ନୂଆଦିଲ୍ଲୀ, ୧୫/୦୬ : ଟ୍ରେନ ଯାତ୍ରା ବେଳେ କିଛି କିଣ କି ନକିଣ... ଚା' କପଟେ ନିଶ୍ଚୟ କିଣି ପିଅନ୍ତି ସମସ୍ତେ। ତେବେ ଆପଣ ଜାଣିଛନ୍ତି କି ? ମାତ୍ର ୧୦ ଟଙ୍କାରେ ମିଳୁଥିବା ଏହି ଚା' କପ୍‌ ର ଅସଲ ଦାମ୍ କେତେ ? ଅର୍ଥାତ୍ ଏହି ଚା' କପ୍‌ ପାଇଁ କେତେ ଟଙ୍କା ଧାର୍ଯ୍ୟ କରିଛନ୍ତି ସରକାର ? 

ଟ୍ରେନ୍ ରେ ଭେଣ୍ଡର କିମ୍ବା କ୍ୟାଟରିଂ କର୍ମଚାରୀମାନେ ସାଧାରଣତଃ ୧୦ ଟଙ୍କାରେ ଏକ କପ୍ ଚା' ବିକ୍ରି କରନ୍ତି। ହେଲେ ଏହି ଚା' କପ୍‌ ର ପ୍ରକୃତ ମୂଲ୍ୟ ଭିନ୍ନ ହୋଇଥାଏ। ରେଲୱେର କ୍ୟାଟରିଂ ଦର ଅନୁସାରେ, ଟ୍ରେନରେ ୧୫୦ ମିଲିଲିଟର ଷ୍ଟାଣ୍ଡାର୍ଡ ଚା' ମୂଲ୍ୟ ମାତ୍ର ୫ଟଙ୍କା ଥାଏ। ହେଲେ ଆପଣ ଏହାକୁ ଦୁଇ ଗୁଣା ମୂଲ୍ୟ ଦେଇ କିଣନ୍ତି। ସେହିପରି ଟି ବ୍ୟାଗ୍ ଥିବା ଚା'ର ରେଟ୍ ୧୦ ଟଙ୍କା ଥାଏ। ଇନଷ୍ଟାଣ୍ଟ କଫିର ଦାମ୍ ୧୦ ଟଙ୍କା ଥାଏ। 

ତେବେ କିଛି ସ୍ଵତନ୍ତ୍ର ଟ୍ରେନରେ ଅଲଗା କ୍ୟାଟରିଂ ବ୍ୟବସ୍ଥା ଥାଏ। ଉଦାହରଣ ସ୍ଵରୂପ ହମସଫର ଟ୍ରେନ୍‌ ରେ ଏଭିଏମ୍ ମେସିନ୍ ଜରିଆରେ ଚା' ଦିଆଯାଏ। ଏହାର ଦାମ୍ ୧୦ ଟଙ୍କା ଧାର୍ଯ୍ୟ ହୋଇଥାଏ। ଏଠାରେ ୧୦୦ ମିଲିଲିଟର ଚା' ୧୨୦ ମିଲିଲିଟର କପ୍‌ ରେ ଦିଆଯାଏ। ତେଣୁ ଯେତେବେଳେ ଆପଣ ଟ୍ରେନ୍‌ ରୁ ଚା' କିଣନ୍ତି ସେତେବେଳେ ଧ୍ୟାନ ଦେଇ କିଣନ୍ତୁ। ଏହା ଷ୍ଟାଣ୍ଡାର୍ଡ ଚା ନା ଭେଣ୍ଡିଂ ମେସିନ୍ ଚା। ତେବେ ରେଲୱେରେ ସମସ୍ତ ଟ୍ରେନ୍ ପାଇଁ ଏକାଭଳି କ୍ୟାଟରିଂ ବ୍ୟବସ୍ଥା ନଥାଏ। ସାମାନ୍ୟ ମେଲ-ଏକ୍ସପ୍ରେସ୍ ଏବଂ ପାସେଞ୍ଜର ଟ୍ରେନ୍ ରେ ଷ୍ଟାଣ୍ଡାର୍ଡ ଚା' ରେଟ୍ ୫ ଟଙ୍କା ରଖାଯାଏ। 

ଚା' ଭଳି ଟ୍ରେନ୍ ରେ ପାଣି ରେଟ୍ ମଧ୍ୟ ଧାର୍ଯ୍ୟ କରାଯାଇଛି। ଭାରତୀୟ ରେଲୱେ ଅନୁସାରେ ଟ୍ରେନ୍‌ ରେ କେବଳ ରେଳ ନୀର ବିକ୍ରି କରାଯାଇପାରିବ। ଏହାର ଏକ ଲିଟରର ଦାମ୍ ସରକାର ମାତ୍ର ୧୪ ଟଙ୍କା ଧାର୍ଯ୍ୟ କରିଛନ୍ତି। ଏହି ରେଟ୍ ଉଭୟ ଷ୍ଟେସନ ଏବଂ ଟ୍ରେନ୍ ଭିତରେ ସମାନ। ଯଦି ଭେଣ୍ଡର ରେଳ ନୀର ଅପେକ୍ଷା ଅଲଗା ପାଣି ବିକ୍ରି କରୁଛନ୍ତି, ତେବେ ତାହାର ମଧ୍ୟ ରେଟ୍ ୧୪ ଟଙ୍କା ଧାର୍ଯ୍ୟ କରାଯାଇଛି। ଅର୍ଥାତ୍ ଟ୍ରେନ୍ ରେ ଯେକୌଣସି ଏକ ଲିଟର ବାଲା ପାଣି ବୋତଲ ବିକ୍ରି ହେଉଛି ସେସବୁର ଦାମ୍ ମାତ୍ର ୧୪ ଟଙ୍କା। 

ଆହୁରି ପଢନ୍ତୁ- ଶୀଘ୍ର ବଜାରକୁ ଆସିବ ଇ-୧୦୦ ମଡେଲ୍‌ ଗାଡି, ଅଶୋଧିତ ତେଲ ଆମଦାନି ଓ ପ୍ରଦୂଷଣ ହ୍ରାସ ଲକ୍ଷ୍ୟ

ପୁଣି ଥରେ ନିଜ ଘରକୁ ଫେରି ଆସୁଛନ୍ତି ମୃତ ସୈନିକ,ୟୁକ୍ରେନ୍ ସହ ଯୁଦ୍ଧ ବେଳେ ଋଷରେ ଚାଲିଛି ଟ୍ରେଣ୍ଡ !