ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ପରିବାରର ପିଲର ପୁରୁଷ, ଦୁଃଖ ଭୁଲି ଦାୟିତ୍ବ ତୁଲାନ୍ତି

Published By : Ankita S | November 19, 2024 9:17 AM

ନୂଆଦିଲ୍ଲୀ,୧୮/୧୧: ପରିବାରର ପିଲର ପରି ହୋଇଥାନ୍ତି ପୁରୁଷ । ଘରର ଦାୟିତ୍ବ ନିଅନ୍ତି ପରିବାର ସାହାର ହୋଇଥାନ୍ତି ।  ଧୈର୍ଯ୍ୟବାନ ହୋଇଥାନ୍ତି ବିଚଳିତ ହୁଅନ୍ତି ନାହିଁ । ପରିବାର ଖୁସି ପାଇଁ ସେମାନ ବଳିଦାନ ଦେଇଥାନ୍ତି । କେବେ ଜଣେ ବାପା, ଭାଇ, ସ୍ବାମୀ ତ ପୁଣି କେବେ ଜଣ ଭଲ ବନ୍ଧୁ ହୋଇଥାନ୍ତି । ଦୁଃଖ କଷ୍ଟ ଭୁଲି ନିଜର ଦାୟିତ୍ବ ତୁଲାଇଥାନ୍ତି । ୩୬୫ ଦିନରୁ ଆଜି ଗୋଟିଏ ଦିନ ସେମାନଙ୍କ ପାଇଁ ରହିଛି । ଆଜି ଅନ୍ତର୍ଜାତୀୟ ପୁରୁଷ ଦିବସ । ସମାଜ, ପରିବାର ଓ ସମୂଦାୟରେ ପୁରୁଷଙ୍କ ଅମୂଲ୍ୟ ଯୋଗଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ନଭେମ୍ବର ୧୯ ତାରିଖକୁ ଅନ୍ତର୍ଜାତୀୟ ପୁରୁଷ ଦିବସ ଭାବରେ ପାଳନ କରାଯାଏ । ପୁରୁଷ ଏବଂ ଯୁବକଙ୍କ ଜୀବନ, ଉପଲବ୍ଧି ଏବଂ ଭୂମିକାକୁ ପରିଚିତ କରାଇବା ଏହି ଦିନର ଉଦ୍ଦେଶ୍ୟ ।

ଅନ୍ତର୍ଜାତୀୟ ପୁରୁଷ ଦିବସ ୨୦୨୪ର ବିଷୟବସ୍ତୁ- ପ୍ରତିବର୍ଷ ନଭେମ୍ବର ୧୯ ତାରିଖକୁ ପୁରୁଷଙ୍କ ପାଇଁ ସମର୍ପିତ କରାଯାଇଥାଏ । ଚଳିତ ବର୍ଷ ଏହି ଦିନର ଥିମ୍ ବା ବିଷୟବସ୍ତୁ ପୁରୁଷଙ୍କ ମାନସିକ ସ୍ବାସ୍ଥ୍ୟ ବିଷୟରେ ଆଲୋଚନା କରିବା ସହ ସେମାନଙ୍କ ପାଇଁ ଏକ ସାକାରତ୍ମକ ବାତାବରଣ ସୃଷ୍ଟି କରିବା । ଏହି ଦିନ ଅନେକ ସଚେତନତା କାର୍ଯ୍ୟକ୍ରମ ହୋଇଥାଏ ।

ଅନ୍ତର୍ଜାତୀୟ ପୁରୁଷ ଦିବସର ଇତିହାସ- ଆଜିକାଲି ମହିଳାମାନଙ୍କୁ ସମାନ ଅଧିକାର ଏବଂ ସମ୍ମାନ ପ୍ରଦାନ ପାଇଁ ଅନେକ ପ୍ରୟାସ କରାଯାଉଛି । ସମାଜ ଓ ଜାତିର ବିକାଶ କେବଳ ମହିଳା କିମ୍ବା ପୁରୁଷଙ୍କ ଉପରେ ନିର୍ଭର କରେ ନାହିଁ । ଏ ନେଇ ଉଭୟ ପୁରୁଷ ଏବଂ ମହିଳାଙ୍କ ଅବଦାନର ଆବଶ୍ଯକତା ରହିଛି । ୧୯୯୯ରୁ ପ୍ରଥମେ ପୁରୁଷ ଦିବସ ପାଳନ ହୋଇଥିଲା । ୱେଷ୍ଟଇଣ୍ଡିଜ ବିଶ୍ବ ବିଦ୍ୟାଳୟ ଇତିହାସ ପ୍ରଫେସର ଡକ୍ତର ଜେରୋମ ତିଲକସିଂହଙ୍କ ପ୍ରଚେଷ୍ଟାରେ ଏହି ଦିନ ଆରମ୍ଭ ହୋଇଥିଲା । ତାଙ୍କ ବାପାଙ୍କ ଜନ୍ମଦିନ ଅବସରରେ ପ୍ରଫେସର ଏହି ଦିନ ପାଳନ କରିଥିଲେ । ସେ ପୁରୁଷମାନଙ୍କୁ ନେଇ ପ୍ରସଙ୍ଗ ଉଠାଇବାକୁ ଉତ୍ସାହିତ କରିଥିଲେ । ୨୦୦୭ ନଭେମ୍ବର ୧୯ରେ ଅନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରାଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.