ନୂଆଦିଲ୍ଳୀ,୧୩।୪: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା। ଭାରତ ଏବେ ନିଜର ତିଆରି କରାଯାଇଥିବା ଯୁଦ୍ଧ ବତମାନକୁ ଆହୁରି ଶକ୍ତିଶାଳୀ କରିବା ଦିଗରେ କାମ କରୁଛି। ଦୁନିଆର କିଛି ଦେଶରେ ପ୍ରଥମେ ଚତୁର୍ଥ ଓ ପଞ୍ଚମ ପୀଢିର ଫାଇଟର ଜେଟସ୍‌ ତିଆରି କରାଯାଇଛି। ଏଥିରେ ଆମେରିକାର  F-35 ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି।  ଏଭଳି କୁହାଯାଉଛି ଯେ,ଭାରତ  ଆଗକୁ ବିଦେଶୀ ନୁର୍ହେ ସ୍ବଦେଶୀ ଫାଇଟର ଜେଟ୍ ତିଆରି ଉପରେ ଧ୍ୟାନ ଦେଉଛି। ଆତ୍ମନିର୍ଭର ଭାରତ ଓ ମେକଇନ୍ ଇଣ୍ଡିଆ ଅଭିଯାନ ଅନୁସାରେ ତିଆରି ହେବ ସ୍ବଦେଶୀ ଅସ୍ତ୍ର।  ପଞ୍ଚମ ପୀଢିର ଫାଇଟର ଜେଟ୍‌ AMCA ଏବଂ ତେଜସ୍‌ ଏମ୍‌-୨ ସଂଖ୍ୟା ବଢିବ। ଏହାଦ୍ବାରା ବାୟୁସେନା ଆହୁରି ଶକ୍ତିଶାଳୀ ହୋଇପାରିବ। ଭାରତକୁ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡିବନି।

ଭାର ପୂର୍ବରୁ ମଲ୍ଟିରୋଲ ଫାଇଟର ଏୟାରକ୍ରାଫ୍ଟର ପ୍ରୋଜେକ୍ଟ ଅନୁସାରେ ୧୧୪ ନୂଆ ଯୁଦ୍ଧ ବିମାନ କିଣିବାର ଯୋଜନା କରିଥିଲା। ଏହି ଯୋଜନାରେ F-35, Su-57 , F-21,ଗ୍ରିପେନ୍, ରାଫେଲ, ୟୁରୋଫାଇଟର ଟାଇଫୁନ୍ ଓ  F-15EX ଭଳି ବିଦେଶୀ ଫାଇଟର ଜେଟ୍ ଥିଲା। କିନ୍ତୁ ଏହି ଯୋଜନା ବହୁ ବର୍ଷ ଧରି ଅଟକି ଥିଲା।  ଏଥିରେ ଖୁବ୍ ବିଳମ୍ବ ହେଉଥିଲା। ଏହି କାରଣୁ ଭାରତ ନିଷ୍ପତ୍ତି ନେଇଥିଲା ଏବେ ସେ ବିଦେଶୀ ଜେଟ୍‌ ଉପରେ ନିର୍ଭର କରିବା ବଦଳରେ ନିଜ ଦେଶରେ ତିଆରି ବିମାନକୁ ଆହୁରି ଭଲ ତିଆରି କରିବ ଓ ତାକୁ ପ୍ରାଧାନ୍ୟ ଦେବ।

ଭାରତୀୟ ବାୟୁସେନା ପାଖରେ ୩୧ ହଜାର ଫାଇଟର ସ୍କ୍ବ୍ରାଡନ୍ ରହିଛି। ତେବେ ଦରକାର ରହିଛି ୪୨.୫ ସ୍ବାଡଡ଼୍। ପୁରୁଣା ମିଗ୍ -୨୧ ବିମାନ ଧିରେ ଧିରେ ହଟାଇ ଦିଆଯାଉଛି। ତେଣୁ ବାୟୁସେନାକୁ ଶକ୍ତିଶାଳି ରଖିବା ପାଇଁ ଭାରତ ଏବେ ନିଜର ସ୍ବଦେଶୀ ଫାଇଟର ଜେଟ୍‌ ଉପରେ ଅଧିକ ଧ୍ୟାନ ଦେବାକୁ ଯାଉଛି। ଭାରତ ସରକାର ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ‘ଆତ୍ମନିର୍ଭର ଭାରତ’ ଓ ‘ମେକ୍ ଇନ୍ ଇଣ୍ଡିଆ’ ଅନୁସାରେ ଦେଶରେ ହତିଆର ଓ ଯୁଦ୍ଧ ବିମାନ ତିଆରି କରିବାକୁ ପ୍ରାଥମିକତା ଦେଇଛି।