ନୂଆଦିଲ୍ଲୀ,୨୦।୯: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଶନିବାର କହିଛନ୍ତି ତାଙ୍କ ସରକାର ଗାୟକ ଜୁବିନ୍ ଗର୍ଗଙ୍କ ମୃତ୍ୟୁ ମାମଲାର ଯାଞ୍ଚ କରିବେ। ଏହାଛଡା ତାଙ୍କର ଶବ ଦିଲ୍ଲୀରୁ ଗୌହାଟି ଆଣିବାକୁ ସେ ନିଜେ ଯିବେ ବୋଲି କହିଛନ୍ତି। ‘ନର୍ଥ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲ’ର ଆୟୋଜକ ଶ୍ୟାମକାନୁ ମହନ୍ତ ଓ ଗାୟକଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମାଙ୍କ ବିରୋଧରେ ମାରିଗାଓଁ ଥାନାରେ ପ୍ରାଥମିକ ମାମଲା ରୁଜୁ କରାଯାଇଛି।

ଆସମ ମୁଖ୍ୟମନ୍ତ୍ରୀ କହିଛନ୍ତି, ପୋଲିସ ଜୁବିନ ଗର୍ଗଙ୍କ ମୃତ୍ୟୁ ମାମଲାର ଯାଞ୍ଚ କରିବ। ମହନ୍ତ, ସିଦ୍ଧାର୍ଥ ଶର୍ମାଙ୍କ ସହ ତାଙ୍କର ଶେଷ କ୍ଷଣରେ ସାଙ୍ଗରେ ଥିବା ଲୋକଙ୍କୁ ପଚରା ଉଚରା କରାଯିବ। କାରଣ  ଏଭଳି ଖବର ରହିଛି ଯେ, ଗର୍ଗଙ୍କୁ ଘଟଣାର ଗୋଟିଏ ରାତି ପୂର୍ବରୁ ପାର୍ଟିକୁ ନିଆଯାଇଥିଲା। ଆମେ ଏହା ମଧ୍ୟ ଜାଣିବାକୁ ଚେଷ୍ଟା କରୁଛୁ, କ’ଣ ଏହା ସତ ?

ଜୁବିନ୍ ଗର୍ଗ ଶୁକ୍ରବାର ସିଙ୍ଗାପୁରରେ ଲାଇଫ୍ ସପୋର୍ଟ ଜ୍ୟାକେଟ୍ ବିନା ପହଁରିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ମୁଖ୍ୟମନ୍ତ୍ରୀ କହିଛନ୍ତି, ସିଙ୍ଗାପୁରର ଅଧିକାରୀ ମଧ୍ୟ ମାମଲାର ଯାଞ୍ଚ ଆରମ୍ଭ କରିଦେଇଛନ୍ତି। କାରଣ ଘଟଣାସ୍ଥଳ ଭାରତ ନଥିଲା, ତେଣୁ ଯଦି କୌଣସି ଅପରାଧିକ ଦିଗ ରହିଛି,ତେବେ ସେହି ଦେଶରୁ ସୂଚନା ନେବ ଓ ଯଦି ଜୁବିନ୍‌ଙ୍କୁ ଖରାପ ଉଦେଶ୍ୟରେ ଆସାମ ନିଆଯାଇଥିଲା, ତେବେ ଏହି ଦିଗରୁ ସୂଚନା ନେବ। ସେ କହିଛନ୍ତି, ରାଜ୍ୟ ସରକାର ତାଙ୍କର ମୃତ୍ୟୁ ସମ୍ପର୍କିତ ସବୁ ଦିଗର ନିରପେକ୍ଷ ଯାଞ୍ଚ କରାଯିବ ଓ ଯଦି କେହି ସୂଚନା ଦେବାକୁ ଚାହୁଁଛନ୍ତି କିମ୍ବା ସାକ୍ଷୀ ହେବାକୁ ଚାହାନ୍ତି, ତାଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯିବ।’ ଶର୍ମା କହିଛନ୍ତି, ରାଜ୍ୟର ଲୋକଙ୍କ ପାଇଁ ଏହି ମାମଲା ସ୍ପଷ୍ଟ ହେବା ଦରକାର। ଫଳରେ ଲୋକପ୍ରିୟ ଗାୟକଙ୍କ  ମୃତ୍ୟୁ ସମ୍ପର୍କିତ କିଛି କଥା ଲୁଚି ରହିପାରିବନି। ​​​​​​​