ଭୁବନେଶ୍ୱର, ୨୩/୦୬ : ପୂର୍ବତଟ ରେଲୱେର ୬୩୧ କିଲୋମିଟରରେ ଲାଗିବ ‘କବଚ’। ଏଥିପାଇଁ ଖର୍ଚ୍ଚ ହେବ ୨୭୦ କୋଟି ଟଙ୍କା। ସ୍ୱଦେଶୀ ଜ୍ଞାନକୌଶଳ ମାଧ୍ୟମରେ ରେଳ ସୁରକ୍ଷାକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ଭାରତୀୟ ରେଲୱେ ଏଥିପାଇଁ ମଞ୍ଜୁରି ଦେଇଛି। ଏହି ପ୍ରକଳ୍ପ ଅଧୀନରେ ଜୋନ୍ର ଛଅଟି ଗୁରୁତ୍ୱପୂର୍ଣ୍ଣ ରେଳ ସେକ୍ସନ ବାଘୁଆପାଳବୁଢାପଙ୍କ, ହରିଦାସପୁର-ପାରାଦୀପ, ଖୋର୍ଦ୍ଧା ରୋଡ୍ବଲାଙ୍ଗୀର, ନୌପଡା-ଗୁଣୁପୁର, ଲାଞ୍ଜିଗଡ଼ ରୋଡ୍ଜୁନାଗଡ଼ ଏବଂ ବାବିଲି-ସାଲୁରୁ ଅନ୍ତର୍ଭୁକ୍ତ ହୋଇଛି। ରେଳ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଭାରତର ରେଳ ନେଟୱାର୍କକୁ ଆଧୁନିକୀକରଣ କରିବାରେ ପ୍ରତିବଦ୍ଧତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କୃତଜ୍ଞତା ଜ୍ଞାପନ କରିଛନ୍ତି।

ସୂଚନାଯୋଗ୍ୟ, ସୁରକ୍ଷା ଏବଂ ପରିଚାଳନାଗତ ଦକ୍ଷତା ବୃଦ୍ଧି ପାଇଁ ଭାରତୀୟ ରେଲୱେ ନିଜର ସମସ୍ତ ରେଳ ନେଟୱର୍କରେ ଏଲ୍ଟିଇ ଆଧାରିତ ଯୋଗାଯୋଗ ବ୍ୟବସ୍ଥା ସହିତ କବଚ ସ୍ଥାପନ କରୁଛି । ଭାରତର ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା(ଏଟିପି) ପ୍ରଣାଳୀ ‘କବଚ୍’ ସିଗନାଲ୍ ଅତିକ୍ରମଣ ଜନିତ ବିପଦ(ଏସ୍ପିଏଡି), ଅତ୍ୟଧିକ ବେଗ ଏବଂ ଟ୍ରେନ୍ ମୁହାଁମୁହିଁ ଧକ୍କାକୁ ରୋକି ସୁରକ୍ଷା ବୃଦ୍ଧି କରିବା ପାଇଁ ଡିଜାଇନ୍ ହୋଇଛି। ତେବେ ଉକ୍ତ ରୁଟ୍ଗୁଡ଼ିକରେ କବଚ ସ୍ଥାପନ ହେଲେ ଟ୍ରେନ୍ ସୁରକ୍ଷା ଏବଂ ପରିଚାଳନାରେ ଉଚ୍ଚସ୍ତରୀୟ ସୁରକ୍ଷା ପ୍ରଦାନ କରିବ। ଏହା ସହିତ, କବଚ ଘନ କୁହୁଡ଼ି ଭଳି ପ୍ରତିକୂଳ ପାଣିପାଗ ପରିସ୍ଥିତିରେ ମଧ୍ୟ ଅଧିକ ସୁରକ୍ଷିତ ଓ ନିର୍ଭରଯୋଗ୍ୟ ଟ୍ରେନ୍ ଚଳାଚଳକୁ ସୁନିଶ୍ଚିତ କରିବ।

ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଟ୍ଵିଟ୍ କରି ଲେଖିଛନ୍ତି ଯେ, ପୂର୍ବତଟ ରେଳପଥର ୬୩୧ କିଲୋମିଟର ରୁଟ୍ ଉପରେ କବଚ ନିୟୋଜନକୁ ଅନୁମୋଦନ ଆମର ରେଳ ଭିତ୍ତିଭୂମି ପାଇଁ ଏକ ପ୍ରମୁଖ ମାଇଲଖୁଣ୍ଟ। ପୂର୍ବତଟ ରେଳପଥ ନେଟୱାର୍କର ଏକ ପ୍ରମୁଖ ଅଂଶ ଭାବରେ, ଓଡ଼ିଶା ବର୍ଦ୍ଧିତ ଯାତ୍ରୀ ସୁରକ୍ଷା, ଦୁର୍ଘଟଣାର ବିପଦ ହ୍ରାସ, ଉନ୍ନତ ଟ୍ରେନ୍ ପରିଚାଳନା ଏବଂ ରେଳ ସେବାର ଅଧିକ ନିର୍ଭରଯୋଗ୍ୟତାରୁ ଲାଭ ପାଇବ। ଏହି ଆଧୁନିକ, ସ୍ୱଦେଶୀ ଭାବରେ ବିକଶିତ ପ୍ରଯୁକ୍ତିବିଦ୍ୟା ସଂଯୋଗକୁ ଆହୁରି ସୁଦୃଢ଼ କରିବ। ଅର୍ଥନୈତିକ ଅଭିବୃଦ୍ଧି ଏବଂ ଓଡ଼ିଶାବାସୀଙ୍କ ପାଇଁ ଏକ ସୁରକ୍ଷିତ ଓ ଅଧିକ ଦକ୍ଷ ରେଳ ବ୍ୟବସ୍ଥା ନିର୍ମାଣରେ ଯୋଗଦାନ ଦେବ।..

ଆହୁରି ପଢନ୍ତୁ- ପାଠ୍ୟପୁସ୍ତକରେ ତ୍ରୁଟି ଘଟଣା: ବାରମ୍ବାର ଅଭିଯୋଗ କଲେ ଶିକ୍ଷକ, ଭୁଲ ଜାଣି ବି ଦୁଇ ମାସ ଚୁପ୍ ବସି ରହିଲେ..

୩୦ ଜଣ କର୍ମଚାରୀଙ୍କୁ ନେଇ ଚାଲୁଛି ୩୦ ଅରବ ଡଲାରର ମେଗା ପ୍ଲାଟଫର୍ମ,କେଉଁଠୁ ଆସେ ଟେଲିଗ୍ରାମର ରୋଜଗାର