ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଆଜି ଭାରତୀୟ ତଟରକ୍ଷୀ ବାହିନୀ ଦିବସ; ୧୯୭୭ରେ କଣ ହୋଇଥିଲା ?

Published By : Ankita S | February 1, 2025 9:45 AM

ନୂଆଦିଲ୍ଲୀ,୦୧/୦୨: ଭାରତୀୟ ତଟରକ୍ଷୀ ବାହିନୀ । ତଟ ସୁରକ୍ଷାର ଜାଗ୍ରତ ପ୍ରହରୀ । ଦେଶ ସୁରକ୍ଷାରେ ତଟରକ୍ଷା ବାହିନୀଙ୍କର ବେଶ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଦେଶ ସୁରକ୍ଷାରେ ସେମାନଙ୍କ ବଳିଦାନକୁ ମନେ ପକାଇ ପ୍ରତିବର୍ଷ ଫେବୃଆରୀ ୧ ତାରିଖରେ ଭାରତୀୟ ତଟରକ୍ଷା ବାହିନୀ ଦିବସ ପାଳନ କରାଯାଏ । ଚଳିତ ବର୍ଷ ତଟରକ୍ଷାବାହିନୀ ତାର ୪୯ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ।

ତଟରକ୍ଷା ବାହିନୀ ଦିବସ- ୧୯୭୭ରେ ଏକ ଛୋଟ ବାହିନୀରୁ ୧୫୦ରୁ ଅଧିକ ଜାହଜ ଏବଂ ୭୫ଟି ବିମାନ ସହିତ ଏକ ମହାନ ସାମୁଦ୍ରିକ ସୁରକ୍ଷା ସେବାରେ ପରିଣତ ହୋଇଥିଲା । ଭାରତୀୟ ତଟ ସୁରକ୍ଷା ଦାୟିତ୍ବ ଇଣ୍ଡିଆନ କୋଷ୍ଟଗାର୍ଡ ବା ଭାରତୀୟ ତଟରକ୍ଷା ବାହିନୀକୁ ହସ୍ତାନ୍ତର କରାଯାଇଥିଲା । ଇଣ୍ଡଆନ୍ କୋଷ୍ଟଗାର୍ଡ ଏକ ମଲ୍ଟି ମିଶନ୍ ସଂଗଠନ ଯେଉଁମାନେ ବର୍ଷସାରା ସମୁଦ୍ରରେ ରିଅୟ ଲାଇଫ ଅପରେସନ କରିଥାନ୍ତି । ଭାରତୀୟ ତଟରକ୍ଷା ବାହିନୀର ଉଦ୍ଦେଶ୍ୟ ହେଉଛି ଆମେ ସୁରକ୍ଷା ଦେଉଛୁ ( we protect) । ସମୁଦ୍ରପଥକୁ ସୁରକ୍ଷା ଦେବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି ତଟରକ୍ଷା ବାହିନୀର ଯବାନ । ସେମାନଙ୍କ ସେବା ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ପ୍ରତିବର୍ଷ ଫେବୃଆରୀ ୧ ତାରିଖକୁ ଭାରତୀୟ ତଟରକ୍ଷା ଦିବସ ପାଳନ କରାଯାଏ । ତଟରକ୍ଷାବିହନୀ ପ୍ରମୁଖ ସଫଳତା ମଧ୍ୟରେ ଜୀବନ ରକ୍ଷାକାରୀ ମିଶନ, ଚୋରା ଚାଲାଣ, ବିପର୍ଯ୍ୟୟ ପ୍ରତିକ୍ରିୟା ଏବଂ ପରିବେଶ ସୁରକ୍ଷା ଅନ୍ତର୍ଭୁକ୍ତ ହୋଇଛି ।

ଏହା ବି ପଢନ୍ତୁ...୨୯ ବର୍ଷ ପରେ ଗିରଫ ହେଲା ଦାଉଦ୍ ଇବ୍ରାହିମ୍-ଛୋଟା ସକିଲ୍ ଗ୍ୟାଙ୍ଗ୍‌ର ଗ୍ୟାଙ୍ଗଷ୍ଟାର୍, କର୍ଣ୍ଣାଟକ ହୁବଲିରୁ ଧରିଲା ସ୍ବତନ୍ତ୍ର ପୋଲିସ ଟିମ୍…

ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ଅଂଶ ତଟରକ୍ଷା ବାହିନୀ । ୧୯୭୭ ମସିହା ଫେବୃଆରୀ ୧ ତାରିଖରେ ଭାରତୀୟ ସମ୍ବିଧାନ ତଟରକ୍ଷୀ ଅଧିନିୟମ ଦ୍ବାରା ସ୍ଥାପନ କରାଯାଇଥିଲା । ତଟରକ୍ଷା ବାହିନୀରେ ଅଧିକାରୀମାନଙ୍କ ପଦବୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ପଦବୀ ସହିତ ସମାନ । ୭ଟି ସରଫେସ୍ ସିପକୁ ନେଇ ଏହା ଗଠନ ହୋଇଥିଲା । ଯାହା ବର୍ତ୍ତମାନ ୭୮ ଏୟାରକ୍ରାଫ୍ଟ ଓ ୧୫୮ଟି ସିପକୁ ବଳ ଦେଉଛି । ଚଳିତବର୍ଷ ୨୦୦ ପୃଷ୍ଠଭୂମି ଓ ୮୦ ବିମାନ ବଳ ସ୍ତର ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ୨୦୦୮ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ଭାରତୀୟ ତଟରକ୍ଷା ବାହିନୀ, ସମ୍ପତ୍ତି ଏବଂ ଭିତ୍ତିଭୂମି ବିସ୍ତାର ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ବର୍ତ୍ତମାନ ୧୫୧ଟି ଜାହଜ ଏବଂ ୭୬ଟି ବିମାନ ପରିଚାଳନା କରୁଛି । ୨୦୩୦ ସୁଦ୍ଧା ତଟରକ୍ଷାବାହିନୀ ଆହୁରି ବିସ୍ତାର କରିବାକୁ ଯୋଜନା ହେଉଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.