ନୂଆଦିଲ୍ଲୀ,୧୫।୧: ଭାରତୀୟ ମହିଳା ଟିମ୍‌ର ବଡ଼ ବିଜୟ। ବୁଧବାର ରାଜକୋଟ‌ରେ ଖେଳାଯାଉଥିବା ତୃତୀୟ ଓ ଶେଷ ଓ୍ବାନଡେରେ ଆୟରଲାଣ୍ଡକୁ ୩୦୪ ରନ୍‌ରେ ପରାସ୍ତ କରିଛି।ଏହା ସହ ୩-୦ ରେ କରିଛି ସିରିଜ କ୍ଲିନ୍ ସୁଇପ୍। ମହିଳା ଓ୍ବାନଡେରେ ଭାରତର ରନ୍‌ ଦୃଷ୍ଟିରୁ ଏହା ସବୁଠାରୁ ବଡ଼ ବିଜୟ। ଏହା ପୂର୍ବରୁ ୨୦୧୭ ରେ ଭାରତୀୟ ଟିମ୍‌ ଆୟରଲାଣ୍ଡକୁ ୨୪୯ ରନ୍‌ରେ ହରାଇ ଓ୍ବାନଡେରେ ସବୁଠାରୁ ବଡ଼ ବିଜୟ ହାସଲ କରିଥିଲା। ଭାରତୀୟ ଟିମ୍‌ ସ୍ମୃତି ମନ୍ଦାନା ଓ ପ୍ରତିକା ରାଓ୍ବଲଙ୍କ ଓପନିଂ ପାର୍ଟନରସିପ୍‌ ବଳରେ ଆୟରଲାଣ୍ଡ ବିରୋଧରେ ତୃତୀୟ ମ୍ୟାଚ୍‌ରେ ୫ ଓ୍ବିକେଟରେ ୪୩୫ ରନ୍ କରିଥିଲା, ଯାହାକୁ ଭାରତର ୫୦ ଓଭରରେ ଏପର୍ଯ୍ୟନ୍ତର ସବୁଠାରୁ ବଡ ସ୍କୋର। ଏହାର ଜବାବରେ ଆୟରଲାଣ୍ଡ ଟିମ୍ ୧୧୦ ବଲ୍‌ ଥାଇ ଅଲଆଉଟ୍ ହୋଇଯାଇଛି। ଆୟରଲାଣ୍ଡର ଟିମ୍ ୩୧.୪ ଓଭରରେ ୧୩୧ ରନ୍‌ କରିଥିଲା। ଓ୍ବାନଡେରେ ରନ୍ ଦୃଷ୍ଟିରୁ ବଡ଼ ବିଜୟ କରିବାର ରେକର୍ଡ ନ୍ୟୁଜିଲାଣ୍ଡ ନାଁରେ ରହିଛି। ନ୍ୟୁଜିଲାଣ୍ଡ ୪୦୮ରନ୍‌ରେ ପାକିସ୍ତାନ ଟିମ୍‌କୁ ହରାଇଛି।

ଭାରତ ୪୩୫ ରନ୍‌ ଜବାବରେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଆୟରଲାଣ୍ଡର ମହିଳା ଟିମ୍‌ର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ମାତ୍ର ୨୪ ରନ୍‌ରେ ଦଳ ୨ ଓ୍ବିକେଟ ହରାଇ ଦେଇଥିଲା। କ୍ୟାପଟେନ୍ ଗେବି ଲୁଇସ୍‌ଙ୍କୁ ୧ ରନ୍‌ରେ ତିତାସ ସାଧୁ ପଗବାଧା ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। କ୍ରିଷ୍ଟିନା କୁଲ୍ଟର ରିଲି ଖାତା ଖୋଲିନପାରି ସାୟଲି ସାତଘରେଙ୍କ ବଲ୍‌ରେ ବୋଲ୍ଡ ହୋଇଥିଲେ। ଏହାପରେ ସାରା ଫୋବର୍ସ ଓ ଅର୍ଲୋ ପ୍ରେଡରଗଷ୍ଟ ଇନିଂସ ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ। ଦୁଇ ବ୍ୟାଟର ତୃତୀୟ ଓ୍ବିକେଟ୍‌ରେ ୬୪ ରନ୍ ଯୋଡିଥିଲେ। ୧୫ ତମ ଓଭରରେ ଅର୍ଲୋଙ୍କୁ ୩୬ ରନ୍ରେ ଆଉ କରି ତନୁଜା କନଭର ତାଙ୍କ ପାର୍ଟନରସିପ୍‌କୁ ଭାଙ୍ଗିଥିଲେ। ଏହାପରେ ସାରା ଫୋବର୍ସ ୪୧ ରନ୍‌ରେ ହୋଇଥିଲେ ଆଉଟ୍। ଏହାପରେ ଲାରା ଡେଲେନିଙ୍କୁ ୧୦ ରନ୍‌ ଓ ଲି ପଲ୍‌ଙ୍କୁ ୧୫ ରନ୍‌ରେ ଆଉଟ୍ କରିଥିଲେ ଦୀପ୍ତି ଶର୍ମା। ଅର୍ଲିନ କେଲି ୨, ଜର୍ଜିନା ଡେମ୍ପସିଙ୍କୁ ଜିରୋରେ ହୋଇଥିଲେ ରନ୍ ଆଉଟ। ୩୧ ତମ ଓଭରରେ ଅଭା କେନିଂ ନବମ ଓ୍ବିକେଟରେ ମାତ୍ର ୨ ରନ୍‌ରେ ଆଉଟ୍ ହୋଇଥିଲେ। ଦୀପ୍ତି ଶର୍ମା ୩୧ ତମ ଓଭରର ଚତୁର୍ଥ ବଲ୍‌ରେ ଫ୍ରେୟା ସାର୍ଜେଟଙ୍କୁ ଏକ ରନ୍‌ରେ ଆଉଟ୍ କରି ଆୟରଲାଣ୍ଡକୁ କରିଥିଲେ  ଅଲଆଟ୍। ଭାରତ ପକ୍ଷରୁ ଦୀପ୍ତି ଶର୍ମା୨୭ ରନ୍ ଦେଇ ୩ ଓ୍ବିକେଟ ନେଇଥିଲେ। ସେଭଳି ତନୁଜା କନଭର ଦୁଇ ଓ୍ବିକେଟ ନେଇଥିଲେ। ତାତାସ ସାଧୁ, ସାୟଲି ସାତଘରେ ଓ ମିନ୍ନୁ ମନି ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ। 

