ନୂଆଦିଲ୍ଲୀ,୧୩।୧୨: ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପର ତିନୋଟି ରାଜ୍ୟରେ ଭୟଙ୍କର ବନ୍ୟା ଏବଂ ଭୂସ୍ଖଳନ ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୧୦୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧୮ ନିକୋଜ ଅଛନ୍ତି। ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା (BNPB) ଶନିବାର ଆନୁଷ୍ଠାନିକ ଭାବରେ ଏହା ଘୋଷଣା କରିଛି।

ବିଏନ୍ପିବି ଅନୁଯାୟୀ, ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ବ୍ୟାପକ ଧନ ଜୀବନ କ୍ଷୟକ୍ଷତି ହୋଇଛି। ହଜାର ହଜାର ଲୋକ ବାସହୀନ ହୋଇଛନ୍ତି ଏବଂ ଅନେକ ଅଞ୍ଚଳ ସମ୍ପୂର୍ଣ୍ଣ ଧ୍ୱଂସ ପାଇଛି। ପ୍ରାୟ ୧୨୦୦ ସାର୍ବଜନୀନ ସ୍ଥାନ କ୍ଷତିଗ୍ରସ୍ତ ହୋଇଛି। ଯେଉଁଥିରେ ୨୧୯ ସ୍ୱାସ୍ଥ୍ୟ ସୁବିଧା, ୫୮୧ ଶିକ୍ଷାନୁଷ୍ଠାନ, ୪୩୪ ପୂଜା ଏବଂ ପ୍ରାର୍ଥନା ସ୍ଥଳ, ୨୯୦ କାର୍ଯ୍ୟାଳୟ ଭବନ ଏବଂ ୧୪୫ ବ୍ରିଜ୍ ଅନ୍ତର୍ଭୁକ୍ତ। ଏହା ଯୋଗୁଁ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟକୁ ମଧ୍ୟ ବାଧାପ୍ରାପ୍ତ ହୋଇଛି।

ବିଏନ୍ପବିର ଡାଟା ଏବଂ ସୂଚନା କେନ୍ଦ୍ରର ମୁଖ୍ୟ ଅବଦୁଲ ମୁହାରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି , ପ୍ରଭାବିତ ଅଞ୍ଚଳରେ ସବ୍-ଡିଷ୍ଟ୍ରିକ୍ଟ ସ୍ତରରେ ଡାଟା ଯାଞ୍ଚ କରାଯାଉଛି। ସିଭିଲ୍ ରେକର୍ଡ ସହିତ କ୍ରସ୍-ରେଫରେନ୍ସିଂ କରି ମୃତ ଏବଂ ନିଖୋଜଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଚାଲିଛି। ଅନେକ ଜିଲ୍ଲାରେ ଯାଞ୍ଚ ପ୍ରକ୍ରିୟା ଏବେ ବି ଜାରି ରହିଛି, ଆଗକୁ ଚୂଡ଼ାନ୍ତ ସଂଖ୍ୟାରେ ପରିବର୍ତ୍ତନ ହୋଇପାରେ।

ଏହି ସମୟରେ, ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିଆଣ୍ଟୋ ବିପର୍ଯ୍ୟୟ ପ୍ରଭାବିତ ଆଚେ ପ୍ରଦେଶ ଗସ୍ତ କରି ପରିସ୍ଥିତି ସମୀକ୍ଷା କରିଛନ୍ତି। ରାଷ୍ଟ୍ରପତି ପ୍ରଭାବିତ ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସରକାର ସେମାନଙ୍କର ସମସ୍ତ ମୌଳିକ ଆବଶ୍ୟକତା ପୂରଣ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ସେ କହିଛନ୍ତି, ଏକତ୍ରିତ ଭାବରେ, ଆମେ ଏହି ପରିସ୍ଥିତିକୁ ଦୂର କରିବୁ। ସରକାର ପ୍ରତ୍ୟେକ ସ୍ତରରେ ସହାୟତା ଯୋଗାଇବ ଏବଂ ପ୍ରଭାବିତଙ୍କ ସହିତ ଠିଆ ହେବ।’ ପୁନରୁଦ୍ଧାର ପ୍ରକ୍ରିୟା ସମୟରେ ଧର୍ଯ୍ୟ ଏବଂ ସାହସୀ ରହିବାକୁ ରାଷ୍ଟ୍ରପତି ସୁବିୟାଣ୍ଟୋ ନାଗରିକମାନଙ୍କୁ ନିବେଦନ କରିଛନ୍ତି।

ଆହୁରି ପଢନ୍ତୁ :୨୪ ଘଣ୍ଟାରେ ୟୁକ୍ରେନ୍‌ର ପାଲଟା ଆକ୍ରମଣ: ମିସାଇଲ ମାଡ଼ର ନେଲା ପ୍ରତିଶୋଧ, ରୁଷ ଉପରକୁ କଲା ଡ୍ରୋନ୍ ହମଲା