ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ବଢିବ ବାୟୁସେନାର ଶକ୍ତି, ଭାରତ ତିଆରି କରିବ ସ୍ବଦେଶୀ ଫାଇଟର ଜେଟ୍ : ଆମେରିକାର F-35 ଓ ଋଷର Su-57କୁ ଦେବ ଟକ୍କର

Published By : Anindita Ratha | April 13, 2025 2:34 PM

ନୂଆଦିଲ୍ଳୀ,୧୩।୪: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା। ଭାରତ ଏବେ ନିଜର ତିଆରି କରାଯାଇଥିବା ଯୁଦ୍ଧ ବତମାନକୁ ଆହୁରି ଶକ୍ତିଶାଳୀ କରିବା ଦିଗରେ କାମ କରୁଛି। ଦୁନିଆର କିଛି ଦେଶରେ ପ୍ରଥମେ ଚତୁର୍ଥ ଓ ପଞ୍ଚମ ପୀଢିର ଫାଇଟର ଜେଟସ୍‌ ତିଆରି କରାଯାଇଛି। ଏଥିରେ ଆମେରିକାର  F-35 ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି।  ଏଭଳି କୁହାଯାଉଛି ଯେ,ଭାରତ  ଆଗକୁ ବିଦେଶୀ ନୁର୍ହେ ସ୍ବଦେଶୀ ଫାଇଟର ଜେଟ୍ ତିଆରି ଉପରେ ଧ୍ୟାନ ଦେଉଛି। ଆତ୍ମନିର୍ଭର ଭାରତ ଓ ମେକଇନ୍ ଇଣ୍ଡିଆ ଅଭିଯାନ ଅନୁସାରେ ତିଆରି ହେବ ସ୍ବଦେଶୀ ଅସ୍ତ୍ର।  ପଞ୍ଚମ ପୀଢିର ଫାଇଟର ଜେଟ୍‌ AMCA ଏବଂ ତେଜସ୍‌ ଏମ୍‌-୨ ସଂଖ୍ୟା ବଢିବ। ଏହାଦ୍ବାରା ବାୟୁସେନା ଆହୁରି ଶକ୍ତିଶାଳୀ ହୋଇପାରିବ। ଭାରତକୁ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡିବନି।

ଭାର ପୂର୍ବରୁ ମଲ୍ଟିରୋଲ ଫାଇଟର ଏୟାରକ୍ରାଫ୍ଟର ପ୍ରୋଜେକ୍ଟ ଅନୁସାରେ ୧୧୪ ନୂଆ ଯୁଦ୍ଧ ବିମାନ କିଣିବାର ଯୋଜନା କରିଥିଲା। ଏହି ଯୋଜନାରେ F-35, Su-57 , F-21,ଗ୍ରିପେନ୍, ରାଫେଲ, ୟୁରୋଫାଇଟର ଟାଇଫୁନ୍ ଓ  F-15EX ଭଳି ବିଦେଶୀ ଫାଇଟର ଜେଟ୍ ଥିଲା। କିନ୍ତୁ ଏହି ଯୋଜନା ବହୁ ବର୍ଷ ଧରି ଅଟକି ଥିଲା।  ଏଥିରେ ଖୁବ୍ ବିଳମ୍ବ ହେଉଥିଲା। ଏହି କାରଣୁ ଭାରତ ନିଷ୍ପତ୍ତି ନେଇଥିଲା ଏବେ ସେ ବିଦେଶୀ ଜେଟ୍‌ ଉପରେ ନିର୍ଭର କରିବା ବଦଳରେ ନିଜ ଦେଶରେ ତିଆରି ବିମାନକୁ ଆହୁରି ଭଲ ତିଆରି କରିବ ଓ ତାକୁ ପ୍ରାଧାନ୍ୟ ଦେବ।

ଭାରତୀୟ ବାୟୁସେନା ପାଖରେ ୩୧ ହଜାର ଫାଇଟର ସ୍କ୍ବ୍ରାଡନ୍ ରହିଛି। ତେବେ ଦରକାର ରହିଛି ୪୨.୫ ସ୍ବାଡଡ଼୍। ପୁରୁଣା ମିଗ୍ -୨୧ ବିମାନ ଧିରେ ଧିରେ ହଟାଇ ଦିଆଯାଉଛି। ତେଣୁ ବାୟୁସେନାକୁ ଶକ୍ତିଶାଳି ରଖିବା ପାଇଁ ଭାରତ ଏବେ ନିଜର ସ୍ବଦେଶୀ ଫାଇଟର ଜେଟ୍‌ ଉପରେ ଅଧିକ ଧ୍ୟାନ ଦେବାକୁ ଯାଉଛି। ଭାରତ ସରକାର ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ‘ଆତ୍ମନିର୍ଭର ଭାରତ’ ଓ ‘ମେକ୍ ଇନ୍ ଇଣ୍ଡିଆ’ ଅନୁସାରେ ଦେଶରେ ହତିଆର ଓ ଯୁଦ୍ଧ ବିମାନ ତିଆରି କରିବାକୁ ପ୍ରାଥମିକତା ଦେଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.