ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

International Women's Day: ସେ ସୃଷ୍ଟି ସେ ସମ୍ଭାବନା, 'ନାରୀ' ଶକ୍ତିର ଅପୂର୍ବ ଅଭ୍ୟୁଦୟ

Published By : Ankita S | March 8, 2025 8:06 AM

ନୂଆଦିଲ୍ଲୀ,୦୮/୦୩ : ଯିଏ ଦୁନିଆ ଦେଖାଏ ସେ ନାରୀ । ଜନ୍ମ କରିବାକୁ ମା' ଦରକାର । ରାକ୍ଷୀ ବାନ୍ଧିବାକୁ ଭଉଣୀଟିଏ ଦରକାର । କୋଳରେ ବସି ଗପ ଶୁଣିବାକୁ ଆଈ ଦରକାର । କେବେ ସେ ମା'  ପୁଣି କେବେ ଝିଅ । ତ୍ୟାଗର ମୂରତୀ, ଧୈର୍ଯ୍ୟର ପରିଚୟ । ସବୁ କ୍ଷେତ୍ରରେ ଯୁଗ ଯୁଗରୁ ନାରୀର ଆବଶ୍ୟକତା ରହିଛି । ସେ ଅପରାଜିତା ଜଗତଜିତା ସର୍ବଦା ସମ୍ମାନିତା । ସେ ଅଟକିବା ଜାଣେ ନାହିଁ ନିଜ ହାତରେ ଲେଖେ ଭାଗ୍ୟରେଖା । ନାରୀ ଶକ୍ତିର ଅପୂର୍ବ ଅଭ୍ୟୁଦୟ । ସବୁ କ୍ଷେତ୍ରରେ ପୁରୁଷଙ୍କ ସମକକ୍ଷ ନାରୀ । ସେ ଘରଣୀ କମ୍ପ୍ୟୁଟର ଯୁଗର ରାଣୀ । ସେ ଆକାଶ ଛୁଇଁଛି ପରିବାରର ବୋଝ ଉଠାଇଛି । ସେ ଆଜିର ନାରୀ । ସାହସ, ଶକ୍ତି ଓ ବୁଦ୍ଧିମତାର ଆଧାର । ସ୍ବାଭିମାନୀ ଆଉ ସ୍ବାବଲମ୍ବୀ । ସୃଷ୍ଟି ସମ୍ଭାବନାର ଉଜ୍ଜ୍ବଳ ତାରକା । ଜୀବନ ନୌକାର ନାଉରୀ । ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ନାରୀ ଶକ୍ତିକୁ ସମ୍ମାନ ଜଣାଇ ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ମହିଳା ଦିବସ ଭାବେ ପାଳନ କରାଯାଏ ।

ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୫-  ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ । ଏକ ଶ୍ରମିକ ଆନ୍ଦୋଳନରୁ ଦିବସ ସୃଷ୍ଟି ହୋଇଥିଲା । ୧୯୦୮ ମସିହାରେ ଏହା ପ୍ରଥମେ ପାଳିତ ହୋଇଥିଲା । ନ୍ୟୁୟର୍କ ସହରରେ ୧୫ ହଜାର ମହିଳା ମାର୍ଚ୍ଚ ମାସରେ ଆନ୍ଦୋଳନର କରି ଚାକିରି କ୍ଷେତ୍ରରେ ସେମାନଙ୍କ ପାଇଁ କମ ସମୟ, ଭଲ ପାରିଶ୍ରମିକ ମିଳୁ ବୋଲି ଦାବି କରିଥିଲେ । ଏହି ଆନ୍ଦୋଳନର ବର୍ଷେ ପରେ ଅର୍ଥାତ ୧୯୦୯ରେ ଆମେରିକା ସୋସିଆଲିଷ୍ଟ ପାର୍ଟି  ପ୍ରଥମ ଜାତୀୟ ମହିଳା ଦିବସ ଭାବରେ ଘୋଷଣା କରିଥିଲା ।

ଅଧିକ ପଢନ୍ତୁ...ମହାକାଶରେ ଅନେକ ମାସ ଧରି ଫସି ରହିବା ପରେ ଫେରୁଛନ୍ତି ସୁନୀତା ୱିଲିୟମ୍ସ

ପରବର୍ତ୍ତୀ ସମୟରେ ଏହାକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଗଲା । ୧୯୧୦ ମସିହାରେ ପ୍ରଥମ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଥିଲା । କ୍ଲାରା ଜେଟକିନ ନାମୀ ମହିଳା ଏହି ଦିବସ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ପରେ ପରେ ଅଷ୍ଟ୍ରିଆ, ଡେନମାର୍କ, ଜର୍ମାନୀ ଏବଂ ସ୍ବିଜରଲାଣ୍ଡର ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଥିଲା । ୧୯୭୫ରେ ଏହାକୁ ଆନୁଷ୍ଠାନିକ ଭାବେ ମାନ୍ୟତା ମିଳିଥିଲା । ମିଳିତ ଜାତିସଂଘ ଏକ ଥିମ ସହିତ ପ୍ରତିବର୍ଷ ପାଳନ କରାଯାଇଥିଲା ।  ଚଳିତ ବର୍ଷ ଅନ୍ତର୍ଜାତୀୟ ମହିଳା ଦିବସର ଥିମ୍ ରହିଛି ଅର୍ଥାତ ଆସିଲରେଟ୍ ଆକ୍ସନ (Accelerate Action) ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.