ନୂଆଦିଲ୍ଲୀ,୨୭/୦୧: ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନକୁ ଭାରତ ପୁଣି ଥିରେ ବିଶ୍ୱମଞ୍ଚରେ ଆଇନା ଦେଖାଇଛି । ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପାର୍ବଥନେନୀ ହରିଶ କହିଛନ୍ତି, "ମୁଁ ଏବେ ସୁରକ୍ଷା ପରିଷଦର ନିର୍ବାଚିତ ସଦସ୍ୟ ପାକିସ୍ତାନର ପ୍ରତିନିଧିଙ୍କ ମନ୍ତବ୍ୟର ଜବାବ ଦେଉଛି । ପାକିସ୍ତାନର ଏକମାତ୍ର ଏଜେଣ୍ଡା ହେଉଛି, ମୋ ଦେଶ ଏବଂ ମୋର ଲୋକଙ୍କୁ କ୍ଷତି ପହଞ୍ଚାଇବା । ଗତବର୍ଷ ମେ' ମାସରେ 'ଅପରେସନ ସିନ୍ଦୁର' ବିଷୟରେ ଏକ ମିଥ୍ୟା ଏବଂ ବିବୃତ୍ତି ଦେଇଥିଲେ । ପାକିସ୍ତାନ ଭାରତ ଉପରେ ଆହୁରି ଆକ୍ରମଣ ଧମକ ଦେଉଥିଲା । ୨୪ ଘଣ୍ଟାରେ ପାକିସ୍ତାନ ଆଣ୍ଠେଇଥିଲା । ମେ ୧୦ ତାରିଖରେ ପାକିସ୍ତାନୀ ସେନା ସିଧାସଳଖ ଆମର ସେନାକୁ ଫୋନ୍ କରି ଯୁଦ୍ଧ ବନ୍ଦ କରିବାକୁ ଅନୁରୋଧ କରିଥିବା କହିଛନ୍ତି ଜାତିସଂଘ ପ୍ରତିନିଥି ହରିଶ ।

​​​​​​​ପାକିସ୍ତାନ ପୋଲ୍ ଖୋଲିଲା- ପାର୍ବଥନେନୀ ହରିଶ କହିଛନ୍ତି, ''ମେ ୯ ପର୍ଯ୍ୟନ୍ତ ପାକିସ୍ତାନ ଭାରତ ଉପରେ ଆହୁରି ଆକ୍ରମଣ କରିବ ବୋଲି ଧମକ ଦେଉଥିଲା । କିନ୍ତୁ ମେ ୧୦ରେ ପାକିସ୍ତାନୀ ସେନା ସିଧାସଳଖ ଆମ ସେନାଙ୍କୁ ଡାକି ଯୁଦ୍ଧ ବନ୍ଧ କରିବାକୁ ଗୁହାରୀ କରିଥିଲା । ଅପରେସନ୍ ସିନ୍ଦୂରରେ ଭାରତର କାର୍ଯ୍ୟାନୁଷ୍ଠାନରେ ଅନେକ ପାକିସ୍ତାନୀ ବାୟୁସେନା ଘାଟି ଧ୍ୱଂସ ହୋଇଥିଲା । ରନୱେ ପୋଡି ପାଉଁଶ ହୋଇଥିଲା । ଯାହାର ପ୍ରମାଣ ବି ରହିଛି । ପାକିସ୍ତାନ ପାଇଁ ଆତଙ୍କବାଦକୁ ରାଷ୍ଟ୍ରନୀତି ଭାବରେ ବ୍ୟବହାର କରିବା ସ୍ୱଭାବିକ ନୁହେଁ । ଏହି ପବିତ୍ର ଗୃହ ପାକିସ୍ତାନ ପାଇଁ ଆତଙ୍କବାଦକୁ ଯଥାର୍ଥ କରିବା ପାଇଁ ଏକ ମଞ୍ଚ ହୋଇପାରିବ ନାହିଁ ।''

ଏହା ବି ପଢନ୍ତୁ...ଭାରତ-ଇୟୁ 'ମଦର୍ ଅଫ୍ ଅଲ୍' ଡିଲ୍‌, ଶସ୍ତା ହେବ କାର୍‌, ମଦ, କେମିକାଲରୁ ନେଇ ମେଡିକାଲ ଉପକରଣ, ଜାଣନ୍ତୁ ଡିଟେଲ୍ସ

ସିନ୍ଧୁ ଜଳ ଚୁକ୍ତି ଆଲୋଚନା- ଭାରତୀୟ ପ୍ରତିନିଧି କହିଛନ୍ତି, ଭାରତ ୬୫ ବର୍ଷ ପୂର୍ବେ ବନ୍ଧୁତା ଭାବନା ନେଇ ସିନ୍ଧୁ ଜଳ ଚୁକ୍ତି କରିଥିଲୁ । ସାଢେ ୬ ଦଶକରେ ପାକିସ୍ତାନ ୩ ଯୁଦ୍ଧ କରି ଭାରତ ଉପରେ ହଜାର ଆତଙ୍କୀ ହମଲା କରି ଚୁକ୍ତିର ଭାବନାର ଉଲ୍ଲଘଂନ କରିଛି । ପାକିସ୍ତାନ ପ୍ରାୟୋଜିତ ଆତଙ୍କୀ ହମଲାରେ ହଜାର ହଜାର ଭାରତୀୟଙ୍କ ଜୀବନ ଯାଇଛି । ଭାରତ ଏହା ଘୋଷଣା କରିବାକୁ ବାଧ୍ୟ ହେଉଛି କି, ଏହି ଚୁକ୍ତି ସେବେ ଯାଏ ଅଟକି ରହିବ ଯେ ପର୍ଯ୍ୟନ୍ତ ଆତଙ୍କବାଦର ବୈଶ୍ୱିକ କେନ୍ଦ୍ର ପାକିସ୍ତାନ, ସୀମା ପାର୍ ଏବଂ ଅନ୍ୟ ସମସ୍ତ ପ୍ରକାର ଆତଙ୍କବାଦକୁ ବିଶ୍ୱସନୀୟ ଏବଂ ସ୍ଥାୟୀ ରୂପରେ ଶେଷ ନ କରିଛି । ପାକିସ୍ତାନକୁ ଆଇନର ଶାସନ ଉପରେ ଆତ୍ମସମୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି ଭାରତ । ଏହା ନିଜକୁ ପଚାରି ଆରମ୍ଭ କରାଯାଇପାରିବ ଯେ ସେ କିପରି ୨୭ତମ ସଂଶୋଧନ ମାଧ୍ୟମରେ ଏକ ସାମ୍ବିଧାନିକ ବିଦ୍ରୋହ କରିବାକୁ ତାର ସଶସ୍ତ୍ର ବାହିନୀକୁ ଅନୁମତି ଦେଲା ଏବଂ ତାର ପ୍ରତିରକ୍ଷା ବାହିନୀର ମୁଖ୍ୟଙ୍କୁ ଜୀବନବ୍ୟାପୀ ପ୍ରତିରକ୍ଷା ପ୍ରଦାନ କଲା ।