ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ସୀମାରେ ଫେରିଛି ଶାନ୍ତି; ନିର୍ଭୟରେ କଟିଲା ରବିବାର ରାତି, ଚଳଚଞ୍ଚଳ ରାସ୍ତାଘାଟ, ଆଜି DGMO ମିିଟିଂ

Published By : Ankita S | May 12, 2025 10:42 AM

ନୂଆଦିଲ୍ଲୀ,୧୨/୦୫: ଗୁଳିଗୋଳା ବର୍ଷୁଥିଲା । ପ୍ରଚଣ୍ଡ ବିସ୍ଫୋରଣରେ ଅଞ୍ଚଳ ଥରି ଉଠୁଥିଲା । ଭୟ ଭିତରେ ଦିନ ବିତୁଥିଲା । ଯୁଦ୍ଧ ଆଶଙ୍କା ରହିଥିଲା । ସମସ୍ତେ ବନ୍ଦ ଘରେ ରହୁଥିଲେ ।  ୭ ଦିନ ପରେ ସବୁ ଶାନ୍ତ ପଡିଛି । ବଜାର ଘାଟ ଖୋଲିଛି । ଲୋକମାନେ ନିଜ ନିଜ କାମରେ ବାହାରିଛନ୍ତି ।  ସପ୍ତାହ ପରେ ଶାନ୍ତି ଫେରିଛି । ରବିବାର ରାତିରେ ଲୋକ ଶାନ୍ତିରେ ଶୋଇଛନ୍ତି । ସ୍ଥିତି ସ୍ୱଭାବିକ ହୋଇଛି । ଲୋକମାନେ ନର୍ଭୟରେ ଘରୁ ବାହିରିଛନ୍ତି । ଜମ୍ମୁ, ପଞ୍ଜାବର କିଛି ସ୍ଥାନର ଭିଡିଓ ଆସିଛି । ଯେଉଁଥିରେ ସ୍ଥିତି ସ୍ୱାଭାବିକ୍ ରହିଥିବା ଦେଖିବାକୁ ମିଳିଛି । ଏହା ସହିତ ସୀମାରେ ପାକ୍ ସେନା ପଟୁ କୌଣସି ଘଟଣା ଘଟି ନଥିବା କହିଛି ଭାରତୀୟ ସେନା ।

ଅପରେସନ୍ 'ସିନ୍ଦୂର' ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଘମାସନ ଆରମ୍ଭ ହୋଇଥିଲା । ମେ ୮ ତାରିଖ ରାତିରୁ ପାକ୍ ସେନା ସୀମାବର୍ତ୍ତୀ ଅଞ୍ଚଳରେ ଫାୟାରିଂ କରିଥିଲା । ଡ୍ରୋନ୍, ମିଜାଇଲ ମାଡ଼ କରିଥିଲା । ଭାରତୀୟ ସେନା ପାକିସ୍ତାନକୁ କଡା ଜବାବ୍ ଦେଇଥିଲା । ଗତ ଶନିବାର ସନ୍ଧ୍ୟାରେ ଆମେରିକାର ମଧ୍ୟସ୍ଥତାରେ ଭାରତ -ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଆଲୋଚନା ହୋଇଥିଲା । ଏହା ପରେ ବି ପାକ୍ ଡ୍ରୋନ୍ ମାଡ କରିଥିଲା । ଭାରତୀୟ ସେନା ମୁହଁତୋଡ ଜବାବ୍ ଦେଇଥିଲା । ଅସ୍ତ୍ରବିରତି ପରେ ମାହୋଲ ଶାନ୍ତ ପଡ଼ିଛି ।

ଅଧିକ ପଢନ୍ତୁ...ଭାରତ ବିରୋଧରେ ବ୍ୟବହାର କରି ସର୍ତ୍ତ ଉଲ୍ଲଂଘନ କଲା ପାକ୍, ଏଫ୍‌-୧୬ ଫେରାଇନେବାକୁ ବିଚାର କରୁଛି ଆମେରିକା

ପଞ୍ଜାବ ଫିରୋଜପୁରର ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, ପରିବେଶ ଶାନ୍ତ ଏବଂ ରହିଛି । ମାହୋଲ ଭଲ ଅଛି । ଶାନ୍ତି ରହିବା ଦରକାର । ଯୁଦ୍ଧ ସମାଧାନ ନୁହେଁ । ଆଲୋଚନା କରି ସମାଧାନର ବାଟ ବାହାର କରିବାରୁ ପଡିବ । ଲୋକଙ୍କର କ୍ଷତି କରି କେହି କେବେ ସଫଳ ହୋଇନାହିଁ ।'' ସେହିପରି ପଠାନକୋଟର ଜଣେ ସ୍ଥାନୀୟ ଲୋକ କହିଛନ୍ତି, ଅସ୍ତ୍ରବିରତି ପରେ ସବୁ କିଛି ଶାନ୍ତିର ସହ ଚାଲିଛି । ଦୋକାନ ବଜାର ଖୋଲିଛି । ସବୁ ଠିକ୍‌ଠାକ୍‌ ଅଛି । ଲୋକ ସବୁ ନିଜ ନିଜ କାମରେ ବାହାରିଛନ୍ତି । ଯୁଦ୍ଧରେ ସମସ୍ତଙ୍କର କ୍ଷତି ହୁଏ । ଏହା କେବେ ସମାଧାନର ବାଟ ନୁହେଁ ।''

ଆଜି DGMO ମିିଟିଂ- ଆଜି ଭାରତ-ପାକିସ୍ତାନ ମଧ୍ୟରେ ଫାଇନାଲ ଆଲୋଚନା ହେବ । ଅସ୍ତ୍ରବିରତି ପରେ ଆଜି ଦୁଇ ଦେଶ ମଧ୍ୟରେ ଡିଜିଏମ୍ଓ ସ୍ତରୀୟ ଆଲୋଚନା ହେବ । ପୂର୍ବାହ୍ନ ୧୨ଟାରେ ମିଟିଂ ହେବ । ମେ ୧୦ରେ ହୋଇଥିବା ବୈଠକରେ ଉଭୟ ଦେଶ ଅସ୍ତ୍ରବିରତି ସହମତି ଦେଇଥିଲେ । ଏହା ପରଠୁ ସୀମାରେ ଶାନ୍ତ ପରିବେଶ ରହିଛି । ପାକ୍‌ ପଟୁ କୌଣସି ଗୁଳିଗୋଳା ବର୍ଷଣ ହୋଇନଥିବା ଭାରତୀୟ ସେନା ପକ୍ଷରୁ କୁହାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.