ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ବିଶ୍ୱ ଗଣମାଧ୍ୟମ ସ୍ୱାଧୀନତା ସୂଚକାଙ୍କ; ୧୫୧ ସ୍ଥାନରେ ଭାରତ

Published By : Anindita Ratha | May 3, 2025 1:35 PM

ନୂଆଦିଲ୍ଲୀ,୦୩/୦୫: ୱାର୍ଲ୍ଡ ପ୍ରେସ୍‌ ଫ୍ରିଡମ୍‌ଇଣ୍ଡେକ୍ସ-୨୦୨୫ ବା ବିଶ୍ୱ ଗଣମାଧ୍ୟମ ସ୍ୱାଧୀନତା ସୂଚକାଙ୍କରେ ଭାରତର ସ୍ଥାନ ୧୫୧ ରହିଛି । ମୋଟ ୧୮୦ ଦେଶର ଗଣମାଧ୍ୟମ ସ୍ୱାଧୀନତା ସ୍ଥିତି ଉପରେ ପ୍ୟାରିସ୍‌ରେ ଥିବା ଅନ୍ତର୍ଜାତୀୟ ଏନ୍‌ଜିଓ ରିପୋର୍ଟର୍ସ ୱିଦ୍‌ଆଉଟ୍‌ ବର୍ଡର ବା ଆର୍‌ଡବ୍ଲ୍ୟୁବି ଏହି ରିପୋର୍ଟ ଜାରି କରିଛି । ଗତବର୍ଷ ଭାରତର ର‌ାଙ୍କିଙ୍ଗ୍‌ ୧୫୯ ଥିବାବେଳେ ଚଳିତବର୍ଷ ଏଥିରେ କିଛି ସୁଧାର ଆସିଛି । କିନ୍ତୁ ୨୦୧୯ର ସ୍ଥିତିଠାରୁ ଏବେର ସ୍ଥିତି ଖରାପ ରହିଛି । ୨୦୧୯ରେ ଏହି ସୂଚକାଙ୍କରେ ଭାରତ ୧୪୦ତମ ସ୍ଥାନରେ ରହିଥିଲା । ୨୦୨୩ରେ ଭାରତର ସ୍ଥାନ ଥିଲା୧୬୧ । ସେହିପରି ପଡ଼ୋଶୀ ପାକିସ୍ତାନର ସ୍ଥିତି ଭାରତଠାରୁ ଖରାପ ଅଛି । ଚଳିତ ବର୍ଷ ଏହି ତାଲିକାରେ ପାକିସ୍ତାନ ୧୫୮ ତମ ସ୍ଥାନରେ ରହିଛି । ଇଣ୍ଡେକ୍ସରେ ସବୁଠୁ ତଳେ ଏରିଟ୍ରିଆ(୧୮୦ର‌୍ୟାଙ୍କ୍‌) ଥିବାବେଳେ ତାଲିକାର ଶୀର୍ଷରେ ନର୍‌ୱେ (୧ ନମ୍ବରରେ)ରହିଛି । 

ଭୁଟାନ, ତୁର୍କୀ,ପାଲେଷ୍ଟାଇନ, ଚୀନ୍‌, ରୁଷ୍‌, ଆଫଗାନିସ୍ତାନ,ସିରିଆ, ଉତ୍ତରକୋରିଆର ଗଣମାଧ୍ୟମ ଅବସ୍ଥା ଭାରତଠାରୁ ଖରାପ ଅଛି । ତାଲିକାରେ ରୁଷ୍‌୧୭୧, ଆଫଗାନିସ୍ତାନ ୧୭୫, ଚୀନ୍‌ ୧୭୮,ଉତ୍ତରକୋରିଆ ୧୭୯ ତମ ସ୍ଥାନରେ ରହିଛି । ରିପୋର୍ଟରେ କୁହାଯାଇଛି, ବିଶ୍ୱ ଗଣମାଧ୍ୟମ ସ୍ୱାଧୀନତା ସୂଚକାଙ୍କ ଇତିହାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ପ୍ରେସ୍‌ ଫ୍ରିଡମ୍‌ର ସ୍ଥିତି ଖରାପ ହେବା ଯୋଗୁ ଦୁନିଆର ଅଧାରୁ ଅଧିକ ଜନସଂଖ୍ୟାଙ୍କ ଉପରେ ଏହାର ପ୍ରଭାବ ପଡ଼ୁଛି । ଆର୍ଥିକ ଅସ୍ଥିରତା ଗଣମାଧ୍ୟମ ସଂସ୍ଥାକୁ କ୍ଷତି ପହଞ୍ଚାଉଛି । ସାରା ବିଶ୍ୱରେ ଗଣମାଧ୍ୟମ ପାଣ୍ଠି ଅଭାବ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅନେକ ଦେଶରେ ମିଡିଆକୁ ରାଜନେତା ନିୟନ୍ତ୍ରଣ କରୁଛନ୍ତି । ଭାରତ ସମେତ ଲେବାନନ୍‌, ଆର୍ମେନିଆ ଏବଂ ବୁଲ୍‌ଗେରିଆ ଭଳି ଦେଶର ବହୁ ଗଣମାଧ୍ୟମ ସଂସ୍ଥା ନେତା ଏବଂ ଉଦ୍ୟୋଗପତିଙ୍କଠାରୁ ମିଳୁଥିବା ସସର୍ତ୍ତ ଫଣ୍ଡିଂ ଯୋଗୁ ନିଜ ଅସ୍ତିତ୍ୱ ବଞ୍ଚାଇ ରଖିଛନ୍ତି । ଅନ୍ୟପକ୍ଷରେ ସୂଚନାର ବଡ଼ ସ୍ରୋତ ଗୁଗଲ,ଆପଲ, ଫେସ୍‌ବୁକ୍‌, ଆମାଜନ୍‌ ଏବଂ ମାଇକ୍ରୋସଫ୍ଟ ଭଳି ଟେକ୍‌ କମ୍ପାନୀଗୁଡ଼ିକର ଦବଦବା ଯୋଗୁ ମିଡିଆ ଅଧିକ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି । ପୂର୍ବରୁ ଯେଉଁ ବିଜ୍ଞାପନ ଗଣମାଧ୍ୟମ ସଂସ୍ଥାକୁ ମିଳୁଥିଲା ଏବେ ତାହାର ଏକ ବଡ଼ଭାଗ ଟେକ୍‌ ପ୍ଲାଟଫର୍ମକୁ ମିଳୁଛି ।