ଏହ ପୂର୍ବରୁ ଭାରତୀୟ କ୍ୟାପଟେନ୍ ସ୍ମୃତି ମନ୍ଧାନା ମାତ୍ର  ୭୦ ବଲ୍‌ରେ ୧୩୫ ରନ୍ କରିଥିଲେ, ଯାହାକି ତାଙ୍କର  ୧୦ ଓ୍ବାନଡେ୍‌ ଶତକ ଥିଲା।  ଏଭଳି ଭାବରେ ଭାରତୀୟ ମହିଳା ଟିମ୍ ପ୍ରଥମ ଥର କରିଥିଲା ୪୦୦ ରନ୍। ଏହାଦ୍ବାରା ଭାରତୀୟ ଟିମ୍ ଅଷ୍ଟେ୍ରଲିଆ ଓ ନ୍ୟୁଜିଲାଣ୍ଡ ସହ ଏଲିଟ ସୁଚୀରେ ସାମିଲ ହେବାରେ ସଫଳ ହୋଇଥିଲା। ଏହା ମହିଳା ଓ୍ବାନଡେ ଅନ୍ତର୍ଜାତୀୟ କ୍ରିକେଟରେ ଚତୁର୍ଥ ସର୍ବୋଚ୍ଚ ସ୍କୋର ମଧ୍ୟ ରହିଛି। ନିଜର ଏହି ସୁନ୍ଦର ଇନିଂସ ସାହାଯ୍ୟରେ ସ୍ମୃତି ହରମନପ୍ରୀତ କୌର ଗତବର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷ ୮୭ ବଲ୍‌ରେ କରିଥିବା ଶତକକୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। 

ମନ୍ଧାନା ୮୦ ବଲ୍‌ରେ ୧୨ ଚୌକା ଓ ୭ ଛକା ଲଗାଇ ୧୩୫ ରନ୍ କରିଥିଲେ। ୨୭ ଓଭରରେ ଅର୍ଲ ପ୍ରେଡରଗଷ୍ଟ ସ୍ମୃତିଙ୍କୁ ଆଉଟ୍ କରି ନେଇଥିଲେ ପ୍ରଥମ ଓ୍ବିକେଟ। ଏହାପରେ ବ୍ୟାଟିଂ କରିବାକୁ ଆସିଥିଲେ ଋଚା ଘୋଷ। ସେ ପ୍ରୀତିକା ରାଓ୍ବଲଙ୍କ ସହ ଦ୍ବିତୀୟ ଓ୍ବିକେଟରେ ୧୦୪ ରନ୍‌ର ପାର୍ଟନରସିପ୍ କରିଥିଲେ। ୩୯ ଓଭରରେ ଋଚାଙ୍କୁ ଅର୍ଲିନ କେଲି ବୋଲ୍ଡ କରି ପାଭିଲିଅନ୍ ପଠାଇଥିଲେ। ଋଚା ୪୨ ବଲରେ ୧୦ ଚୌକା ଓ ଗୋଟିଏ ଛକା ସାହାଯ୍ୟରେ କରିଥିଲେ ୫୯ ରନ୍। ଦ୍ବିତୀୟ ଶତକ କରିବା ଅଭିମୁଖେ ଥିବା ପ୍ରିତିକା ରାଓ୍ବଲଙ୍କୁ ୪୪ ତମ ଓଭରରେ ଫ୍ରେୟା ସାର୍ଜେଣ୍ଟ କ୍ୟାଚ୍ ଆଉଟ୍ କରିଥିଲେ। ପ୍ରୀତିକା ୧୨୯ ବଲ୍‌ରେ ୨୦ ଚୌକା ଓ ଗୋଟିଏ ଛକା ମାରି ୧୫୪ ରନ୍ କରିଥିଲେ। ସେଭଳି ତେଲ ହସବାନିସ୍ ୨୮, ହରଲିନ୍ ଦେଓଲ ୧୫ ରନ୍ କରି ଆଉଟ୍ ହୋଇଥିଲେ। ଦୀପ୍ତି ଶର୍ମା ଓ ଜେମିମା ରୋଡ୍ରିଗ୍ସ ୪ ରନ୍ କରି ଅପରାଜିତ ଥିଲେ।