ପ୍ରମୂଖ ଖବର
  • ୪ ଡିସମିଲ ଜାଗାରୁ କମ ଥିଲେ ଭୂମିହୀନ ଭାବେ ଗଣନା କରାଯିବ: ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ୱର : ଅତ୍ୟଧିକ ଗରମରୁ ATM ମେସିନ୍‌ରେ ଲାଗିଲା ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବରଗଡ଼ : ଚାଉଳ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ; ବେଆଇନ୍‌ ଚାଲାଣ ସନ୍ଦେହରେ ଥାନାରେ ଅଟକ
  • ||
  • ଅନୁଗୁଳ : ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଏନଟିପିସି ଓ କଣିହାଁ ବନ୍ଦ; ସନ୍ଧ୍ୟା ୬ଟା ଯାଏଁ ଚାଲିବ ଆନ୍ଦୋଳନ
  • ||
  • ତୁଟିବ ପୋଲାଭରମ୍ ବିବାଦ, ମେ ୨୮ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଭଉଁରି ଯାତ୍ରା ପାଇଁ କଡା ସୁରକ୍ଷା ବଳୟରେ ନରେନ୍ଦ୍ର ପୁଷ୍କରିଣୀ: ୧୧ ପ୍ଲାଟୁନ୍‌ ଫୋର୍ସ ମୁତୟନ, ଯାନବାହନ ଚଳାଚଳ ଉପରେ କଟକଣା
  • ||
  • ବରଗଡ଼ : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ସୈତାନ ବାପାକୁ ଆଜୀବନ ସଜା
  • ||
  • ଗଞ୍ଜାମ : ଗଉଞ୍ଜୁ ଗାଁରେ କାର୍ ପୋଡ଼ିଦେଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଆନ୍ଧ୍ରପ୍ରଦେଶ: କାର୍ ଭିତରେ ଖେଳୁଥିଲେ ୪ ଶିଶୁ, ଶ୍ଵାସରୁଦ୍ଧ ହୋଇ ଚାଲିଗଲା ଜୀବନ
  • ||
  • IPL 2025: ଏକାନ୍ନାରେ ମୁହାଁମୁହିଁ ହେବେ ସୁପରଜାଏଣ୍ଟ୍‌ସ - ସନ୍‌ରାଇଜର୍ସ, କର ବା ମର’ ସ୍ଥିତିରେ ପନ୍ତ ବାହିନୀ
  • ||
  • କଳାହାଣ୍ଡି : ନିମ୍ନମାନର ରାସ୍ତା ପାଇଁ ବାତେଲିମା ପଞ୍ଚାୟତବାସୀଙ୍କ ରାସ୍ତା ଅବରୋଧ, ୭ ଘଣ୍ଟା ପରେ ସ୍ୱାଭାବିକ ହେଲା ଯାତାୟାତ
  • ||
  • ବଢ଼ିପାରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ, ଉଚ୍ଚଶିକ୍ଷା ବିଭାଗକୁ ୧ ବର୍ଷ ଅବଧି ବୃଦ୍ଧି ପାଇଁ ସୁପାରିସ
