ନୂଆଦିଲ୍ଳୀ,୨୨।୪: ଭାରତୀୟ ବାୟୁସେନା ଉତ୍ତର ପ୍ରଦେଶର ସୁଲତାନପୁରର ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଯୁଦ୍ଧାଭ୍ୟାସ କରୁଛି। ସୁଖୋଇ-30MKI, ଜାଗୁଆର, ମିରାଜ-2000, ତେଜସ ଭଳି ଯୁଦ୍ଧ ବିମାନ ଏବଂ C-295 ଭଳି କୌଶଳଗତ ବିମାନ ଏୟାର ଶୋରେ ଅବତରଣ କରିଛି, ଯାହାର ଭିଡିଓ ସାମ୍ନାକୁ ଆସିଛି। ଭାରତୀୟ ବାୟୁସେନା ପୂର୍ବାଞ୍ଚଳ ଏକ୍ସପ୍ରେସୱେକୁ ଜରୁରୀକାଳୀନ ସ୍ଥିତି ରନେୱେ ରୂପାରେ ବ୍ୟବହାର କରିବାର କ୍ଷମତା ରଖିଛି। ଏହାକୁ ଦେଖି ପ୍ରଶାସନ ଏକ୍ସପ୍ରେସ୍‌ୱେକୁ ୧୨ କିଲୋମିଟର ପର୍ଯ୍ୟନ୍ତ ସିଲ୍ କରି ଦେଇଛି। ଏହା ସହିତ ଟ୍ରାଫିକ୍‌କୁ ୧ ମଇ ପର୍ଯ୍ୟନ୍ତ ଡାଇଭର୍ଟ କରାଯାଇଛି।

ଏଭଳି ହାଇୱେ ଏୟାରଷ୍ଟ୍ରିପ୍ ଯୁଦ୍ଧ ଭଳି ସ୍ତିତିରେ ସେନା ପାଇଁ ବ୍ୟାକଅଫ୍ ରନୱେର କାମ କରିଥାଏ। ଯଦି ଶତ୍ରୁପକ୍ଷ ଏୟାରବେସ୍ ଉପରେ ଆକ୍ରମଣ କରେ ତେବେ ତାକୁ ବାୟୁସେନା ଏୟାରଷ୍ଟ୍ରିପ୍ ଜରିଆରେ ଜବାବ ଦେଇଥାଏ। ଏଠାରେ ଦେଶର ବାୟୁସେନାରେ ସାମିଲ ପ୍ରାୟ ସବୁ ଫାଇଟର ଜେଟ୍ ଏକ୍ସରସାଇଜ୍ କରିଛନ୍ତି। ଏହି ଏୟାର ଶୋ’ ଦ୍ବାରା ନା କେବଳ ସେନାର ପ୍ରସ୍ତୁତିକୁ ମଜବୁତ ମିଳୁଛି, ବଂର ସୁଲତାନପୁର ଓ ଆଖପାଖ ଅଞ୍ଚଳର ମଧ୍ୟ ପରିଚୟ ମଧ୍ୟ ରାଷ୍ଟ୍ରୀୟ ସ୍ତରରେ ମଜବୁତ ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୬ ନଭେମ୍ବର ୨୦୨୧ରେ ପୂର୍ବାଞ୍ଚଳ ଏକ୍ସପ୍ରେସ୍ ୱେର ଏହି ଏୟାରଷ୍ଟ୍ରିପକୁ ଉଦଘାଟନ କରିଥିଲେ। ପିଏମ୍ ମୋଦି ନିଜେ ଏଠାରେC-130J ହରକ୍ୟୁଲିସ୍ ବିମାନରେ ଅବତରଣ କରିଥିଲେ। ସେତେବେଳେ ବି ସୁଖୋଇ ଓ ଜଗୁଆର ଭଳି ଫାଇଟର ଜେଟସ୍ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ଆକାଶରେ ଏୟାର ଶୋ’ ଦେଖାଇଥିଲା। ଏହାପରେ ଜୁନ୍ ୨୦୨୩ରେ ମଧ୍ୟ ପ୍ରାୟ ୪ ଘଣ୍ଟା ପର୍ଯ୍ୟନ୍ତ ବାୟୁସେନା ଅଭ୍ୟାସ କରିଥିଲା।

ଆହୁରି ପଢନ୍ତୁ : ଭାରତ ଆସୁଥିବା ଜାହାଜ ଉପରେ ହର୍ମୁଜରେ ଇରାନର ଆକ୍ରମଣ, ଜବତ କରି ନେଇଗଲା ଆଇଆରଜିସି