ନୂଆଦିଲ୍ଳୀ,୨୮।୨:ଇରାନର ପାଲଟା ଆକ୍ରମଣ ଜାରି ରହିଛି। ଏପର୍ଯ୍ୟନ୍ତ ୮ଟି ଦେଶ ଉପରେ ଆକ୍ରମଣ କରିସାରିଛି। ଯେଉଁ ଦେଶ ଇରାନ ଉପରେ ଆକ୍ରମଣ କରିଛନ୍ତି, ତାଙ୍କ ଭିତରେ ଇସ୍ରାଏଲ,ୟୁଏଇ,ସାଉଦି ଆରବ,କୁଏତ,ଜୋର୍ଡନ,କତର, ବାହାରିନ୍ ଏବଂ ଦୁବା ନାଁ ରହିଛି। ଇସ୍ରାଏଲକୁ ଛାଡି ବାକି ସବୁ ଦେଶ ଇରାନରେ ୟୁଏସ୍ ବେସ୍ ଉପରେ ଆକ୍ରମଣ କରିଛି। ଇରାନ ପୂର୍ବରୁ ହିଁ ଆମେରିକାକୁ ବିନାଶକାରୀ ଜବାବ ଦେବାର ଘୋଷଣା କରିଥିଲା। ଇରାନର ପାଲଟା ଆକ୍ରମଣ ଦ୍ବାରା ସବୁଠାରୁ ଅଧିକ କ୍ଷତି ଆମେରିକାର ହୋଇଛି। କାରଣ ଇରାନ ତା’ର ୬ଟି ଆଡ୍ଡା ଉପରେ ଏକାଠି ମିଶାଇଲ ମାଡ଼ କରି ଧ୍ବଂସ କରି ଦେଇଛି। ବାହାରିନରୁ ବର୍ତ୍ତମାନ ଯେଉଁ ଚିତ୍ର ଆସୁଛି ସେଥିରେ ଆମେରିକାର ନୌସେନା ଘାଟିକୁ ଇରାନ ସମ୍ପୂର୍ଣ୍ଣ ଭାବରେ ଧ୍ବଂସ କରିଦେଇଛି। ସେଭଳି କତରର ବେସ୍ ଉପରେ ଆକ୍ରମଣ ବେଳେ ଆମେରିକା ନିଜର ସବୁ ନାଗରିକଙ୍କୁ ବଙ୍କର ଭିତରେ ଲୁଚିବାକୁ କହିଛି।
ଇରାନ କେଉଁ କେଉଁ ଦେଶ ଉପରେ ଆକ୍ରମଣ କରିଛି ?
୧-ଇରାନ ପ୍ରଥମ ଆକ୍ରମଣ ତେଲ-ଆଭିଭ୍ ଉପରେ କରିଥିଲା। ଇସ୍ରାଏଲର ରାଜଧାନୀ ଉପରେ ଇରାନ ମିସାଇଲ ମାଡ଼ ହୋଇଥିଲା। ଏହାପରେ ଇସ୍ରାଏଲ ଏମର୍ଜେନ୍ସି ଘୋଷିତ କରିଥିଲା।
୨-ଏହାପରେ ଇରାନ ସ୍ଥିତ ଆମେରିକୀୟ ଘାଟିକୁ ଟାର୍ଗେଟ କରିଥିଲା। ଏଠାରେ ଆମେରିକାର ଏଫ୍-୧୨ ମୁତୟନ କରାଯାଇଥିଲା। ଏହି ବେସ୍କୁ ଇରାନ ଧ୍ବଂସ କରିଦେଛି।
୩- ଇରାନ ତା ପରେ ୟୁଏଇରେ ଥିବା ଆବୁଧାବୀ ସ୍ଥିତ ଆମେରିକୀୟ ଘାଟିକୁ ଟାର୍ଗେଟ କରିଥିଲା। ଆବୁଧାବୀରେ ଏହି ଆକ୍ରମଣ ଦ୍ବାରା ୟୁଏଇରେ ଆଲର୍ଟ ଜାରି କରାଯାଇଥିଲା। ୟୁଏଇ ସରକାରଙ୍କ ସୂଚନା ଅନୁଯାୟୀ ଆକ୍ରମଣରେ ସେଠାରେ ଜଣଙ୍କର ମୃତ୍ୟୁ ହୋଇଛି।
୪- କତରର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି,ଦୋହା ସ୍ଥିତ ଆମେରିକୀୟ ବେସ୍କୁ ଇରାନ ଟାର୍ଗେଟ କରିଥିଲା। ସେଠାରେ ମିସାଇଲ ଆଟାକ୍ କରାଯାଇଥିଲା।
୫- ଇରାନ ସାଉଦି ଆରବର ରିୟାଦ ଉପରେ ଆକ୍ରମଣ କରିଥିଲା। ସେଠାରେ ଆମେରିକୀୟ ବେସ୍ ଉପରେ ଇରାନ ମିସାଇଲ ଆକ୍ରମଣ କରିଥିଲା।
୬- ଇରାନର ଜୋର୍ଡାନରେ ଆମେରିକୀୟ ହେଡକ୍ବାଟର ଉପରେ ଆକ୍ରମଣ କରିଥିଲା। ଜୋର୍ଡନ ଇସ୍ରାଏଲର ପଡୋଶୀ ଦେଶ। ତା ପାଖରେ ଆମେରିକାର ଏଫ୍-୨୨ ମୁତୟନ କରାଯାଇ ରଖାଯାଇଛି।
୭- କୁଏତ ଉପରେ ଇରାନ ମଧ୍ୟ ଆକ୍ରମଣ କରିଛି। କୁଏତରେ ଆମେରିକୀୟ ଘାଟି ରହିଛି। ସେଠାରେ ଆକ୍ରମଣ କରି ଇରାନ ଏହା କହିଛି, ଯୁଦ୍ଧ ଯଦି ଜାରି ରୁର୍ହେ,ତେବେ ପୁରା ମଧ୍ୟପ୍ରାଚ୍ୟରେ ବଡ଼ ସଂଘର୍ଷ ହେବ।
୮- ଦୁବାଇର ବିଶ୍ୱ ପ୍ରସିଦ୍ଧ ବୁର୍ଜ ଖଲିଫା ନିକଟରେ ବିସ୍ଫୋରଣ ଶୁଣାଯାଇଛି। ସେପଟେ ବାହାରିନ ଇରାନ ଉପରେ ବିଶ୍ୱାସଘାତକର ଅଭିଯୋଗ ଆଣିଛି।
ଆହୁରି ପଢନ୍ତୁ :‘ବିପଦକୁ ଦୂର କରିବାକୁ ଆକ୍ରମଣ କରିଛୁ’, ଇରାନ ଉପରେ ଇସ୍ରାଏଲର ହମଲା ନେଇ ପ୍ରତିକ୍ରିୟା ଦେଲେ ନେତାନ୍ୟାହୁ