  • ||
  • ଭଦ୍ରକ : ସ୍ତ୍ରୀକୁ ପିଟି ପିଟି ମାରିଦେଲା ସୈତାନ ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • ଆମେରିକା ପୂର୍ବତନ ରାଷ୍ଟ୍ରପତିଙ୍କୁ ପ୍ରୋଷ୍ଟେଟ୍ କ୍ୟାନସର, ହାରିସ୍‌ କହିଲେ ସେ ଫାଇଟର ହାରିବେନି
  • ||
  • କେନ୍ଦୁଝର : ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • କଟକ : କାଠଯୋଡିରେ ୨ଯୁବ ଇଞ୍ଜିନିୟର ବୁଡିଯିବା ଘଟଣା, ଉଦ୍ଧାର ହେଲା ଆଉ ଜଣଙ୍କ ମୃତଦେହ
  • ||
  • ଅଶୋକନଗର ନୂଆ କାର୍ଯ୍ୟାଳୟରେ ବସିଲା ଜନତା ଦରବାର, ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
  • ||
  • ସମ୍ୱଲପୁର : ମଜୁରିଆପଡ଼ାରେ ହାତୀ ଆକ୍ରମଣରେ ବୃଦ୍ଧ ମୃତ, ତଦନ୍ତ କରୁଛି ବନବିଭାଗ
  • ||
  • ରାଜ୍ୟରେ କମିବ ତାତି, ନାକେଦମ୍ କରିବ ଭୀଷଣ ଗୁଳୁଗୁଳି: ଆସନ୍ତା ସପ୍ତାହରେ ଦୁଇଟି ଲଘୁଚାପ ସମ୍ଭାବନା
  • ||

ପାକିସ୍ତାନୀ ହ୍ୟାକର୍ସଙ୍କ ଟାର୍ଗେଟରେ ଭାରତୀୟ,ପିଡିଏଫ୍‌ ଫାଇଲ୍‌ ପଠାଇ କରୁଛନ୍ତି ଠକେଇ

Published By : Prameya | May 5, 2025 8:20 AM

ନୂଆଦିଲ୍ଲୀ ୦୫/୦୫: ପହଲ୍‌ଗାମ ଆତଙ୍କି ଆକ୍ରମଣ ଘଟଣା ପରେ ଏବେ ଆହୁରି ସକ୍ରିୟ ହୋଇ ଉଠିଛନ୍ତି ପାକିସ୍ତାନୀ ହ୍ୟାକର୍ସ । ସାଇବର ଆକ୍ରମଣ ଜରିଆରେ ଭାରତୀୟ ୟୁଜରଙ୍କୁ ସେମାନେ ଟାର୍ଗେଟ କରୁଛନ୍ତି । ଲୋକଙ୍କୁ ଅନ୍‌ଲାଇନ ଠକେଇ ଜାଲରେ ଫସାଇବା ଲକ୍ଷ୍ୟରେ ଏଭଳି ଟାର୍ଗେଟ କରାଯାଉଛି । କମ୍ପ୍ୟୁଟର, ଲ୍ୟାପଟପ୍‌ ଏବଂ ଫୋନ ଗୁଡ଼ିକୁ ଏହି ହ୍ୟାକର୍ସ ଟାର୍ଗେଟ କରୁଛନ୍ତି । ମିଡିଆ ରିପୋର୍ଟ ମୁତାବକ, ଟ୍ରାନ୍ସପରେଣ୍ଟ ଟ୍ରାଇବ ନାମକ ପାକିସ୍ତାନି ହ୍ୟାକର୍ସ ଗ୍ରୁପ କ୍ରିମସନ ର‌୍ୟାଟ ନାମକ ମାଲ୍‌ୱେୟାରକୁ ପ୍ରସାର କରି ଲୋକଙ୍କୁ ସମସ୍ୟାରେ ପକାଇବାକୁ ଜୋରଦାର ଉଦ୍ୟମ କରୁଛି । ସରକାରୀ ଫାଇଲ୍‌ ଭଳି ଅବିକଳ ଦେଖାଯାଉଥିବା ପିଡିଏଫ୍‌ ଫାଇଲ ଏହି ହ୍ୟାକର ମାନେ ପଠାଉଛନ୍ତି । ଏଥିରେ ଫିସିଂ ଲିଙ୍କ୍‌ ରହୁଛି ।

