ନୂଆଦିଲ୍ଲୀ,୧୪।୭: କେନିଆରେ ପ୍ରତି ବର୍ଷ ୭ ଜୁଲାଇରେ ‘ସାବା ସାବା’ ଦିବସ ପାଳନ କରାଯାଏ। ଏହା ଦେଶର ଗଣତନ୍ତ୍ର ପାଇଁ ଦୀର୍ଘକାଳୀନ ସଂଘର୍ଷର ପ୍ରତୀକ। ଚଳିତ ବର୍ଷ ଅର୍ଥାତ ୨୦୨୫ ରେ ଯୁବପିଢ଼ିଙ୍କ ନେତୃତ୍ୱରେ କେନିଆରେ ୭ ଜୁଲାଇରେ ହୋଇଥିଲା ଆନ୍ଦୋଳନ। ହେଲେ ଏହି ଆନ୍ଦୋଳନ ପରେ ପୋଲିସର ହିଂସାତ୍ମକ ଦମନ ଦୁଃଖଦ ରୂପ ନେଇଥିଲା। ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ‘ସାବା ସାବା’ ମାର୍ଚ୍ଚ ଆରମ୍ଭ ହେବା ପରଠାରୁ ସୁବୁଠୁ ଭୟଙ୍କର ସ୍ଥିତି ଦେଖିବାକୁ ମିଳିଥିଲା।
ଡିଜିଟାଲ୍ କାରବାର, ଇନ୍ଧନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଟିକସ ବୃଦ୍ଧି ପ୍ରସ୍ତାବ ଦେଉଥିବା ବିବାଦୀୟ ଅର୍ଥ ବିଲ୍ ବିରୋଧରେ ହଜାର ହଜାର ଯୁବକ କେନିଆର ରାଜରାସ୍ତାକୁ ଓହ୍ଲାଇଥିଲେ। ରାଷ୍ଟ୍ରପତି ୱିଲିୟମ୍ ରୁଟୋଙ୍କ ଇସ୍ତଫା, ଇନ୍ଧନ ମୂଲ୍ୟ ହ୍ରାସ, ସୁଲଭ ଶିକ୍ଷା ଏବଂ ମକା ଅଟା ଅଭାବ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ସ୍ଲୋଗାନ ଦେଇଥିଲେ ବିକ୍ଷୋକଭାରୀ। ଏହି ପ୍ରତିବାଦକୁ ପୋଲିସ ଅତି ନିଷ୍ଠୁର ଭାବରେ ଦମନ କରିବାକୁ ଚେଷ୍ଟା କରଥିଲା। ପ୍ରଦର୍ଶନକାରୀଙ୍କ ଉପରେ ପୋଲିସ କରିଥିଲା ଘାତକ ଆକ୍ରମଣ । ଦିନକରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୭ ଜଣ ଆହତ ହୋଇଥିଲେ। ସେଭଳି ୫୩୨ ଜଣଙ୍କୁ ଗିରଫ କରାଯାଇଥିଲା - ଯାହା ‘ସାବା ସାବା’ ଇତିହାସରେ ସର୍ବାଧିକ ମୃତ୍ୟୁ ସଂଖ୍ୟା।
ଏହି ଐତିହାସିକ ଦିନଟିର ୧୯୯୦ ମସିହାରେ ଆରମ୍ଭ ହୋଇଥିଲା, ଯେତେବେଳେ ରାଷ୍ଟ୍ରପତି ଡାନିଏଲ୍ ଆରପ୍ ମୋଇଙ୍କ ରାଜନୈତିକ ସମାବେଶ ବିରୋଧରେ ଏକ ବିଦ୍ରୋହୀ ଜନସମାବେଶ ଆରମ୍ଭ ହୋଇଥିଲା। ରାଜନୈତିକ ନେତା କେନେଥ୍ ମାଟିବା, ଚାର୍ଲ୍ସ ରୁବିଆ ଏବଂ ଜାରାମୋଗି ଓଗିଙ୍ଗା ଓଡିଙ୍ଗାଙ୍କ ନେତୃତ୍ୱରେ ହୋଇଥିବା ଆନ୍ଦୋଳନରେ ସମ୍ବିଧାନରେ ଏକ-ଦଳୀୟ ଧାରା ହଟାଇବା ପାଇଁ ଆହ୍ୱାନ କରାଯାଇଥିଲା। ଏହାପରେ ପୋଲିସ ଲୁହ ଗ୍ୟାସ୍ ମାଡ କରିବା ସହ ଲାଠି ଚାର୍ଜ କରିଥିଲା। ଏହା ସତ୍ତ୍ୱେ, ଡିସେମ୍ବର ୧୯୯୧ ରେ ଏକ ବହୁ-ଦଳୀୟ ବ୍ୟବସ୍ଥା ପୁନଃସ୍ଥାପିତ କରିବା ଏବଂ ସରକାରଙ୍କୁ ଗାଦିଚ୍ୟୁତ କରିବା ନେଇ ପ୍ରତିବାଦ ସଫଳ ହୋଇଥିଲା। ସେବେଠାରୁ, ସାବା ସାବା- କିସୱାହିଲି ଫର ‘ସେଭେନ୍ ସେଭେନ୍’ ଗଣତାନ୍ତ୍ରିକ ଆନ୍ଦୋଳନର ଏକ ଶକ୍ତିଶାଳୀ ପ୍ରତୀକ ପାଲଟିଛି।
ଦଶନ୍ଧି ଧରି, ‘ସାବା ସାବା’ ଆନ୍ଦୋଳନ ରାଜନୈତିକ ସଂସ୍କାର ସୃଷ୍ଟି କରିଛି। ୨୦୦୦ ରେ, ଏହା ପରିବେଶ ଅବକ୍ଷୟ ଏବଂ ଭୂମି ଅଧିକାର ପ୍ରସଙ୍ଗକୁ ଆଲୋକପାତ କରିଥିଲା। ଆଜି, ଏହା ଏକ ମଞ୍ଚ ଭାବରେ କାର୍ଯ୍ୟ କରେ, ଯାହା ଅର୍ଥନୈତିକ ନ୍ୟାୟ, ରାଜନୈତିକ ସ୍ୱଚ୍ଛତା ଏବଂ ନାଗରିକଙ୍କ ସ୍ୱାଧୀନତା ପାଇଁ ଲଢେଇ କରେ। ବର୍ତ୍ତମାନ କେନିଆର ଦୁର୍ବଳ ଆର୍ଥିକ ସ୍ଥିତିରେ ଯୁବପିଢ଼ି ପ୍ରଭାବିତ ହୋଇଛନ୍ତି। ୨୫% ରୁ ଅଧିକ ବେରୋଜଗାର ଥିବା ବେଳେ ମୁଦ୍ରାସ୍ଫୀତି ଏବଂ ମୌଳିକ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଉଥିବାରୁ ସଙ୍କଟ ଆହୁରି ବଢୁଛି। ଅନେକ ଲୋକ ଫାଇନାନ୍ସ ବିଲ୍କୁ ପୂର୍ବରୁ ସଂଘର୍ଷ କରୁଥିବା ପରିବାରଗୁଡ଼ିକ ପାଇଁ ଆଉ ପ୍ରତିଘାତ ଭାବରେ ଦେଖନ୍ତି ।