ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ରଣଭୂମିରୁ ନେଇ ଆକାଶକୁ ଛୁଇଁବା ଯାଏ, ମିଶାଲ ଭାରତର ଏହି ବିରାଙ୍ଗନା

Published By : Ankita S | March 8, 2025 2:44 PM

ନୂଆଦିଲ୍ଲୀ,୦୮/୦୩ : ନାରୀ ସେ ଅପରାଜିତା ଜଗତଜିତା । ଜୀବନ ନୌକାର ନାଉରୀ । ସେ ସ୍ଥିର ଜଳରାଶିରେ ଆଙ୍କିପାରେ ନିଜ ଭାଗ୍ୟରେଖା । ସେ ଅଟକିବା ଜାଣେ ନାହିଁ । ଆକାଶରେ ଉଡିଛି ପରିବାର ବୋଝ ସମ୍ଭାଳିଛି । ସେ ଅନନ୍ୟା । ସମାଜର ସବୁ ବିଭାଗରେ ନାରୀର ସ୍ବତନ୍ତ୍ର ସ୍ଥାନ ରହିଛି । ସବୁ କ୍ଷେତ୍ରରେ ପୁରୁଷଙ୍କ ସମକକ୍ଷ ନାରୀ । ରଣଭୂମିରୁ ନେଇ ଆକାଶକୁ ଛୁଇଁବା ଯାଏ ଭାରତର ମିଶାଲ ପାଲଟିଛନ୍ତି କିଛି ବିରଙ୍ଗନା । ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜାଣନ୍ତୁ ସେହି ବିରାଙ୍ଗନାଙ୍କ ବିଷୟରେ ।

ସରୋଜୀନି ନାଇଡୁ-  ଭାରତର ଏହି ମହାନ ଧରିତ୍ରୀ ସର୍ବଦା ବୀର, ସାହସୀ ଏବଂ ପ୍ରେରଣାଦାୟୀ ମହିଳାଙ୍କୁ ଜନ୍ମ ଦେଇଛି । ଯିଏ ସେମାନଙ୍କ ସାହସ, ସଂକଳ୍ପ ଏବଂ ବଳିଦାନରେ ଇତିହାସ ରଚିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସରୋଜୀନି ନାଇଡୁ । ତାଙ୍କୁ ଭାରତର କୋକିଳା କୁହାଯାଏ । ସେ ଜଣେ ସ୍ବାଧୀନତା ସଂଗ୍ରାମୀ । ତାଙ୍କ କବିତାରେ ଦେଶଭକ୍ତି ଜାଗ୍ରତ ହୁଏ । ରାଷ୍ଟ୍ରୀୟ କଂଗ୍ରେସର ପ୍ରଥମ ମହିଳା ଅଧ୍ୟକ୍ଷା ଥିଲେ । ତାଙ୍କର ସାହସ ଓ ବୁଦ୍ଧିମତାରେ ମହିଳାଙ୍କୁ ନେତୃତ୍ବର ରାସ୍ତା ଦେଖାଇଥିଲେ ।


କସ୍ତୁରବା ଗାନ୍ଧୀ-  ମହାତ୍ମା ଗାନ୍ଧୀଙ୍କ ପତ୍ନୀ କସ୍ତୁରବା ଗାନ୍ଧୀ ସ୍ବଧୀନତା ସଂଗ୍ରାମରେ ପଛରେ ରହି ମହତ୍ତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ । ଗାନ୍ଧିଜୀ ଦିନେ କହିଥିଲେ 'ବା'ଙ୍କ ଦୃଢତା ତାଙ୍କଠୁ ବି ଅଧିକ ଥିଲା । ଇଂରେଜ ବିରୋଧରେ ସେ ଆନ୍ଦୋଳନରେ ସାମିଲ ହୋଇଥିଲେ। ଜେଲ ବି ଯାଇଥିଲେ । ତାଙ୍କର ସାହସ ଆଜି ବି ମହିଳାଙ୍କୁ ପ୍ରେରଣା ଦିଏ ।

