ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଆନ୍ତର୍ଜାତିକ ଶ୍ରମିକ ଦିବସ : ଡିଜିଟାଲ୍‌ ଶ୍ରମିକଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ହେଉ

Published By : Rasmita Pradhan | May 1, 2025 9:15 AM

ଭୁବନେଶ୍ୱର, ୦୧/୦୫ : ଶ୍ରମିକ କହିଲେ ଆମ ମନକୁ ବାଲି ସିମେଣ୍ଟ କାମ କରୁଥିବା ବ୍ୟକ୍ତିର ଚେହେରା ସାମ୍ନାକୁ ଆସିଯାଏ ଯେଉଁମାନଙ୍କୁ କୁହାଯାଏ ଅଣସଂଗଠିତ ଶ୍ରମିକ । ଯେଉଁଦିନ କାମକୁ ଯିବେ ସେଦିନ ଟଙ୍କା ପାଇବେ ନ ହେଲେ ନାହିଁ । ନା ସେମାନଙ୍କର କୌଣସି କାର୍ଯ୍ୟରେ ବାଧକତା ଥାଏ ନା ସେମାନଙ୍କ ପାଇଁ କୌଣସି ସ୍ୱାସ୍ଥ୍ୟ ବୀମା । ଦ୍ରୁତ ପ୍ରଯୁକ୍ତିବିଦ୍ୟା ଓ ଅନଲାଇନ୍‌ ଯୁଗରେ ଉଭା ହୋଇଛନ୍ତି ଡିଜିଟାଲ୍‌ ଶ୍ରମିକ । ଖାଦ୍ୟ ପହଞ୍ଚାଇବାଠାରୁ ଆରମ୍ଭ କରି ଘରେ ଅସଜଡ଼ା ହୋଇ ପଡ଼ିଥିବା ଯନ୍ତ୍ରପାତି ସଜାଡ଼ିବା ପର୍ଯ୍ୟନ୍ତ ସବୁ କିଛି ଆସି କରିଦେଉଛନ୍ତି ଏହି ଡିଜିଟାଲ୍‌ ଶ୍ରମିକମାନେ । ମୋବାଇଲ୍‌ର ଗୋଟିଏ କ୍ଲିକ୍‌ରେ ସବୁ କିଛି ଆସି ଘରେ ପହଞ୍ଚୁଛି । 

ଆଜି ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ ହେଉଥିବାବେଳେ ଏହି ଡିଜିଟାଲ୍‌ ଶ୍ରମିକମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା କରିବାକୁ ଦାବି ଉଠିଛି । ବିଶେଷକରି ଡିଜିଟାଲ୍‌ କାର୍ଯ୍ୟ କରୁଥିବା ଏହି ଶ୍ରମିକମାନଙ୍କୁ ‘ଗିଗ୍‌ ୱାର୍କର୍‌’ କୁହାଯାଉଛି । ଏହି ଶ୍ରମିକମାନେ ହେଲେ ଘରକୁ ଘର ଖାଦ୍ୟ ଯୋଗାଉଥିବା ଫୁଡ୍‌ ଡେଲିଭରି ବୟ, କ୍ୟାବ୍‌ ଚାଳକ ଭଳି ଅନ୍‌ଲାଇନ୍‌ରେ ଲୋକମାନଙ୍କୁ ବିଭିନ୍ନ ସୁବିଧା ଯୋଗାଉଥିବା ଶ୍ରମିକ । ସବୁଠାରୁ ବଡ଼ କଥା ହେଲା ଆମ ଦେଶ ତଥା ରାଜ୍ୟରେ ଏହି ଶ୍ରମିକମାନଙ୍କର ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଅନ୍‌ଲାଇନ୍‌ରେ ଲୋକମାନଙ୍କୁ ସୁବିଧା ଯୋଗାଉଥିବା ଏହି ଶ୍ରମିକମାନଙ୍କର ନିର୍ଦ୍ଦିଷ୍ଟ ଭାବେ କୌଣସି ଦରମା ନଥାଏ । ଯିଏ ଯେତେ ଘଣ୍ଟା କାମ କରିବେ ସେହି ଅନୁଯାୟୀ ପାରିଶ୍ରମିକ ପାଇବେ । ଯେତେବେଳେ ନିଜ ଆପ୍‌କୁ ଅନ୍‌ କରିବେ ସେତେବେଳେ ତାଙ୍କର ବେପାର ହେବ । ଯେତେବେଳେ ଅଫ୍‌ କରିଦେବେ ସେତେବେଳେ ବନ୍ଦ ହୋଇଯିବ । ଏହି ଶ୍ରମିକମାନଙ୍କ କ୍ଷେତ୍ରରେ କ୍ୱାଲିଟିଠାରୁ ବେଶି କ୍ୱାଣ୍ଟିଟି ଉପରେ ଅଧିକ ଧ୍ୟନ ଦିଆଯାଇଥାଏ । 

ଯେଉଁମାନେ ଟେକ୍‌ନୋଲୋଜି ସହିତ ଜଡ଼ିତ ନୁହନ୍ତି ସେମାନଙ୍କ ପାଇଁ ଏହି କାମ କରିବା ବଡ଼ କଷ୍ଟକର ବ୍ୟାପାର । ଏହି ଶ୍ରମିକମାନଙ୍କର ସ୍ୱାସ୍ଥ୍ୟଗତ ବୀମା ନଥାଏ । ଫଳରେ ସେମାନେ ବହୁଳମାତ୍ରା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏକ ଘରୋଇ ସଂସ୍ଥାରେ କମ କରୁଥିବା ପ୍ରକାଶ ବିଶ୍ୱାଳ କହନ୍ତି, ରାଜମିସ୍ତ୍ରୀ ଭାବେ କାମ କରୁଥିବା ଲୋକଙ୍କର ସୁବିଧା ଯାହା ଆମର ବି ସେଇଆ । କେବଳ ଏତିକି ଫରକ ଆମେ ସବୁ କାମ ଅନ୍‌ଲାଇନ୍‌ରେ କରୁଛୁ । ଯେଉଁଦିନ ଖଟିବୁ ସେଇଦିନ ଖାଇବୁ । ଆମର ଦେହ ଖରାପ ହେଲେ କେହି ବୁଝିବାର ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.