଆହୁରି ଭଲ ତିଆରି କରିବ ଓ ତାକୁ ପ୍ରାଧାନ୍ୟ ଦେବ । ଭାରତୀୟ ବାୟୁସେନା ପାଖରେ ୩୧ ହଜାର ଫାଇଟର ସ୍କ୍ବ୍ରାଡନ୍ ରହିଛି । ବାୟୁସେନାକୁ ଶକ୍ତିଶାଳୀ କରିବାକୁ ଭାରତ ଏବେ ନିଜର ସ୍ୱଦେଶୀ ଫାଇଟର ଜେଟ୍‌ ଉପରେ ଅଧିକ ଧ୍ୟାନ ଦେଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.