ଦୁବାଇ,୦୯/୦୩: କାହାର ହେବ ଚାମ୍ପିଅନ୍ସ ଟ୍ରଫି ? କିଏ ମାରିବ ବାଜି ? ଇତିହାସ ବଦଳିବ ନା ରିପିଟ୍ ହେବ ତାକୁ ଅପେକ୍ଷା ! ଦୁବାଇ ଗ୍ରାଉଣ୍ଡରେ ଚାମ୍ପିଅନ୍ସ ଟ୍ରଫି ଚୂଡାନ୍ତ ଲଢେଇ । ଫାଇନାଲ ଫାଇଟରେ ମୁହାଁମୁହିଁ ହୋଇଛନ୍ତି ଭାରତ-ନ୍ୟୁଜିଲାଣ୍ଡ । ସୁପର ସନଣ୍ଡେରେ ସୁପର ଶୋ ଦେଖିବେ କ୍ରିକେଟ୍ ଫ୍ୟାନ୍ସ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ । ବୋଲିଂ କରିବ ଭାରତ । ଭାରତ ଲଗାତାର ୧୫ଥର ପାଇଁ ଟସ୍ ହାରିଛି । ନ୍ୟୁଜିଲାଣ୍ଡ ତାର ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି । ମାଟ୍ ହେନେରୀଙ୍କ ସ୍ଥାନରେ ନାଥାନ ସ୍ମିଥ୍ଙ୍କୁ ସ୍ଥାନ ମିଳିଛି । ଭାରତ ତାର ଏକଦାଶରେ କୌଣସି ପରିବର୍ତ୍ତନ କରିନାହିଁ ।
ଦୁବାଇରେ ଦମ୍ ଦେଖାଇବ ରୋହିତ ବାହିନୀ । ଟ୍ରଫି ଜିତି ୧୨ ବର୍ଷ ଅପେକ୍ଷାରେ ଅନ୍ତ ଘଟାଇବା ସହ ୨୫ ବର୍ଷ ପୁରୁଣା ହିସାବ ନେବାକୁ ଚେଷ୍ଟା କରିବ ଭାରତ । ସେପଟେ ନ୍ୟୁଜିଲାଣ୍ଡ ଦ୍ବିତୀୟ ଟାଇଟଲ ହାତେଇବା ଲକ୍ଷ୍ୟରେ ରହିଛି । ମ୍ୟାଚକୁ ନେଇ କ୍ରିକେଟ୍ ଫ୍ୟାନ୍ସଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ଚିୟରଅଫରେ କମ୍ପୁଛି ଦୁବାଇ ଗ୍ରାଉଣ୍ଡ । ଟ୍ରଫି ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଜୋରଦାର ହେବ ଟକ୍କର । ଲିଗ୍ ପର୍ଯ୍ୟାୟରେ ଭାରତ ନ୍ୟୁଜିଲାଣ୍ଡକୁ ହରାଇଥିଲା । ଭାରତ ସେମିରେ ଅଷ୍ଟ୍ରେଲିଆକୁ ହାରଇ ଫାଇନାଲରେ ପ୍ରବେଶ କରିଥିଲା ।
୨୫ ବର୍ଷ ପରେ ଭାରତ ପାଖରେ ପ୍ରତିଶୋଧ ନେବାର ସୁଯୋଗ ଅଛି । ଅଢେଇ ଦଶନ୍ଧି ପରେ ବଦଲା ନେବ ଟିମ୍ ଇଣ୍ଡିଆ । ମିନି ବିଶ୍ବକପ କୁହାଯାଉଥିବା ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ୨୫ବର୍ଷ ତଳର ପ୍ରତିଶୋଧ ନେବ ରୋହତିବାହିନୀ । କିୱି ଦଳକୁ କଡ୍ଡା ଟକର ଦେବ ରୋହିତଙ୍କ ବିରାଟ ସେନା । କିଙ୍ଗ୍ କୋହଲିଙ୍କ ପାଖରେ ଏକ ରେକର୍ଡ ଭଙ୍ଗ କରିବାର ସୁଯୋଗ ରହିଛି । ସେ ୪୫ରନ କଲେ ଚାମ୍ପିଅନ୍ସ ଟ୍ରଫିରେ ସର୍ବାଧିକ ରନ୍ ସ୍କୋରର ସାଜିବେ । ବୋଲିଂ ବିଭାଗରେ ବରୁଣଙ୍କ ଉପରେ ନଜର ରହିବ । ସେହିପରି କୁଳଦୀପ ଯାଦବଙ୍କୁ ୱିକେଟ ହାସଲ କରିବାକୁ ହେବ । ଟ୍ରଫି ଟକ୍କରକୁ ନିୟନ୍ତ୍ରଣକୁ ଆଣିବାକୁ ହେଲେ ଭାରତକୁ କେନ୍ ୱିଲିୟମସନ ଓ ରଚିନ ରବିନ୍ଦ୍ରଙ୍କୁ ଅଟକାଇବାକୁ ହେବ ।
ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ ସାଣ୍ଟନର ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛନ୍ତି । ମାଟ୍ ହେନେରୀଙ୍କ ସ୍ଥାନରେ ନାଥାନ ସ୍ମିଥ୍ଙ୍କୁ ସ୍ଥାନ ମିଳିଛି । ସେମି ଫାଇନାଲ୍ ମ୍ୟାଚ୍ରେ ଆହତ ହୋଇଥିଲେ ମାଟ୍ । ୱିଲିୟମସନଙ୍କର ଏହା ପଞ୍ଚମ ଫାଇନାଲ । ଆଇସିସି ଟୁର୍ଣ୍ଣାମେଣ୍ଟ ଫାଇନାଲ୍ରେ ଉଭୟ ଦଳ ପରସ୍ପରକୁ ୨ଥର ଭେଟି ସାରିଛନ୍ତି । ନ୍ୟୁଜିଲାଣ୍ଡ ଉଭୟ ମ୍ୟାଚ୍ରେ ବିଜୟୀ ହୋଇଛି । ୨୦୦୦ ମସିହାରେ ଅନୁଷ୍ଠିତ ଚାମ୍ପିଅନ୍ସ ଟ୍ରଫି ଯାହା ଆଇସିସି ନକ୍ ଆଉଟ୍ ଓ ୨୦୨୧ରେ ଅନୁଷ୍ଠିତ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ ଫାଇନାଲ୍ରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ ଓ ନ୍ୟୁଜିଲାଣ୍ଡ ଚାମ୍ପିଅନ୍ ହୋଇଥିଲା ।ଭାରତୀୟ ଚୂଡାନ୍ତ ଏକାଦଶ- ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟାସ ଆୟର, ଅକ୍ଷର ପଟେଲ, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ମହମ୍ମଦ ସାମି, ବରୁଣ ଚକ୍ରବର୍ତ୍ତୀ ।
ନ୍ୟୁଜିଲାଣ୍ଡ ଚୂଡାନ୍ତ ଏକାଦଶ- ୱିଲ ୟଙ୍ଗ, ରଚିନ ରବିନ୍ଦ୍ର, କେନ ୱିଲିୟମସନ, ଡାରିଲ ମିଚେଲ, ଟମ ଲାଥମ, ଗ୍ଲେନ ଫିଲିପ୍ସ, ମାଇକେଲ ବ୍ରେସୱେଲ୍, ମିଚେଲ ସାଣ୍ଟନର (ଅଧିନାୟକ), କେଲି ଜାମିସନ, ନାଥାନ ସ୍ମିଥ୍, ୱିଲ ଓ’ରୁର୍କ ।