ପହଲଗାମ ଆତଙ୍କି ଆକ୍ରମଣ ଅପ୍‌ଡେଟ୍‌ ଶୀର୍ଷକ ଏହି ଫାଇଲ ଲୋକଙ୍କ ନିକଟକୁ ପଠାଯାଉଛି । ଏହି ଫାଇଲ ଖୋଲିବା ପରେ ସିଷ୍ଟମରୁ ଜରୁରୀ ସୂଚନା ହ୍ୟାକର୍ସ ଚୋରି କରି ନେଉଛନ୍ତି । ଏଥିରେ ପାସୱାର୍ଡ, ବ୍ୟାଙ୍କ ନେଣଦେଣ ଭଳି ଜରୁରୀ ସୂଚନା ସାମିଲ ରହିଛି । ହ୍ୟାକର୍ସ ସନ୍ଦିଗ୍ଧ ସଫ୍ଟୱେର ବ୍ୟବହାର କରି ଭାଇରସ, ୱାର୍ମ, ଟ୍ରୋଜାନ ଏବଂ ରାନସମୱେର ଛାଡୁଛନ୍ତି । ଫୋନ, ଲ୍ୟାପଟପ୍‌ ଏବଂ କମ୍ପ୍ୟୁଟର ଗୁଡ଼ିକୁ ଅକାମୀ କରି ଫାଇଦା ନେବା ସେମାନଙ୍କ ଲକ୍ଷ୍ୟ ରହୁଛି । ଫିସିଙ୍ଗ ଆଟାକ ସାଇବର ଆକ୍ରମଣ ଦୁନିଆରେ ଠକାମିରେ ସବୁଠାରୁ ବେଶି ମାତ୍ରାରେ ବ୍ୟବହାର ହେଉଛି । ଏହା ଦ୍ୱାରା ସାଇବର ଅପରାଧୀ ମାନେ ୟୁଜରଙ୍କ ପାସୱାର୍ଡ ଏବଂ କ୍ରେଡିଟ କାର୍ଡ ନମ୍ବର ଭଳି ସୂଚନା ଚୋରାଇ ନେଉଛନ୍ତି । ଅନ୍ୟ ପଟେ ପାସୱାର୍ଡ ଆଟାକ ଭଳି ଟୁଲ ବ୍ୟବହାର କରି ସଫ୍ଟୱେର ଜରିଆରେ ପାସୱାର୍ଡ ଚୋରି କରି ସିଷ୍ଟମକୁ ଆକାମୀ କରାଯାଉଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି । 

ସନ୍ଦିଗ୍ଧ ଇମେଲ କିମ୍ବା ଏସ୍‌ଏମ୍‌ଏସ୍‌ ଜରିଆରେ ଅନଲାଇନ ଠକେଇ କରୁଛନ୍ତି ସାଇବର ଅପରାଧି । ଲଟେରୀ, ଇମେଲ, ବ୍ୟାଙ୍କ ଆକାଉଣ୍ଟ ଅପଡେଟ କରାଇବା ବାହାନାରେ ମଧ୍ୟ ସେମାନେ ଲୋକଙ୍କୁ ସମସ୍ୟେରେ ପକାଉଛନ୍ତି । ଏଭଳି ସ୍ଥିତିରେ ସାଇବର ଆକ୍ରମଣକାରୀଙ୍କ ଠାରୁ ବର୍ତ୍ତିବାକୁ ହେଲେ ଜରୁରୀ ଡାଟାର ବ୍ୟାକଅପ ବନାଇବା ଆବଶ୍ୟକ । ସୋସିଆଲ ସାଇଟ୍ସ, ନେଟ୍‌ ବ୍ୟାଙ୍କିଙ୍କ ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଭିନ୍ନ ଭିନ୍ନ ଷ୍ଟ୍ରଙ୍ଗ ପାସୱାର୍ଡ ବ୍ୟବହାର କରନ୍ତୁ । ପାସୱାର୍ଡକୁ ବିଭିନ୍ନ ସମୟରେ ବଦଳାଇବା ମଧ୍ୟ ଆବଶ୍ୟକ । ପବ୍ଲିକ ପ୍ଲେସରେ ନିଜ ଫୋନକୁ ୱାଇଫାଇରେ ସଂଯୋଗ କରିବାଠାରୁ ଦୂରେଇ ରୁହନ୍ତୁ । ୱାଇଫାଇରେ ବ୍ୟାଙ୍କିଙ୍ଗ ସହ ଜଡ଼ିତ କୌଣସି କାମ କରନ୍ତୁ ନାହିଁ । କୌଣସି ସନ୍ଦିଗ୍ଧ ଇମେଲ, ମେସେଜ, ଫୋନ ଏବଂ ଭିଡିଓକଲର ଜବାବ ଦିଅନ୍ତୁ ନାହିଁ । ବ୍ରାଉଜର, ଅପରେଟିଂ ସିଷ୍ଟମ ଏବଂ ସଫ୍ଟୱେରକୁ ନିରନ୍ତର ଭିତ୍ତିରେ ଅପଡେଟ କରନ୍ତୁ । ଅଜଣା ଏବଂ ଭରସା ପାଉନ ଥିବା ଲିଙ୍କ୍‌ ଉପରେ କ୍ଲିକ୍‌ କରିବା ଠାରୁ ଦୂରେଇ ରୁହନ୍ତୁ ।

ଡିଭାଇସରେ ଆଣ୍ଟି ଭାଇରସ ସଫ୍ଟୱେର, ଯାଞ୍ଚ ହୋଇ ନ ଥିବା ଆପ୍‌ ଡାଉନଲୋଡରୁ ବର୍ତ୍ତିବା, ଭର୍ଚୁଆଲ ପ୍ରାଇଭେଟ ନେଟୱର୍କ ବ୍ୟବହାର, ଟୁ ଫାକ୍ଟର ଅଥେଣ୍ଟିକେସନ ଭଳି ଦିଗ ଗୁଡ଼ିକୁ ଧ୍ୟାନରେ ରଖନ୍ତୁ । ମେ ପହିଲାରେ ଆସିଥିବା ଏକ ରିପୋର୍ଟ ମୁତାବକ, ପାକିସ୍ତାନି ସାଇବର ହ୍ୟାକର୍ସ ମାନେ ଭାରତୀୟ ସରକାରୀ ସଂସ୍ଥା ଏବଂ ଅଫିସ ଗୁଡ଼ିକୁ ଟାର୍ଗେଟ କରୁଛନ୍ତି । ଅଦ୍ୟାବଧି ୧୦ ଲକ୍ଷରୁ ଉଦ୍ଧ୍ୱର୍ ସାଇବାର ଆଟାକ ଏମାନଙ୍କ ଦ୍ୱାରା ହୋଇଥିବା ଆକଳନ କରାଯାଇଛି । ଏମାନଙ୍କ ଟାର୍ଗେଟରେ ପ୍ରତିରକ୍ଷା, ଶିକ୍ଷା, ଟେଲିକମ, ପରିବହନ ଭଳି କ୍ଷେତ୍ର ସାମିଲ ରହିଛି । ଅଧିକାଂଶ ସାଇବର ଆକ୍ରମଣ ପାକିସ୍ତାନ ସହ ଜଡ଼ିତ ରହିଛି । ଅନ୍ୟ ପଟେ ବାଂଲାଦେଶ, ମରୋକା ଏବଂ ମଧ୍ୟ ପ୍ରାଚ୍ୟ ଦେଶ ଗୁଡ଼ିକରୁ ମଧ୍ୟ ଭାରତ ଉପରେ ସାଇବର ଆକ୍ରମଣ ହେଉଛି । ଜାତୀୟ ସୁରକ୍ଷାକୁ ବାଧାପ୍ରାପ୍ତ କରିବାକୁ ଏମାନେ ଏଭଳି କାଣ୍ଡ ଭିଆଉଛନ୍ତି । ମେ ପହିଲାରେ ଏମାନେ ଆର୍ମି ସ୍କୁଲ ଏବଂ ଏୟାରଫୋର୍ସ ୱେବସାଇଟ ହ୍ୟାକ କରିବାକୁ ଚେଷ୍ଟା କରିଥିଲେ । ୨୮ ଏପ୍ରିଲ ପରଠୁ ହ୍ୟାକିଂ ଘଟଣା ବୃଦ୍ଧି ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.