ଅହମ୍ମଦାବାଦ, ୦୮/୦୩: ‘ସୁପର ସନଡେ’ରେ ହେବ ବଡ଼ ଲଢ଼େଇ । ବିଶ୍ୱର ବୃହତ୍ କ୍ରିକେଟ୍ ଷ୍ଟାଡିୟମ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ ଟାଇଟଲ ଲଢ଼େଇ । କିଏ ହେବ ବିଶ୍ୱ ଚାମ୍ପିଅନ? ଡିଫେଣ୍ଡିଂ ଚାମ୍ପିଅନ ଭାରତ ତୃତୀୟ ଥର ଟାଇଟଲ ଜିତିବ ନା ନ୍ୟୁଜିଲାଣ୍ଡ ପ୍ରଥମ ଥର ବିଶ୍ୱକପ୍ ଟ୍ରଫି ତୋଳି ଧରିବାର ସୁଯୋଗ ପାଇବ? ଏମିତି କେତେ କଥା ଏବେ କ୍ରିକେଟ୍ପ୍ରେମୀଙ୍କ ମନକୁ ଆନ୍ଦୋଳିତ କରୁଛି । କଥା ହେଉଛି, ଭାରତ ଘରୋଇ ଗ୍ରାଉଣ୍ଡରେ ପ୍ରମୁଖ ଦାବିଦାର ରହିଥିବାବେଳେ ନ୍ୟୁଜିଲାଣ୍ଡ ସପକ୍ଷରେ ବିଜୟ ରେକର୍ଡ ରହିଛି। ନିଶ୍ଚିତ ଭାବେ ଦୁଇ ଦଳ ମଧ୍ୟରେ ଲଢ଼େଇ ଜୋରଦାର ହେବ । ତେବେ ଫାଇନାଲ ମ୍ୟାଚର ପିଚକୁ ନେଇ ଯେଉଁ ଉତ୍ସୁକତା ରହିଥିଲା, ତାହା ଦୂର ହୋଇଛି । ନାଲି ଓ କଳା ମାଟିକୁ ମିଶାଇ ଖେଳାଯିବ ମହାମୁକାବିଲା।

ଅଧିକ ପଢ଼ନ୍ତୁ :- ଟି-ଟ୍ୱେଣ୍ଟି ବିଶ୍ୱକପ୍ ଟ୍ରଫି ମହାସମର; ଜୋରଦାର ହେବ ଲଢ଼େଇ, ନଜର ପକାନ୍ତୁ ବିଶ୍ୱକପ୍‌ ଦୁଇ ଦଳର ପ୍ରଦର୍ଶନ କେମିତି

ଫାଇନାଲ ମ୍ୟାଚର ପିଚକୁ ନେଇ ଯେଉଁ ଉତ୍ସୁକତା ରହିଥିଲା, ତାହା ଦୂର ହୋଇଛି । ରିପୋର୍ଟ ଅନୁସାରେ, ଗତ ଆଇପିଏଲ ଫାଇନାଲ ଯେଉଁ ପିଚରେ ଖେଳାଯାଇଥିଲା ସେହି ପିଚରେ ଭାରତ-ନ୍ୟୁଜିଲାଣ୍ଡ ଟାଇଟଲ ପାଇଁ ଲଢ଼େଇ କରିବେ । ଏହି ପିଚ ଉଭୟ ନାଲି ଓ କଳା ମାଟିକୁ ମିଶାଇ ପ୍ରସ୍ତୁତ ହୋଇଛି । ଏହି ପିଚ୍‌ରେ ବଡ଼ ଟାର୍ଗେଟକୁ ପିଛା କରିବା ଆଦୌ କଷ୍ଟ ନୁହେଁ । ଗତ ଆଇପିଏଲ ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୯୦ ରନକୁ ପିଛା କରି ବିଜୟୀ ହୋଇଥିଲା । ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ ସାଣ୍ଟନର ଫ୍ଲାଟ ପିଚ ବୋଲି କହିଛନ୍ତି । ଏଥିରେ ହାଇସ୍କୋରିଂ ମ୍ୟାଚ ହେବ ବୋଲି ସେ କହିଛନ୍ତି ।

ରିଜର୍ଭ ଡେ’

ସେମି ଫାଇନାଲ ଭଳି ଯଦି ଫାଇନାଲରେ ବର୍ଷା କିମ୍ବା ଅନ୍ୟ କାରଣରୁ ମ୍ୟାଚ ଖେଳାଯିବା ସମ୍ଭବ ନହୁଏ, ତେବେ ରିଜର୍ଭ ଡେ’ର ସୁବିଧା ରହିଛି । ମ୍ୟାଚ ତହିଁ ପରଦିନ ଖେଳାଯିବ ।

ଅଧିକ ପଢ଼ନ୍ତୁ:- ସୁପର ସନ୍‌ଡେ'ରେ ମହାମୁକାବିଲା: ଟାଇଟଲ ପାଇଁ ଲଢ଼ିବେ ଭାରତ -ନ୍ୟୁଜିଲାଣ୍ଡ, ଫ୍ୟାନ୍‌ଙ୍କ ମଧ୍ୟରେ ପ୍ରବଳ କ୍ରେଜ୍