ରାଣୀ ଲକ୍ଷ୍ମୀବାଈ- ଝାନ୍ସୀ ରାଣୀ ଲକ୍ଷ୍ମୀବାଈ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମୀ ଥିଲେ । ଯେବେ ଇଂରେଜୀ ଝାନ୍ସୀ କବଜା କରିବାକୁ ଚେଷ୍ଟା କରିଥିଲେ ସେବେ ଲକ୍ଷ୍ମୀବାଈ ତାଙ୍କ ପୁଅକୁ ପିଠିରେ ରଖି ଲଢେଇ କରିଥିଲେ । ''ଖୁବ ଲଢି ମର୍ଦାନୀ,ଔହ ତୋ ଝାନ୍ସୀ ୱାଲି ରାନୀ ଥି'' ଏହି ପଂକ୍ତି ତାଙ୍କ ବୀରତ୍ବର ଜୀବନ୍ତ ପ୍ରମାଣ ।

ଅଧିକ ପଢନ୍ତୁ...International Women's Day: ସେ ସୃଷ୍ଟି ସେ ସମ୍ଭାବନା, 'ନାରୀ' ଶକ୍ତିର ଅପୂର୍ବ ଅଭ୍ୟୁଦୟ

କଳ୍ପନା ଚାୱଲା- ଭାରତର ପ୍ରଥମ ମହାକାଶଚାରୀ ମହିଳା କଳ୍ପନା ଚାୱାଲା । ଯିଏ ନାସା ପାଇଁ କାମ କରିଛନ୍ତି । ୨୦୦୩ରେ କୋଲମ୍ବିଆ ମହାକାଶ ଯାନ ଦୁର୍ଘଟଣାରେ ତାଙ୍କର ନିଧନ ହୋଇଥିଲା । ତାଙ୍କ ଯୋଗଦାନ ଆଜି ବି ପ୍ରେରଣା ଦିଏ ।

ସାବିତ୍ରୀବାଈ ଫୁଲେ- ମହିଳାଙ୍କ ଶିକ୍ଷା ପାଇଁ କ୍ରାନ୍ତିକାରୀ ପଦକ୍ଷେପ ନେଇଥିଲେ ସାବିତ୍ରୀବାଈ ଫୁଲେ । ସ୍ବାମୀଙ୍କ ସହ ମିଶି ପ୍ରଥମ ମହିଳା ସ୍କୁଲ ଖୋଲିଥିଲେ । ସମାଜିତ କୁପ୍ରଥା ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ । ତାଙ୍କର ସାହସ ଭାରତୀୟ ସମାଜରେ ମହିଳାଙ୍କ ସ୍ଥିତି ବଦଳେଇବା ଦିଗରେ ଭୂମିକା ଗ୍ରହଣ କରିଥିଲେ ।

ନୀରଜା ଭନୋଟ- ୧୯୮୬ ସେପ୍ଟେମ୍ବର ୫ ତାରିଖରେ ପ୍ୟାନ ଏଏମ୍ ଫ୍ଲାଇଟ୍ ୭୩ ହାଇଜାକ୍ ହୋଇଥିଲା । ନୀରଜା ଜଣେ ଏୟାରହେଷ୍ଟେସ୍ ଥିଲେ । ହାଇଜାକ ହୋଇଥିବା ପ୍ଲେନରେ ଥିବା ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରି ଆତଙ୍କୀଙ୍କ ଗୁଳିରେ ଜୀବନ ଦେଇଥିଲେ ନୀରଜା ଭନୋଟ । ତାଙ୍କୁ ମାତ୍ର ୨୨ ବର୍ଷ ବୟସ ହୋଇଥିଲା । ୩୬୦ ଯାତ୍ରୀଙ୍କର ଜୀବନ ବଞ୍ଚାଇଥିଲେ ନୀରଜା । ତାଙ୍କର ଏହି ବଳିଦାନ ପାଇଁ ଆମେରିକା ସରକାର ତାଙ୍କୁ ସମ୍ମାନିତ କରିଥିଲେ ।

ଭିକାଜୀ କାମା- ବିଦେଶରେ ରହି ଭାରତ ପାଇଁ ସ୍ବାଧୀନତା ସଂଗ୍ରାମରେ ଲଢେଇ କରିଥିଲେ । ୧୯୦୭ରେ ଜର୍ମାନୀରେ ଅନ୍ତରାଷ୍ଟ୍ରୀୟ ସମାଜବାଦୀ ସମ୍ମେଳନରେ ଭାରତର ପ୍ରଥମ ତ୍ରିରଙ୍ଗା ଉଡାଇଥିଲେ । ଇଂରେଜ ଶାସନ ବିରୋଧରେ ସ୍ବରକୁ ଶାଣିତ କରିଥିଲେ । ତାଙ୍କ ସାହସ, ନିର୍ଭିକତା ମହିଳାଙ୍କୁ ଶକ୍ତି ଦେଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.