ସେହିପରି ତାଲିକାରେ ଆମେରିକା ୫୭ତମ ସ୍ଥାନରେ ରହିଛି । ଡୋନାଲ୍ଡ ଟ୍ରମ୍ପ୍‌ ରାଷ୍ଟ୍ରପତି ହେବା ପରଠାରୁ ଆମେରିକାର ଗଣମାଧ୍ୟମ ସ୍ୱାଧୀନତା ହ୍ରାସ ପାଇଛି । ଗତବର୍ଷ ଆମେରିକା ୫୫ତମ ର‌୍ୟାଙ୍କରେ ଥିଲା । ୪୨ଟିଦେଶରେ ଗଣମାଧ୍ୟମ ସ୍ୱାଧୀନତା ସ୍ଥିତି ବେଶ୍‌ ଗମ୍ଭୀର ରହିଛି । ଏହି ଦେଶଗୁଡ଼ିକରେ ପ୍ରେସ୍‌ ସ୍ୱାଧୀନତା ନ ଥିବା ସହ ସମାନ । ପ୍ରାୟ ୧୮ ମାସ ଧରି ଯୁଦ୍ଧ ପ୍ରଭାବିତ ପାଲେଷ୍ଟାଇନ ୱାର୍ଲ୍ଡ ପ୍ରେସ୍‌ ଫ୍ରିଡମ୍‌ ତାଲିକାରେ୧୬୩ ତମ ସ୍ଥାନରେ ରହିଛି । ଗାଜାରେ ଇସ୍ରାଏଲ ସେନା ଅନେକ ନ୍ୟୁଜ୍‌ ରୁମ୍‌କୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିଦେଇଛି । ୨୦୨୩ରୁ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଅଦ୍ୟାବଧି ଗାଜାରେ ୨୦୦ରୁଅଧିକ ସାମ୍ବାଦିକ ନିହତ ହୋଇଛନ୍ତି । ଚୀନ୍‌ ଏବଂ ଭିଏତନାମ ଭଳି ଦେଶରେ ଗଣମାଧ୍ୟମ ଉପରେ ସରକାର କିମ୍ବା ସରକାରଙ୍କ ସହ ଜଡ଼ିତ ସଙ୍ଗଠନର ନିୟନ୍ତ୍ରଣ ରହିଛି । ଯେଉଁମାନେ ସ୍ୱାଧୀନ ଭାବେ ସାମ୍ବାଦିକତା କରୁଛନ୍ତି ସେମାନଙ୍କୁ ବହୁ ବିପଦର ସାମ୍‌ନା କରିବାକୁ ପଡ଼ୁଛି । ଏହି ଦେଶରେ ବିଦେଶୀ ଗଣମାଧ୍ୟମକୁ ଯେ କୌଣସି ସମୟରେ କଳା ତାଲିକାଭୁକ୍ତ କରିଦିଆଯାଉଛି । ଭାରତ କଥା ଦେଖିଲେ, ଗତ ୨୫ ବର୍ଷରେ ଦେଶରେ ଗଣମାଧ୍ୟମ ସ୍ୱାଧୀନତା ସଙ୍କୁଚିତ ହେବାରେ ଲାଗିଛି । ୨୦୦୨ରେ ଭାରତ ପ୍ରେସ୍‌ ଫ୍ରିଡମ୍‌ ଇଣ୍ଡେକ୍ସରେ ୮୦ତମ ସ୍ଥାନରେ ଥିଲା ।୨୦୧୪ରେ ଭାରତ ୧୪୦, ୨୦୧୫ରେ ୧୩୬,୨୦୧୬ରେ ୧୩୩ତମ ସ୍ଥାନରେ ଥିଲା । ୨୦୨୦ରେଏହା ୧୫୦ତମ ସ୍ଥାନକୁ ଖସିଥିଲା । ୨୦୨୩ରେଏହା ଆହୁରି ଖସି ୧୬୧ରେ ପହଞ୍ଚିଥିଲା । ଦେଖିବାକୁ ଗଲେ ୨୦୧୪ରୁ ୨୦୨୪ ମଧ୍ୟରେଭାରତର ପ୍ରେସ୍‌ ଫ୍ରିଡମ୍‌ ପ୍ରାୟ ୩୧% ହ୍ରାସ ପାଇଛି ।





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.