ନୂଆଦିଲ୍ଲୀ,୧୮।୪: ହର୍ମୁଜ ଦେଇ ଯାଉଥିବା ଦୁଇ ଭାରତୀୟ ଜାହାଜ ଉପରେ ଗୁଳିମାଡ଼ ହୋଇଛି। ଏହି ଫାୟାରିଂ ଇରାନର ନୌସେନା ପକ୍ଷରୁ କରାଯାଇଛି। ଏଥିରେ ଗୋଟିଏ ଭାରତୀୟ ଜାହାଜରେ ଗୁଳିମାଡ଼ ହୋଇଛି। ଏହି ପ୍ରସଙ୍ଗରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ଇରାନ ରାଷ୍ଟ୍ରଦୂତଙ୍କୁ ସମନ୍ ପଠାଇଛି। ସରକାର ସମନ୍ ପଠାଇ ଭାରତୀୟ ଟ୍ୟାଙ୍କର ଉପରେ ଆକ୍ରମଣର ବିରୋଧ ପ୍ରକାଶ କରିଛନ୍ତି। କୁହାଯାଉଛି ଯେ, ଭାରତୀୟ ଜାହାଜ ଉପରେ ଏହି ଆକ୍ରମଣ ଓମାନ ନିକଟରେ ହୋଇଛି। ସେଭଳି ଭାରତ ଏହି ଘଟଣାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାର ତୁରନ୍ତ ପରେ ଇରାନ ରାଷ୍ଟ୍ରଦୂତ ମହମ୍ମଦ ଫଥଅଲ୍ଲୀ ବୈଦେଶିକ ମନ୍ତ୍ରଣାଳୟରେ ପହଁଞ୍ଚିଥିଲେ।
ହର୍ମୁଜରେ ଇରାକରୁ ଅଏଲ ଟ୍ୟାଙ୍କର ନୋଇ ବାହାରୁଥିବା ଦୁଇ ଭାରତୀୟ ଜାହାଜ ଉପରେ ଆକ୍ରମଣ ଘଟଣାକୁ ଗମ୍ଭୀରତାର ସହ ନେଇଛି ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ। ଏଥିପାଇଁ ଇରାନ ରାଷ୍ଟ୍ରଦୂତଙ୍କୁ ସମନ ପଠାଇଛି। ସୁତ୍ର ଅନୁସାରେ, ବୈଦେଶିକ ମନ୍ତ୍ରଣାଳୟ ହୋର୍ମୁଜରେ ଭାରତୀୟ ଜାହାଜ ଉପରେ ଆକ୍ରମଣକୁ ନେଇ ଚିନ୍ତା ପ୍ରକାଶ କରିଛି। ଏହି ମାମଲାରେ ମନ୍ତ୍ରଣାଳୟ ଇରାନ ରାଷ୍ଟ୍ରଦୂତ ଡକ୍ଟର ମହମ୍ମଦ କଥଲିଙ୍କୁ ଜବାବ୍ ତଲବ କରି ଔପଚାରିକ ବିରୋଧ ପ୍ରକାଶ କରିଛି। ଜାହାଜର ଟ୍ୟାଙ୍କରରେ ପ୍ରାୟ ୨୦ ଲକ୍ଷ ବ୍ୟାରେଲ ତେଲ ଲଦା ହୋଇଥିଲା। ଘଟଣା ପରେ ସେଠାରେ ସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ହୋଇଛି।
ଏହି ତୈଳ ଟ୍ୟାଙ୍କର ହର୍ମୁଜ ପାଖ ଦେଇ ଯାଉଥିବା ବେଳେ ତା ଉପରେ ଫାୟାରିଂ ହୋଇଥିଲା। ତେବେ ଏପର୍ଯ୍ୟନ୍ତ କୌଣସି ବଡ଼ ଧରଣର କ୍ଷୟକ୍ଷତି ନେଇ ସୂଚନା ସାମନାକୁ ଆସିନାହିଁ। କୁହାଯାଉଛି ଇରାନରେ ଯୁଦ୍ଧ ଲାଗି ରହିଥିବା କନଫ୍ୟୁଜନ ସ୍ଥିତି ଲାଗି ରହିଛି। ଇରାନର ଅଲଗା ଅଲଗା ସେନା ଓ ୟୁନିଟ୍ ପରସ୍ପର ସହ ସମନ୍ବୟ ରକ୍ଷା କରି କାମ କରୁନଥିବାରୁ ଏଭଳି ଘଟଣା ଘଟିଛି। ଏହା ପୂର୍ବରୁ ଆମେରିକା ପକ୍ଷରୁ ମଧ୍ୟ ଏହି ଯୁଦ୍ଧରେ ନିଜ ଜାହଜ ଓ ସହଯୋଗୀଙ୍କ ଉପରେ ଭୁଲରେ ଫାୟାରିଂ ଘଟଣା ଘଟିସାରିଛି।
ଆହୁରି ପଢନ୍ତୁ : ବିଶ୍ୱ ପାଇଁ ବଡ଼ ବିପଦ ! ପରମାଣୁ ଅସ୍ତ୍ର ନିର୍ମାଣର ନିକଟତର ଇରାନ, ଟେନସନ୍ରେ ଟ୍ରମ୍ପ