ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

’ହିଜାବ ନପିନ୍ଧିଲେ ମୃତ୍ୟୁଦଣ୍ଡ’: ଏହି ଦେଶର ନୂଆ ଆଇନ ଖୁବ୍ ବିପଦଜନକ, ୨ ବର୍ଷ ପୂର୍ବେ ହୋଇଥିଲା ପ୍ରବଳ ବିରୋଧ

Published By : Harapriya Biswal | December 12, 2024 2:57 PM

ନୂଆଦିଲ୍ଲୀ,୧୨।୧୨:  ଇରାନ ମହିଳାଙ୍କ ସ୍ବାଧୀନତା ଉପରେ ପୁଣି ଲାଗିଲା ଅଙ୍କୁଶ। ଏବେ ହିଜାବକୁ ନେଇ କଡା ଆଇନ ଆଣିଲେ ସରକାର। ଯାହାକୁ ନେଇ ସୃଷ୍ଟି ହୋଇଛି ବିବାଦ। ଏହି ଆଇନ ଅନୁସାରେ ହିଜାବ ନିୟମର ଉଲଂଘନ କଲେ ମହିଳାଙ୍କୁ ଦିଆଯାଇପାରେ ମୃତ୍ୟୁ ଦଣ୍ଡ ।  ଜେଲ୍, ଜରିମାନା ଏବଂ ଚାବୁକ ପ୍ରହାର ସହ ମିଳିପାରେ ମୃତ୍ୟୁଦଣ୍ଡ। 

ଏବେ ଇରାନରେ ମହିଳାଙ୍କ ପାଇଁ ହିଜାବ ବାଧ୍ୟତାମୂଳକ।  ଧାରା ୬୦ ଅନୁସାରେ ନିୟମ ଉଲଂଘନକାରୀ ମହିଳାଙ୍କୁ ଦିଆଯିବ କଠିନ ଦଣ୍ଡ। ଜେଲ୍, ଜରିମାନା ଏବଂ ଚାବୁକ ପ୍ରହାର ସହ ମିଳିପାରେ ମୃତ୍ୟୁଦଣ୍ଡ। ସେଭଳି ଏକାଧିକବାର ଅପରାଧ କରିଥିବା ବ୍ୟକ୍ତିଙ୍କୁ ୧୫ ବର୍ଷ ପର୍ଯ୍ୟନ୍ତ ଜେଲ୍ କିମ୍ବା ଫାଶୀ ଦଣ୍ଡ ହୋଇପାରେ। ଇରାନ ଅଧିକାରୀମାନେ ଦେଶରେ ଡ୍ରେସ୍ କୋଡ୍‌ର ଆଇନକୁ କଡ଼ା କରିଛନ୍ତି। ଏହାକୁ ଉଲଂଘନ କରୁଥିବା ମହିଳାଙ୍କ ପାଇଁ  ହିଜାବ କ୍ଲିନିକ୍ ଖୋଲିବାର ଘୋଷଣା କରିଛନ୍ତି।

କେବଳ ସେତିକି ନୁହେଁ ବିଦେଶୀ  ହିଜାବ ବିରୋଧି ବିଚାରକୁ ପ୍ରୋତ୍ସାହନ ଦେଉଥିବା ଲୋକଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ମିଳିବ। ଏହା ସହ ୧୨,୫୦୦ ପାଉଣ୍ଡ ପର୍ଯ୍ୟନ୍ତ ଜରିମାନା ପଡିପାରେ। ଏହାଛଡା ଆଇନ ଉଲଂଘନକାରୀ ମହିଳାଙ୍କୁ ସାହାଯ୍ୟ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଛଡାଯିବନି। ଏଭଳି ଲୋକଙ୍କୁ ଇରାନ ସରକାର ସିଧା ପଠାଇପାରନ୍ତି ଜେଲ୍।ଇରାନ ସରକାରଙ୍କ ନୂଆ ଆଇନର ଉଦେଶ୍ୟ ହେଲା ହିଜାବ ସଂସ୍କୃତିର ପବିତ୍ରତା ରକ୍ଷା କରିବା। ଠିକ୍ ଢଙ୍ଗରେ କପଡା ପିନ୍ଧିବା ଓ ନଘ୍ନତାକୁ ପ୍ରୋତ୍ସାହନ ନଦେବା। ଆଉ ଏଭଳି ନିୟମକୁ ବିରୋଧ କଲେ ଦିଆଯିବ କଠୋର ଦଣ୍ଡ। 

୧୯୭୯ ଇସ୍ଲାମକ୍ରାନ୍ତି ଆଇନ ପରେ ଇରାନ ମହିଳାଙ୍କୁ ସାର୍ବଜନୀନ ସ୍ଥାନରେ ହିଜାବ ପିନ୍ଧିବା ନିୟମ ଲାଗୁ ହୋଇଥିଲା। ୨୦୨୨ ରେ ଏହି ଆଇନକୁ ସାରା ଦେଶରେ ହୋଇଥିଲା ବିରୋଧ।  ୧୬ ସେପ୍ଟେମ୍ବର ୨୦୨୨ ରେ ୨୨ ବର୍ଷୀୟ କୁର୍ଦ୍ଦୀ ମହିଳା ମହସା ଅମିନିଙ୍କ ପୋଲିସ କଷ୍ଟଡିରେ ହୋଇଥିଲା ମୃତ୍ୟୁ।ମହସାଙ୍କୁ ତେହରାନରେ ଦେଶର ଡ୍ରେସ୍‌ କୋଡ୍ ନିୟମର ଉଲଘଂନ ଅଭିଯୋଗରେ ଗିରଫ କରିଥିଲା ପୋଲିସ। ତାଙ୍କ ମୃତ୍ୟୁ ପରେ ପୁରା ଦେଶରେ ତେଜିଥିଲା ବିରୋଧ । ଏହି ପ୍ରଦର୍ଶନରେ ଅନେକ ସୁରକ୍ଷାକର୍ମୀଙ୍କ ସହ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ସେତେବେଳେ ଇରାନ ସରକାର ଏହି ପ୍ରଦର୍ଶନକୁ ରୋକିବା ପାଇଁ ହଜାର ହଜାର ବିକ୍ଷୋଭକାରୀଙ୍କୁ ଗିରଫ କରିଥିଲେ। ଏବେ ଏହାର ଦୁଇ ବର୍ଷ ପରେ ତାଠାରୁ ଅଧିକ ଶକ୍ତ ଆଇନ ଲାଗୁ କରାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.